ଭବାନୀପାଟଣା,୧୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ରେ ଗତ ଦୁଇ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ତେବେ ଗତ ଦେଢ଼ ବର୍ଷ ତଳେ ଉଦଘାଟନ ହୋଇଥିବା ଭବାନୀପାଟଣା ନୂତନ ବସ ଷ୍ଟାଣ୍ଡ ର ଛାତ ରୁ ପାଣି ଗଲୁଥିବା କୁ ନେଇଁ ସାଧାରଣ ରେ ତୀବ୍ର ଉଦବେଗ ପ୍ରକାଶ ପାଇଛି। ସେହିପରି ବସ ଷ୍ଟାଣ୍ଡ ରେ ଥିବା ଉଭୟ ମହିଳା ଓ ପୁରୁଷ ଶୌଚାଳୟ ର ମଳ ନଳୀ ପାଇପ ଜାମ୍ ହେବା ଯୋଗୁଁ ବନ୍ଦ କରାଯାଇଛି। ଏପରି ସ୍ଥଳେ ଶୌଚାଳୟ କାମ ଚାଲିଛି ଓ ପଛ ପଟେ ଥିବା ଶୌଚାଳୟ କୁ ବ୍ୟବହାର କରନ୍ତୁ ବୋଲି ଶୌଚାଳୟ ର କବାଟରେ ଲେଖା ହୋଇଛି। ତେବେ ପରିତାପର ବିଷୟ ହେଲା ଏକଥରକେ ଉଭୟ ମହିଳା ଓ ପୁରୁଷ ଦୁଇଟି ଶୌଚାଳୟ କୁ କରି ଦେବା ଯୋଗୁଁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଶେଷ କରି ମହିଳା ମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ବସ ପଛ ପଟେ ଯାଇ ଶୌଚ ବା ପରିଶ୍ରା କରୁଥିବା ଜଣାପଡିଛି।
ଯଦି ମଳ ନଳୀ ଖରାପ ତଥା ଜାମ ହୋଇଛି ତାହେଲେ ଗୋଟିଏ କୁ ସଜାଡ଼ିବା ପରେ ଆଉ ଗୋଟିଏ ସଜା ଯାଇ ପାରିଥାନ୍ତା। ହେଲେ ଟେଣ୍ଡର ନେଇ ଥିବା ସଂସ୍ଥା ଉଭୟ ମହିଳା ଓ ପୁରୁଷ ଶୌଚାଳୟର ଦୁଇଟି କବାଟ ବନ୍ଦ କରି କାମ ଚାଲୁ ଅଛି ବୋଲି ଲେଖି ଦେଇ ନିଜ କାମ ସାରିଦେଇଛନ୍ତି। ଅନ୍ୟପଟେ ମଳ ନଳୀ ଜାମ ହୋଇଥିବା ଶୌଚାଳୟ ରେ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ଶୌଚାଳୟ ରେ ପୁରୁଷ ଯାତ୍ରୀମାନେ ଲାଇନ ଲାଗି ପରିଶ୍ରା କରୁଛନ୍ତି ଓ ମଳ ତ୍ୟାଗ କରୁଥିବା ଦେଖିବାକୁ ମିଳିଛି। ଏ ନେଇଁ ଟେଣ୍ଡର ନେଇଥିବା ସଂସ୍ଥାକୁ ଫୋନ ରେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।


