ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ, ପୁଣି ଆର ବର୍ଷକୁ ଅପେକ୍ଷା…

ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିର ପୂଜାମଣ୍ଡପରେ ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଦୀଘ ୮ ଦିନ ଧରି ପୂଜା ପାଉଥିବା ମା ଗଜଲକ୍ଷ୍ମୀଙ୍କୁ ସୋମବାର ବିଦାୟ ଦିଆଯାଇଛି। ବିଦାୟ ଦେବା ବେଳେ ସମସ୍ତଙ୍କ ଆଖିରୁ ଲୁହ ଝରିପଡ଼ିଥିଲା। ପୁଣି ଆରବର୍ଷକୁ ମା’ଙ୍କ ଆସିବା ବାଟକୁ ଅପେକ୍ଷାକରି ରହିଛନ୍ତି ଶ୍ରଦ୍ଧାଳୁ। ଭସାଣି ଉତ୍ସବରେ ବାଜା, ବାଣରେ ମା’ଙ୍କୁ ସହର ପରିକ୍ରମା କରାଯାଇଥିଲା। ଏହି ଅବସରରେ ଜଗନ୍ନାଥ ମନ୍ଦିରଠାରେ ଆଳତି ଦର୍ଶନ ଲାଗି ଶତାଧିକ ମହିଳା ଓ ପୁରୁଷଙ୍କ ଭିଡ ଜମିଥିଲା।