ଭର୍ତ୍ତୁହରିଙ୍କ ହୋଲି ବନ୍ଧୁମିଳନରେ ଅନୁଭବ,ଭାଜପା ନେତା

କଟକ, ୨୮ା୩(ଶିଳ୍ପା ପ୍ରିୟଦର୍ଶିନୀ)ହୋଲି ପର୍ବ ବା ହୋଲି ବନ୍ଧୁମିଳନ ପ୍ରତିବର୍ଷ ପରି ଏବର୍ଷ ବି ପାଳିଛନ୍ତି କଟକ ଏମ୍‌ପି ଭର୍ତ୍ତୃହରି ମହତାବ। କିଛିଦିନ ବ୍ୟବଧାନରେ ସେ ବିଜେଡିରୁ ଇସ୍ତଫା ଦେବା ସହ ଦଳ ସମ୍ପର୍କରେ ବିଭିନ୍ନ ମନ୍ତବ୍ୟ ଗଣମାଧ୍ୟମକୁ ଦେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଠିକ୍‌ ସେହିପରି ଦୋଳପୂର୍ଣ୍ଣିମା ଅବସରରେ ସେ ହୋଲି ବନ୍ଧୁମିଳନ ଆୟୋଜନ କରିଥିଲେ। ଲଉଡି ଖେଳ ସହ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ରଙ୍ଗ ଲଗାଇ ଧୁମ୍‌ଧାମ୍‌ରେ ଏହାକୁ ପାଳିଛନ୍ତି। ତେବେ ଭର୍ତ୍ତୃହରିଙ୍କ ହୋଲି ବନ୍ଧୁମିଳନରେ ଭାଜପା ନେତୃବୃନ୍ଦ ଓ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବଙ୍କ ଉପସ୍ଥିତି ଏବେ କଟକ ରାଜନୈତିକ ବାତାବରଣରେ ରୋଚକ ଆଣିଛି। ଏପରି କି ଭର୍ତ୍ତୃହରି ବିଜେଡି ଛାଡିବା ପରେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି ସତ, ହେଲେ ଏପରି କାର୍ଯ୍ୟକ୍ରମରେ ଏମ୍‌ପିଙ୍କ ସହ ଭାଜପା ନେତୃବୃନ୍ଦ ଉପସ୍ଥିତ ରହିବା ଓ ସାଙ୍ଗରେ ଅନୁଭବଙ୍କ ଉପସ୍ଥିତି ଏବେ ସାଧାରଣ ଲୋକଙ୍କ ଚର୍ଚ୍ଚାକୁ ବେଶ୍‌ ଖୋରାକ ଯୋଗାଇଛି। ତେବେ କ’ଣ ଭର୍ତ୍ତୃହରି ଭାଜପାରେ ଯୋଗଦେବେ ଏବଂ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମଧ୍ୟ ଦଳ ବଦଳ କରିବେ ବୋଲି ମଧ୍ୟ ଆଲୋଚନା ଚାଲିଲାଣି। ଏ ସମସ୍ତ ପ୍ରସଙ୍ଗ ନେଇ ଭର୍ତ୍ତୃହରିଙ୍କୁ ପଚାରିବାରୁ ସେ କହିଛନ୍ତି, ହିରଣ୍ୟକଶିପୁ ହୋଲିକା ମାଧ୍ୟମରେ ପ୍ରହ୍ଲାଦଙ୍କୁ ଜାଳିବାକୁ ଉଦ୍ୟମ କରିଥିଲେ, ହେଲେ ସେ ନିଜେ ଜଳିଗଲେ। ପ୍ରତ୍ୟେକ ଯୁଗରେ ଏହି ପୁରାଣର ପ୍ରାସଙ୍ଗିକତା ରହିଛି। ତେବେ ଗେରୁଆ ରଙ୍ଗ ଆମ ଦେଶ ଓ ରାଷ୍ଟ୍ରର ଏକ ମହତ୍ତ୍ୱପୂର୍ଣ୍ଣ ରଙ୍ଗ। ଆଗାମୀ ନିର୍ବାଚନରେ ମୁଁ ଲଢ଼ିବି କି ନାହିଁ ଏବଂ ଯଦିଓ ଲଢ଼ିବି ତେବେ କେଉଁ ଦଳରୁ ତାହା ସମୟ କହିବ। ଅନ୍ୟପଟେ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ଅନ୍ୟ ସମସ୍ତ ପ୍ରସଙ୍ଗକୁ ଏଡାଇ କହିଛନ୍ତି, ଏମ୍‌ପି ଭର୍ତ୍ତୃହରି ମହତାବ ଏହି କାର୍ଯ୍ୟକ୍ରମରେ ମୋତେ ଡାକିଥିବାରୁ ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri