Categories: ମେଟ୍ରୋ

ମଞ୍ଚରେ ପଡିଯାଇ ଭାରତ ନାଟ୍ୟମ ନୃତ୍ୟ ଗୁରୁ ଶ୍ରୀଗଣେଶନଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୦।୬: ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିବା ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଘଟଣ। ଶୁକ୍ରବାର କାର୍ଯ୍ୟକ୍ରମର ତୃତୀୟ ସାରେ ମ୍ୟାଲେସିଆରୁ ଆସିଥିବା ଭାରତ ନାଟ୍ୟମ ନୃତ୍ୟ ଗୁରୁ ଶ୍ରୀଗଣେଶନ ନୃତ୍ୟ ପରିବେଷଣ ବେଳେ ମଞ୍ଚରେ ପଡିଯାଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ନୃତ୍ୟ ପରିବେଷଣ ପାଇଁ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହୋଇଥିଲା। ନୃତ୍ୟ ଗୁରୁ ଶ୍ରୀଗଣେଶନ ଦୀପ ପ୍ରଜ୍ଜ୍ୱଳନ କରୁଥିବା ବେଳେ ମଞ୍ଚରେ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।