ଭାରତ, ଇଣ୍ଡିଆ ଓ ଇଂରାଜୀ ଭାଷା

ଡ. ନିରଞ୍ଜନ ମିଶ୍ର

 

ଭାରତକୁ ଦୁଇଟି ଇଂଲଣ୍ଡ ଆସିଥିଲେ- ଏ କଥା କହିଛନ୍ତି ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ। ‘ଡିସ୍‌କଭରି ଅଫ୍‌ ଇଣ୍ଡିଆ’ ପୁସ୍ତକରେ ପଣ୍ଡିତଜୀ ଲେଖିଛନ୍ତି ”ହୁଇଚ୍‌ ଅଫ୍‌ ଦି ଟୁ ଇଂଲଣ୍ଡ କେମ୍‌ ଟୁ ଇଣ୍ଡିଆ?… ଦି ଇଂଲଣ୍ଡ ଅଫ୍‌ ବାର୍ବିରିକ ପେନାଲ କୋଡ୍‌, ବ୍ରୁଟାଲ ବିହେଭିୟର….. ଅର୍‌ ଦି ଇଂଲଣ୍ଡ ଅଫ୍‌ ସେକ୍ସପିୟର ଆଣ୍ଡ ମିଲ୍‌ଟନ?“ ବ୍ରିଟିଶ୍‌ ସାମ୍ରାଜ୍ୟବାଦୀ ଶାସକମାନେ ଭାରତକୁ ଦୀର୍ଘ ଦୁଇଶହ ବର୍ଷ ନିର୍ମମ ଭାବେ ଶାସନ କରିଥିଲେ। ସେମାନେ ଗଲା ପରେ ଇଂରାଜୀ ଭାଷା ଭାରତରେ ସବୁଦିନ ରହିଗଲା ଓ ବିକାଶ ଲାଭ କଲା। ଇତିହାସରୁ ଜଣାଯାଏ, ରାଜା ରାମମୋହନ ରାୟ ସେତେବେଳେ ବ୍ରିଟିଶ୍‌-ଇଣ୍ଡିଆର ଛାତ୍ରମାନଙ୍କୁ ସବୁ ବିଷୟ ଇଂରାଜୀ ଭାଷା ମାଧ୍ୟମରେ ପଢ଼ାଇବା ପାଇଁ ଭାରସ୍‌ରାୟ ଉଇଲିୟମ ବେଣ୍ଟିକ୍‌ଙ୍କୁ ପରାମର୍ଶ ଦେଇଥିଲେ। ସାହିତ୍ୟ, ଦର୍ଶନ, ଆଇନ, ବିଜ୍ଞାନ ଇତ୍ୟାଦି ବିଷୟ ଇଂରାଜୀରେ ପଢ଼ାଗଲା। ଏ ପ୍ରକାର ଶିକ୍ଷାରୁ ସୃଷ୍ଟି ହେଲେ ସହଯୋଗୀ ଶ୍ରୀଅରବିନ୍ଦ, ସ୍ବାମୀ ବିବେକାନନ୍ଦ, ଆମ୍ବେଦକର, କୃପାଳିନୀ, ପଟେଲ, ରାଜଗୋପାଳଚାରୀ ପ୍ରମୁଖ ବିଜ୍ଞ ପୁରୁଷମାନେ, ଯେଉଁମାନେ କି ସେ ସମୟରେ ଆମକୁ ଦିଗ୍‌ଦର୍ଶନ ଦେଇଛନ୍ତି।
୧୮୯୩ ରେ ଚିକାଗୋ ଧର୍ମସଭାରେ ସ୍ବାମୀ ବିବେକାନନ୍ଦ ତାଙ୍କ ଭାଷଣଟିକୁ ଆରମ୍ଭ କରିଥିଲେ ପାଞ୍ଚୋଟି ଇଂରାଜୀ ଶବ୍ଦରୁ- ”ସିଷ୍ଟର୍ସ ଆଣ୍ଡ ବ୍ରଦର୍ସ ଅଫ୍‌ ଆମେରିକା।“ ପ୍ରାୟ ପାଞ୍ଚ ହଜାର ପ୍ରତିନିଧି ଠିଆ ହୋଇ କରତାଳି ଦେଇ ତାଙ୍କୁ ସ୍ବାଗତ କରିଥିଲେ। ତାଙ୍କ ସଂକ୍ଷିପ୍ତ ଭାଷଣରେ ସେ ହିନ୍ଦୁଧର୍ମକୁ ଏକ ”ୟୁନିଭର୍ସାଲ ରିଲିଜିୟନ“ ବୋଲି କହିଲେ। ସମଗ୍ର ବିଶ୍ୱ ଭାରତ ସଂସ୍କୃତି ବିଷୟରେ ଅବଗତ ହେଲା। ବ୍ରିଟିଶ୍‌ ଶାସନ କାଳରେ ସାର୍‌ ଉଇଲିୟମ ଜୋନସ ସଂସ୍କୃତ କାବ୍ୟ ଓ ବ୍ୟାକରଣର ଅନୁବାଦ କଲେ। ଏହା ୟୁରୋପର ପଣ୍ଡିତମାନେ ହୃଦୟଙ୍ଗମ କଲେ। ଭାରତ ବିରୁଦ୍ଧରେ ଜଣେ ଲେଖକ କୁତ୍ସାରଟନା କରିଥିଲେ, ଯାହାର ଦୃଢ଼ ଜବାବ ଦେଇଥିଲେ ପଞ୍ଜାବ କେଶରୀ ଲାଲା ଲଜ୍‌ପତ ରାୟ ତାଙ୍କର ‘ଅନ୍‌ହାପି ଇଣ୍ଡିଆ’ ବହିରେ। ଗାନ୍ଧିଜୀ ‘କାଠଯୋଡ଼ି ବାଲିରେ’ ଅସହଯୋଗ ଆନ୍ଦୋଳନ ବିଷୟରେ କ’ଣ କହୁଥିଲେ ତାହା ‘ୟଙ୍ଗ୍‌ ଇଣ୍ଡିଆ’ରେ ପ୍ରକାଶ ପାଉଥିଲା ଓ ଲାହୋର ହାଇସ୍କୁଲର କେତେକ ଛାତ୍ର ଘୋଷି ମୁଖସ୍ଥ କରିଦେଉଥିଲେ ଓ ଅନୁପ୍ରାଣିତ ହେଉଥିଲେ। ସାର୍‌ ଏଡ୍‌ଉଇନ ଆର୍ନୋଲଡ୍‌ ଶ୍ରୀମଦ୍‌ ଭଗବଦ୍‌ ଗୀତାର ଇଂରାଜୀ ଅନୁବାଦ କରିଥିଲେ ଓ ଗୀତାର ଭାବାର୍ଥ ଗାନ୍ଧିଜୀ ସେଥିରୁ ବୁଝିଲେ।
ଇଂରାଜୀ ଭାଷାରେ ଶାସନ ହେଉଥିଲା। ସେତେବେଳର ‘ଇଣ୍ଡିଆନ୍‌ ସିଭିଲ୍‌ ସର୍ଭିସ୍‌’କୁ ଷ୍ଟିଲ୍‌ ଫ୍ରେମ କୁହାଯାଏ। ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଇଂରେଜ ଭାଷାକୁ ବାଗ୍‌ଦେବୀ ସରସ୍ବତୀଙ୍କ ଭାରତ ପ୍ରତି ବଡ଼ ଆଶୀର୍ବାଦ- ‘ଗିଫ୍ଟ ଅଫ୍‌ ସରସ୍ବତୀ’ ବୋଲି କହନ୍ତି। ଆମେ କହୁଥିବା ଇଂରାଜୀକୁ ‘ଇଣ୍ଡିଆନ୍‌ ଇଂଲିଶ୍‌’ କୁହାଯାଏ, ଯାହାର ନିଜର ସ୍ବାତନ୍ତ୍ର୍ୟ ରହିଛି। ‘ଆମେରିକାନ୍‌ ଇଂଲିଶ୍‌’ କାନାଡିଆନ୍‌ ଅଷ୍ଟ୍ରେଲିଆନ୍‌ ଇଂଲିଶ ଭଳି ଏହାର ବିଶେଷତ୍ୱ ରହିଛି। ଅନେକ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ଓ ଗୀତରେ ଇଂରାଜୀ ଶବ୍ଦ ଓ ବାକ୍ୟାଂଶ ବ୍ୟବହାର କରାଯାଇଛି କେବଳ ହସର ଜୁଆର ସୃଷ୍ଟି କରିବା ପାଇଁ। ‘ସିନ୍ଦୂରବିନ୍ଦୁ’ କଥାଚିତ୍ରର ‘ଓ ମାଇଁ ପୁଷି’ ଗୀତରେ ଜଣେ ପ୍ରେମିକ କହୁଛି, ”ୟୁ ଆର ଟ୍ବୋଣ୍ଟି/ଆଇ ଆମ ଥାର୍ଟି/ ୟୁ ଆର ଲଭିଂ/ ଆଇ ଆମ୍‌ ଲଭିଂ…/ ୟୋର ଫାଦର୍‌ ଟାଉଟରଟିଂ ସେୟିଙ୍ଗ୍‌ ସେୟିଙ୍ଗ୍‌ ନଥିଂ ଡୁଇଙ୍ଗ୍‌। ହିନ୍ଦୀ ଚଳଚ୍ଚିତ୍ର ‘ନମକ ହଲାଲ୍‌’ରେ ଅର୍ଜୁନ ସିଂ ଚରିତ୍ରରେ ଅମିତାଭ ବଚ୍ଚନ କହୁଛନ୍ତି, ”ଆଇ କ୍ୟାନ୍‌ ବାଥ୍‌ ଇଂଲିଶ /ଓ୍ବାକ୍‌ ଇଂଲିଶ୍‌/ଟକ୍‌ ଇଂଲିଶ… ଇଂଲିଶ୍‌ ଇଜ୍‌ ଏ ଫନି ଲାଙ୍ଗୁଏଜ୍‌। ତା’ପରେ ସେ ଓ୍ବାଶିମ୍‌ ଆକ୍ରମ୍‌ ଓ ତାଙ୍କ ବଂଶ ପରମ୍ପରା ବିଷୟରେ ଅନର୍ଗଳ କହୁଛନ୍ତି। ‘ସୋଲେ’ ସିନେମାରେ ବୀରୁ ଚରିତ୍ରରେ ଧର୍ମେନ୍ଦ୍ର ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ପାଇଁ ଚେଷ୍ଟା କରି ତାଙ୍କର ରୋମାଣ୍ଟିକ୍‌ ଜୀବନଟା କିଭଳି ଟ୍ରାଜେଡି ହୋଇଗଲା କହିଚାଲିଛନ୍ତି। ଭାରତର ଜଣେ ମଳିମୁଣ୍ଡିଆ ଲୋକ କହିଛି, ”ଆରେ ଭାଇ ଏ ସୁଇସାଇଡ୍‌ କ୍ୟା ହୈ?“ ଅନ୍ୟ ଜଣେ ଉତ୍ତର ଦେଉଛି, ”ଅଗ୍ରେଜ୍‌ ଲୋଗ୍‌ ଜବ୍‌ ମରତେ ହେ, ଇସ୍‌କୋ ସୁଇସାଇଡ୍‌ କହତେ ହୈ।“ ଏସବୁ ବିଷୟ ଉଲ୍ଲେଖ କରିବାର କାରଣ ଇଂଲିଶ୍‌ ଭାଷା ଆମ ଭାରତୀୟମାନଙ୍କ ପାଇଁ ଏକ ବିଦେଶୀ ଭାଷା ନୁହେଁ। ଆମ ଶିକ୍ଷାନୀତିରେ ଚତୁର୍ଥ ଶ୍ରେଣୀଠାରୁ ଦଶମଯାଏ ଜଣେ ଓଡ଼ିଆ ଛାତ୍ର ମାତୃଭାଷା ସଙ୍ଗରେ ଇଂରାଜୀ ଓ ହିନ୍ଦୀ ପଢ଼ୁ। ‘ତ୍ରିଭାଷୀ’ ଫର୍ମୁଲା ସବୁଠାରୁ ଭଲ।
ଏକ ଲଘୁ ମନ୍ତବ୍ୟରେ ଏ ବିଷୟଟିକୁ ଶେଷ କରିବା। ଥରେ ଜଣେ ଅଧ୍ୟାପକ ଭୁବନେଶ୍ୱର ରେଳ ଷ୍ଟେସନରେ ଓହ୍ଲାଇ ଏକ ରିକ୍ସାକୁ ଡାକିଲେ। ସେତେବେଳେ ଏତେ ପରିମାଣର ଅଟୋ ବା ‘ମୋ ବସ୍‌’ ନ ଥିଲା। ସେ ଖୁବ୍‌ କମ୍‌ ଇଂଲିଶ୍‌ ଶବ୍ଦ କହନ୍ତି। ମାତୃଭାଷା ଓଡ଼ିଆରେ କହିଲେ, ଏ ରିକ୍ସାବାଲା, ମତେ ଟିକିଏ ସଚିବାଳୟ ପାଖକୁ ନେ… ଅଭ୍ୟର୍ଥନା କକ୍ଷ ନିକଟକୁ’। ରିକ୍ସାବାଲା କିଛିବାଟ ଗଲା ପରେ କହିଲା, ”ଆପଣଙ୍କ ଜାଗା ହୋଇଗଲା…. ଓହ୍ଲାନ୍ତୁ।“ ଅଧ୍ୟାପକ ଦେଖିଲେ ବଡ଼ ବଡ଼ ଅକ୍ଷରରେ ଲେଖାଅଛି ”ଶୌଚାଳୟ।“ ତାକୁ ପ୍ରଶ୍ନ କଲେ, ”ଆରେ ଏଇଟା କ’ଣ ‘ସଚିବାଳୟ’? ଏ.ଜି. ଅଫିସ୍‌ରୁ ଡାହାଣକୁ କିଛିବାଟ ଗଲେ ପଡ଼ିବ…“ ରିକ୍ସାବାଲା କହିଲା, ”ବାବୁ, ମୁଁ ତ ମୂରୁଖ ଲୋକ… ଆମେ ଖାଣ୍ଟି ଓଡ଼ିଆରେ ସେ ଜାଗାକୁ କହୁ ”ସେକ୍ରେଟାରିଏଟ୍‌“…. ‘ସଚିବାଳୟ’ କହିଲେ କିଏ ବୁଝିବ?
୫୬, ଭିଆଇପି ଏରିଆ, ଆଇଆର୍‌ସି ଭିଲେଜ, ଭୁବନେଶ୍ୱର-୧୫


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri