Posted inଜାତୀୟ

ଦିଲ୍ଲୀ, ପଞ୍ଜାବ, ହରିୟାଣାରେ ପ୍ରଭାବ: ଟିକାଏତ କହିଲେ ସଫଳ ହେଲା ‘ଭାରତ ବନ୍ଦ’

ନୂଆଦିଲ୍ଲୀ,୨୭ ।୯: ସଂଯୁକ୍ତ ମୋର୍ଚ୍ଚା କୃଷକ ମଞ୍ଚ ପକ୍ଷରୁ ସୋମବାର ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ବିଶେଷ ଭାବେ ଦିଲ୍ଲୀ, ହାରିୟାଣା ଓ ପଞ୍ଜାବରେ ଦେଖିବାକୁ ମିଳିଛି । ପଶ୍ଚିମ ଉତ୍ତର ପ୍ରଦେଶରେ ବି ଏହାର ପ୍ରଭାବ ଦେଖାଯାଇଥିଲା । ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀ ସଡ଼କ ଅବରୋଧ କରିବା ଦେଖାଯାଇଥିଲା । କେତେକ ସ୍ଥାନରେ ପ୍ରଦର୍ଶନକାରୀ ରେଳ ଧାରଣା ଉପରେ ବସିଯିବାରୁ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଉତ୍ତର ଭାରତରେ ଟ୍ରେନ୍ ରଦ୍ଦ ହେବା ସୀମାରେ ଗାଡିଗୁଡିକ ଅଟକି ରହିବା ଫଳରେ ରାସ୍ତା ଜାମ୍ ହେବାରୁ ସାଧାରଣ ଲୋକଙ୍କ ଜୀବନଯାତ୍ରା ଉପରେ ଖୁବ୍ ପ୍ରଭାବ ପଡିଥିଲା । ବନ୍ଦର ଅଧିକ ପ୍ରଭାବ ଗୁଡଗାଁଓ, ଗାଜିଆବାଦ, ନଏଡା ସହିତ ଦିଲ୍ଲୀ ଏନ୍‌ସିଆର୍‌ରେ ଦେଖାଯାଇଥିଲା । ଭାରତ ବନ୍ଦକୁ ନେଇ ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାଏତ କହିଛନ୍ତି ଆମର ଭାରତ ବନ୍ଦ ସଫଳ ହେଲା । ଆମକୁ କୃଷକଙ୍କ ସମ୍ପୂର୍ଣ୍ଣ ସମର୍ଥନ ବି ମିଳିଲା । ଆମେ ସରକାରଙ୍କ ସହ କଥା ହେବାକୁ ପ୍ରସ୍ତୁତ ହେଲେ ସରକାର କିଛି କଥା ହେଉ ନାହାନ୍ତି ବୋଲି ଟିକାଏତ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri