ଶାଳପତ୍ର ବିକ୍ରେତାଙ୍କୁ ଭେଟିଲା ଭଞ୍ଜସେନା 

ମୋରଡ଼ା,୧୯।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଶନିବାର ଅପରାହ୍ନ ୨ଟାରେ ମୋରଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ଶାଳପତ୍ର ବେଉସା କରୁଥିବା ପରିବାରକୁ ଭେଟିଛନ୍ତି। ଶାଳପତ୍ରରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖଲି ଓ ଦନାର ଚାହିଦା ଥିବାବେଳେ ବହୁ ଅଞ୍ଚଳରେ ଲକ୍ଷାଧିକ ଗରିବ ମହିଳା ଓ ପୁରୁଷ ଏହାକୁ ପ୍ରସ୍ତୁତ କରିଥାନ୍ତି। ମାତ୍ର ସରକାରଙ୍କ ଉଦାସୀନତା ଏବଂ ଉଚିତ୍‌ ବ୍ୟବସାୟୀକରଣ ନ ହେବା ଯୋଗୁ ଶିଳ୍ପବିହୀନ ଉକ୍ତ ଜିଲାରେ ଏହି କାର୍ଯ୍ୟ ଉପରେ ନିର୍ଭର କରୁଥିବା କାରିଗରମାନେ ଅଭାବ ଅନାଟନ ଭିତରେ ଦିନ ଅତିବାହିତ କରୁଛନ୍ତି। ଏହାକୁ ଲକ୍ଷ୍ୟରେ ରଖି ଦୀର୍ଘଦିନ ଧରି ଶାଳପତ୍ର ଏବଂ ଅନ୍ୟ ବନ୍ୟଜାତ ଦ୍ରବ୍ୟକୁ ନେଇ ଉଚିତ୍‌ ବ୍ୟବସାୟୀକରଣ କରିବା ନିମନ୍ତେ କୁଟୀର ଶିଳ୍ପ ମାଧ୍ୟମରେ ଲୋକଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆନ୍ଦୋଳନରତ ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା ଜେନା ମୋରଡ଼ା ବ୍ଲକ ଅଧୀନ ଗଡିଗାଁ, ଦାନ୍ତିଆମୁହାଁ ପଞ୍ଚାୟଗାଁତର ବିଭିନ୍ନ ଗ୍ରାମରେ ପହଞ୍ଚତ୍ଥିଲେ। ପ୍ରତ୍ୟେକ ଦିନ ଜଙ୍ଗଲରୁ ଶାଳପତ୍ର ତୋଳି ସେହି ‘ପତ୍ର ଟିପି’ ବେପାରୀଙ୍କୁ ବିକ୍ରି କରି ଯେଉଁ ପରିମାଣରେ ଅର୍ଥ ପାଉଛନ୍ତି, ଆଉ ସେତିକି ଅର୍ଥରେ କିଭଳି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି ସେ ବୁଝିଥିଲେ। ସରକାର ଏଥିପ୍ରତି ପଦକ୍ଷେପ ଗ୍ରହଣ କରନ୍ତୁ କିମ୍ବା ନ କରନ୍ତୁ, ଆଗାମୀ ଦିନରେ ଏହି କୁଟୀର ଶିଳ୍ପକୁ ଆଗକୁ ବଢ଼ାଇବା ଓ ଏହା ମାଧ୍ୟମରେ ରୋଜଗାର ପାଉଥିବା ବ୍ୟକ୍ତିମାନଙ୍କ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସଙ୍ଗଠନ ପ୍ରତିଶ୍ରୁତିବଦ୍ଧ ବୋଲି ଭଞ୍ଜସେନା ପ୍ରତିଷ୍ଠାତାଙ୍କ ସହ ଉପସ୍ଥିତ ବ୍ଲକ ସଭାପତି ପରିତୋଷ ବାରିକ କହିଛନ୍ତି।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri