ଓପନ୍‌ ନ୍ୟାସନାଲ ତାଇକୋଣ୍ଡ ଚାମ୍ପିୟାନଶିପ: ୨୪ ସ୍ବର୍ଣ୍ଣ ସହ ୪୦ ପଦକ ଜିତିଲେ ଭଞ୍ଜନଗର ଛାତ୍ରୀଛାତ୍ର

ଭଞ୍ଜନଗର,୧୧।୧୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ତାଇକୋଣ୍ଡ ଏକାଡେମୀର ପ୍ରତିଯୋଗୀମାନେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତାରେ ଭାଗ ନେଇ ସଫଳତାର ସହ ପଦକ ବିଜୟୀ ହେଉଛନ୍ତି। ଯାହାକି ଭଞ୍ଜନଗର ଟାଇକୋଣ୍ଡ ପ୍ରତିଯୋଗୀମାନଙ୍କ ପାଇଁ ଖୁସି ଖବର। ଏହିଭଳି ପରିସ୍ଥିତିରେ ଗତ ୮ ଓ ୯ ତାରିଖ ଦୁଇଦିନ ଧରି ବ୍ରହ୍ମପୁର ନିଷ୍ଟ ବିଶ୍ୱବିଦ୍ୟାଳୟ ଇଣ୍ଡୋର ଷ୍ଟାଡିୟମଠାରେ ଓପେନ ନ୍ୟାସନାଲ ଟାଇକୋଣ୍ଡ ଚାମ୍ପିୟାନଶିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଭଞ୍ଜନଗର ଟାଇକୋଣ୍ଡ ଏକାଡେମୀରୁ ମଧ୍ୟ କୋଚ ପ୍ରାଣ କୃଷ୍ଣ ଗୌଡ଼ଙ୍କ ନେତୃତ୍ୱରେ ୪୦ ଜଣ ଛାତ୍ରୀଛାତ୍ର ଭାଗ ନେଇଥିଲେ। ସେଥିରୁ ୨୪ ଜଣ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୧୨ ଜଣ ରୌପ୍ୟ ଏବଂ ୪ ଜଣ ତାମ୍ର ପଦକ ବିଜୟୀ ହୋଇଛନ୍ତି। ଏଥିସହ ଭଞ୍ଜନଗର ଟାଇକୋଣ୍ଡ ଏକାଡେମୀ ରନର୍ସ ଅପ ଟ୍ରଫି ବିଜୟ ଲାଭ କରିଛି । ଏହି ଅବସରରେ ମଙ୍ଗଳବାର ସଂନ୍ଧ୍ୟାରେ ଛାତ୍ରୀଛାତ୍ରମାନଙ୍କ ସମ୍ମାନ ପାଇଁ ଭଞ୍ଜନଗର ସହରରେ ଏକ ରୋଡ ସୋ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ସହରବାସୀ ସ୍ବାଗତ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୦ ପ୍ରାର୍ଥୀ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ…

ମହିଳାଙ୍କୁ ଉଦ୍ଧାର କଲେ ପାଟପୁର ପୋଲିସ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗାଁ ରୁ ଜଣେ ମାନସିକ ବିକୃତ ମହିଳାଙ୍କୁ ସୋମବାର ସନ୍ଧ୍ୟାରେ ପାଟପୁର ଥାନା ପୋଲିସ ଉଦ୍ଧାର…

ନମସ୍କାର ପକାଇ କଲେ ହ୍ୟାଣ୍ଡ୍‌ସେକ୍‌: ସନ୍ଧ୍ୟା ଭ୍ରମଣବେଳେ ଘଟିଗଲା…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଚିନ୍ନାରି.ରାଘବ ସୁବୁଦ୍ଧି ସନ୍ଧ୍ୟା ଭ୍ରମଣରେ ଯାଉଥିବାବେଳେ ଗାଁର ଶେଷ ମୁଣ୍ଡରେ ଜଣେ ହେଲିମେଟ ପିନ୍ଧିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri