ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ପୁନର୍ବାର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିଛନ୍ତି। ଇତିମଧ୍ୟରେ
ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦେଖୋ ଆପନା ଦେଶ ବିଷୟରେ ଏକ ସ୍କୁଲ ସ୍ତରୀୟ ବ୍ରୋସର୍ ତିଆରି ପ୍ରତିଯୋଗିତାର ଆୟୋଜନ କରିଥିଲା।
ଦଶମ ଶ୍ରେଣୀର ପାଞ୍ଚ ଜଣ ଛାତ୍ରୀ ସୁପ୍ରିୟାମଲ୍ଲିକ, ପ୍ରତିଭା ଖୁଣ୍ଟିଆ, ପ୍ରତ୍ୟାଶା ରଥ, ସମୀକ୍ଷା ଶତପଥୀ ଏବଂ ଦୀପ୍ତିମୟୀ ଦୋରା ଏକ ଅତ୍ୟନ୍ତ ସୁନ୍ଦର ବ୍ରୋସର୍ ପ୍ରସ୍ତୁତ କରି ତାଙ୍କ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଉଲ୍ଲେଖନୀୟ ଯେ, ଓଡ଼ିଶାରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଏକମାତ୍ର ବିଦ୍ୟାଳୟ ହେଉଛି ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ।
ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କାମାନୁ ଛାତ୍ରୀମାନଙ୍କ ଉଦ୍ୟମ ସହିତ ତାଙ୍କ ମାର୍ଗଦର୍ଶକ ଶିକ୍ଷକ ଅଜୟ ରାଜ, ଜିଜ୍ଞାସୁଙ୍କ ପ୍ରୟାସକୁ ବିଶେଷ ପ୍ରଶଂସା କରିଥିଲେ। ବିଜେତା ଦଳକୁ ୧୦ ହଜାର ଟଙ୍କାର ନଗଦ ପୁରସ୍କାର ସହିତ ବ୍ୟାଗ, ଟି-ଶର୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ରାଜ୍ୟର ବିଭିନ୍ନ ବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି। ଯାହାକି ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ। ଅଧ୍ୟକ୍ଷ କମାନୁ ଏବଂ ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବପର ହୋଇପାରିଛି।

