ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ଲୋଡ଼ା

ଭଞ୍ଜନଗର,୨୩।୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରଭଞ୍ଜ ସାହିତ୍ୟ ପରିଷଦଠାରେ ଶୁକ୍ରବାର ରାତିରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୮୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାନ କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ଏଥିସହ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ଲୋଡ଼ା ବୋଲି ସେ କହିଥିଲେ।
ମୁଖ୍ୟବକ୍ତା ଭାବେ ଭଞ୍ଜ ପ୍ରବକ୍ତା ଷଢଙ୍ଗୀ ଯୋଗଦେଇ ଭଞ୍ଜ ସାହିତ୍ୟରେ ଜଗନ୍ନାଥଙ୍କ କଥାମୃତ ଓ ସମାଜ ଚେତନା, ଶବ୍ଦ ଚାତୁରୀ, ରସ ଏବଂ ସୌନ୍ଦର୍ଯ୍ୟ ବୋଧର ଅନେକ ଦୃଷ୍ଟାନ୍ତ ଦେଇଥିଲେ। ତାଙ୍କ ରଚିତ ସବୁ ଶବ୍ଦରେ ତଥା କାବ୍ୟରେ ଶାସ୍ତ୍ରୀୟ ଆଧାରର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଡ଼.କମ୍ବୁପାଣି ସାମନ୍ତ ଯୋଗଦେଇ ଭଞ୍ଜ ସାହିତ୍ୟର ଅଧ୍ୟୟନକାରୀ ହେବାପାଇଁ ଉପସ୍ଥିତ ଶ୍ରୋତାଙ୍କୁ
ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ସାହିତି୍ୟକ ସୋମନାଥ ନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଭଞ୍ଜ ଜ୍ୟୋତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିରେ ସୁରେଶ ଚନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିବା ବେଳେ ସାମ୍ବାଦିକ ଲୋକନାଥ କର ସ୍ବାଗତ ଭାଷଣ ଓ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଅଶୋକ କୁମାର ସୱାଇଁ,ବିଶଜିତା ରାଉତରାୟ ଓ ଦୁର୍ଗା ମାଧବ ଦାଶ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ବିଶିଷ୍ଟ ମଞ୍ଚ ନାଟକ ଗୁରୁ ଉପେନ୍ଦ୍ର କୁମାର ଶତପଥୀ,ଟୁନା ଜେନା,ସୀମାଞ୍ଚଳ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ବିବାହ କଲେ ଭାଇରାଲ ଗର୍ଲ ମୋନାଲିସା: ବାପାଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ

ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ସେ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ମୋନାଲିସା ଅରୁମାନୁର ମନ୍ଦିରରେ ଫରମାନଙ୍କୁ ବିବାହ କରିଥିଲେ।…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଯୁଦ୍ଧ ଭିତରେ ଭାରତକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ, ଚମକି ପଡିଲା ଚାଇନା

ନୂଆଦିଲ୍‌ଲୀ,୧୨।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ତାର ଶକ୍ତି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ରୁଷିଆରୁ ତୈଳ କ୍ରୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି…

ଅଧରାତିରେ ପରିବାରର ୩ ଜଣଙ୍କୁ ହତ୍ୟା କରି ଫେରାର ବୃଦ୍ଧ: ଥାନାରେ ପହଞ୍ଚିଲେ ପୁଅ

ଦେବଗଡ଼,୧୨।୩(ଶଶାଙ୍କ ଶେଖର ଝାଙ୍କର) ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା। ଏଥିରେ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ। ସ୍ତ୍ରୀ, ବୋହୂ…

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri