ଅନାସ୍ଥା ପ୍ରସ୍ତାବକୁ ନେଇ ହଲଚଲ, ଚାଞ୍ଚଲ୍ୟକର ବୟାନ ଦେଲେ ଭକ୍ତ, କହିଲେ ନବୀନଙ୍କ ସହ…

ଭୁବନେଶ୍ୱର,୨୫।୭: ପିସିସି ସଭାପତିଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ ରହିଛି। କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ। ଯାହାକୁ ନେଇ ଏବେ ବୟାନବାଜି ବଢିବାରେ ଲାଗିଛି।

ସେପଟେ ଦରକାର ପଡ଼ିଲେ ନବୀନଙ୍କ ସହ କଥା ହେବେ ବୋଲି ପିସିସି ସଭାପତି ଭକ୍ତ ଦାସ ବଡ଼ ବୟାନ ଦେଇ କହିଛନ୍ତ । ଏପଟେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ନିଷ୍ପତ୍ତି ନେବେ ନବୀନ। ଅନ୍ୟପଟେ ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।

ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଓ ନିର୍ଯାତନାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ହିଂସା ଓ ନିର୍ଯାତନା ବଢୁଥିବାବେଳେ ସରକାର ତାହା ନିୟନ୍ତ୍ରଣ କରିବାରେ ଅକ୍ଷମ ହୋଇଛନ୍ତି ବୋଲି ଭକ୍ତ କହିଛନ୍ତି । ତେଣୁ ଏହି ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଜେଡିକୁ ପ୍ରସ୍ତାବ ପିସିସି ସଭାପତି ଦେଇଛନ୍ତି । ଭକ୍ତ କହିଛନ୍ତି , ନାରୀ ନିର୍ଯାତନା ମାମଲାରେ କଂଗ୍ରେସ ଓ ବିଜେଡି ଏକାଠି ଆସିପାରିବେ । ବିଜେଡି କିଛି ପଦକ୍ଷେପ ନେଲେ, କଂଗ୍ରେସ ସମର୍ଥନ କରିବ। ଏହା ସହ ଦରକାର ପଡିଲେ ସେ ନବୀନଙ୍କ ସହ କଥା ହେବେ ବୋଲି କହିଛନ୍ତି।

ବିରୋଧୀଙ୍କ ସଂଖ୍ୟା ୬୫ ଓ ସ୍ବାଧୀନ ବିଧାୟକ ୪ ଜଣ ଅଛନ୍ତି । ସଂଖ୍ୟା ଗରିିଷ୍ଠତା ପାଇଁ ଆଉ ମାତ୍ର ୬ରୁ ୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ବିତର୍କରେ ସରକାର ଜବାବ ରଖି ନ ପାରନ୍ତି, ତେବେ ସରକାର ଭାଙ୍ଗିଯିବାର ଆଶଙ୍କା ରହିଛି ବୋଲି ଭକ୍ତ କହିଛନ୍ତି ।

ଅନ୍ୟପଟେ ଅନାସ୍ଥା ଚର୍ଚ୍ଚା ଉପରେ ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ତେର୍ଚ୍ଛାବାଣ ମାରିଛନ୍ତି। ତାରା କହିଛନ୍ତି, ଅନାସ୍ଥା ଆଣିବା ପାଇଁ ଆମ ପାଖରେ ସଂଖ୍ୟା ରହିଛି। ଆମେ ୧୪ ବିଧାୟକ ଓ ଆମ ସହ ଜଣେ ସିପିଆଇ ବିଧାୟକ ବି ଅଛନ୍ତି। ବିଜେଡି ସମର୍ଥନ ନ କଲେ ଭାଜପା ସହ ଅଛି ବୋଲି ଜଣାପଡ଼ିବ। ଅନାସ୍ଥା କାଟ ଖାଇବ ନାହିଁ। ଭୋଟିଂ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri