ବିଲୁପ୍ତର ଦ୍ୱାରଦେଶରେ ଭାଗବତ ମୁଣ୍ଡିଆ

ଖଣ୍ଡପଡ଼ା,୨୧ା୯(ଅଜୟ କୁମାର ମହାରଣା): ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିଥିବା ଭାଗବତ ମୁଣ୍ଡିଆର ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ପରିବେଶବିତ୍‌ ତଥା ଗଛସାର ଭାବେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ ନୟାଗଡ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।      ଏ ସଂକ୍ରାନ୍ତରେ ସେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ପରିବେଶ ସୁରକ୍ଷା ପାଇଁ ଜଙ୍ଗଲର ସୁରକ୍ଷା ଜରୁରୀ ଅଟେ। ମାତ୍ର ଆଜିର ମଣିଷ ସମାଜ ନିଜ ଆବଶ୍ୟକତା ପୂରଣ ନିମନ୍ତେ ସବୁବେଳେ ଜଙ୍ଗଲକୁ ଲୁଟ୍‌ କରିବାରେ ଲାଗି ପଡିଛି। ରାଜସ୍ବ ବୃଦ୍ଧି ନିମନ୍ତେ ତହସିଲ ପକ୍ଷରୁ ନିଲାମ ଦିଆଯାଉଥିବା ପାହାଡ଼, ଜଙ୍ଗଲକୁ ମଣିଷ ପଦା କରିବାକୁ ବସିଲାଣି। ଅନେକ ପଥର ବ୍ୟବସାୟୀ, ପଥର କ୍ୱାରି ନିଲାମ ନ ନେଇ ମଧ୍ୟ ବିଭିନ୍ନ ନୀତି ନିୟମକୁ ଉଲ୍ଲଂଘନ କରି ପାହାଡରୁ ଚୋରାରେ ପଥର ଲୁଟୁଥିବା ଅଭିଯୋଗ ହେଉଛିି। ଏଥିଯୋଗୁ ପୁରାତନ ଯୁଗର କୀର୍ତ୍ତିବହନ କରୁଥିବା ଅନେକ ପାହାଡ ଅବକ୍ଷୟର ଦ୍ୱାରଦେଶରେ ପହଞ୍ଚିଲାଣି। ସେଥିମଧ୍ୟରୁ ନୟାଗଡ଼ ଜିଲା କଣ୍ଟିଲୋ ଗ୍ରାମ ନିକଟ ଐତିହ୍ୟସମ୍ପନ୍ନ ଭାଗବତ ମୁଣ୍ଡିଆ ପାହାଡ଼ ନିଜର ସତ୍ତା ହରାଇବାକୁ ବସିଛି।

ପ୍ରକାଶ ଯେ, କଣ୍ଟିଲୋ ନୀଳମାଧବ ଜୀଉ ପର୍ଯ୍ୟଟନ କ୍ଷେତ୍ର ନିକଟସ୍ଥ ଭାଗବତ ମୁଣ୍ଡିଆ ଏକ ଆଧ୍ୟାତ୍ମିକ, ସାଂସ୍କୃତିକ ତଥା ସାମାଜିକ ସଦ୍‌ଭାବନାର ସ୍ଥଳୀ। ଭାଗବତ ମୁଣ୍ଡିଆର ଶୀର୍ଷ ଦେଶରେ ଏକ ପଥର ଗୁମ୍ପାରେ ଭାଗବତ ଠାକୁର ଦୀର୍ଘ ବର୍ଷରୁ ପୂଜା ପାଇ ଆସୁଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଏହି ପାହାଡଟି ଅଞ୍ଚଳବାସୀ ତଥା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ପ୍ରତିବର୍ଷ ଭାଦ୍ରବ ମାସ ପୂର୍ଣ୍ଣମୀ ତିଥି ଭାଗବତ ଜନ୍ମ ଦିବସରେ ପାହାଡ ଶୀର୍ଷରେ ଠାକୁରଙ୍କ ନିକଟରେ ଆଧ୍ୟାତ୍ମବାଦୀ ମହିଳା ପୁରୁଷମାନେ ଏକାଠି ହୋଇ ପୂଜାର୍ଚ୍ଚନା ସହ ଭାଗବତ ପଠନ କରିଥାନ୍ତି। ସେହିପରି ରଜ ପର୍ବ ସମୟରେ କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳର ଝିଅପୁଅମାନେ ଘରୁ ମୁଢି, ମୁଆଁ, ଉଖୁଡା, ପିଠା ଆଦି ଧରି ଭାଗବତ ମୁଣ୍ଡିଆ ଓ ଏହି ପାହାଡ ନିକଟରେ ଥିବା ଆମ୍ବ ତୋଟାରେ ଏକାଠି ହୋଇଥାନ୍ତି। ସେଠାରେ ଗଛ ଡାଳରେ ରଜଦୋଳି ଖେଳ, ରଜଗୀତ ଗାଇ ମଜା ଉଠାଇଥାଆନ୍ତି। ଖେଳ ନାଚକୁଦ ପରେ ଘରୁ ନେଇଥିବା ପିଠାପଣା ପରସ୍ପର ମଧ୍ୟରେ ଦିଆନିଆ କରି ଖାଇଥାଆନ୍ତି। ଏହା ଦ୍ୱାରା ଭଉଣୀ ଭାଇ ମଧ୍ୟରେ ଆତ୍ମୀୟତା ଗଢି ଉଠିଥାଏ। ସେହିପରି ବର୍ଷା ଋତୁରେ ବର୍ଷାର ଅଭାବଜନିତ ମରୁଡି ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଏହି ଭାଗବତ ମୁଣ୍ଡିଆରେ ଗିରି ଗୋବର୍ଦ୍ଧନ ଓ ଇନ୍ଦ୍ରପୂଜା କରାଯାଇଥାଏ। ଫଳରେ ପରିବେଶ ସୁରକ୍ଷା ସହିତ ସାମାଜିକ କ୍ଷେତ୍ରରେ ଭାଗବତ ମୁଣ୍ଡିଆର ସ୍ଥିିତି ଗୁରୁ୍‌ତ୍ୱ ବହନ କରିଥାଏ। ଏହାଛଡା ଏହି ପାହାଡକୁ ଲାଗି ‘ସେରେଣ୍ଡା‘ ନାମକ ଏକ ବିରାଟ ପଥର ରହିଛି। ଏହି ପଥରରେ ଥିବା ଏକ ଖାଲରେ ବର୍ଷା ଦିନରେ ଜମା ହୋଇ ରହୁଥିବା ପାଣିକୁ ଜଙ୍ଗଲର ଜୀବଜନ୍ତୁ ସହିତ ଅନେକ ସମୟରେ ତୃଷାର୍ତ୍ତ ମଣିଷ ମଧ୍ୟ ବାଧ୍ୟ ହୋଇ ତୃଷ୍ଣା ମେଣ୍ଟାଉଥିଲା। ମାତ୍ର ପରିତାପର ବିଷୟ ବର୍ତ୍ତମାନ ପଥର ବ୍ୟବସାୟୀମାନେ ରାଜସ୍ବ ବିଭାଗ ପକ୍ଷରୁ କ୍ୱାରି ନିଲାମ ନେଇ ସଂପୃକ୍ତ ପାହାଡରୁ ପଥର ଚାଲାଣ କରିବା ସହିତ ଜାଳକାଠ ପାଇଁ ପାହାଡରେ ଥିବା ଗଛ ସବୁକୁ ଲୋକେ କାଟି ନେଉଛନ୍ତି। ଫଳରେ ଜଙ୍ଗଲର ଦ୍ରୁତ ଅବକ୍ଷୟ ସାଙ୍ଗକୁ ଆସ୍ତେ ଆସ୍ତେ ଜଙ୍ଗଲ ପାହାଡରୁ ପଥର,ମୋରମ କମିବାରେ ଲାଗିଛି। ଏହି ମୁଣ୍ଡିଆରୁ ବର୍ଷବର୍ଷ ଧରି ଲଘୁ ଖଣିଜ ସମ୍ପଦ ଲୁଟ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀମାନେ ଟ୍ରାକ୍ଟର ଯୋଗେ ପଥର, ମୋରମ ଆଦି ଆଖପାଖ ଅଞ୍ଚଳକୁ ଚୋରାରେ ଚାଲାଣ କରୁଥିବା ଅଭିଯୋଗ ହେଉଛି। ସେମାନଙ୍କ ଲୋଲୁପ ଦୃଷ୍ଟି ଉକ୍ତ ମୁଣ୍ଡିଆ ଉପରେ ପଡିବା ପରେ ସମୟାନୁକ୍ରମେ ଏହା ଶ୍ରୀହୀନ ହୋଇଯାଇଥିବା ପରିଲକ୍ଷିତ ହେଉଛି। ଐତିହାସିକ ଭାଗବତ ମୁଣ୍ଡିଆର ସୁରକ୍ଷା ଦିଗରେ ତହସିଲ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ବେଳେ ପ୍ରଶାସନିକ ଉଦାସୀନତାର ସୁଯୋଗ ନେଇ ଏହି ଚୋରାବ୍ୟବସାୟୀମାନେ ମୁଣ୍ଡିଆରୁ ଅବାଧରେ ଖଣିଜ ସମ୍ପଦ ଲୁଟି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri