ଭଗବତ୍‌ ଗୀତା ଆବୃତ୍ତି କରି ପ୍ରଥମ ହେଲେ …

ପାଟଣା,୧୫।୧୧(ବୀର କିଶୋର ଦାଶ): ପ୍ରଜ୍ଞାନ ମିଶନ ତରଫରୁ ସପ୍ତମ ଓଡ଼ିଶା ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ମୁଖ୍ୟାଳୟ ସରସ୍ବତୀ ଶିଶୁ ମନ୍ଦିର ସଭା ଗୃହରେ ଅନୁଷ୍ଠିତ ହୋଇଛି । ପ୍ରଜ୍ଞାନ ମିଶନ ଗୀତା ପ୍ରତିଯୋଗିତା ଜିଲା ସଂଯୋଜକ ବିବେକାନନ୍ଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟ କ୍ରମରେ ବ୍ଲକର ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗ ଦେଇ ଭଗବତ୍‌ ଗୀତାର ପଞ୍ଚମ ଅଧ୍ୟାୟ କର୍ମ ସନ୍ନ୍ୟାସ ଯୋଗକୁ ଆବୃତ୍ତି କରିଥିଲେ।
ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଡପାଟଣା ସରପଞ୍ଚ ବିନତି ବାନାରା,ମୁଖ୍ୟବକ୍ତା ଭାବେ ପାଟଣା ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଦ୍ୟାଧର ଦାଶ ସମ୍ମାନିତ ଅତିଥି ଭାବେ ପଣ୍ଡିତ କ୍ଷୀରୋଦ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଭଗବତ୍‌ ଗୀତାଧ୍‌ର ଉପକାରିତା ଉପରେ ଆଲୋକ ପାତ କରିଥିଲେ। ସଂଯୋଜକ ଦାଶ ପ୍ରଜ୍ଞାନ ମିଶନର ଆଭିମୁଖ୍ୟରେ ଉପରେ ଆଲୋକ ପାତ କରିଥିଲେ। ଆୟୋଜିତ ସଭାରେ ସଂଯୋଜକ ଦାଶ ଧନ୍ୟବାଦ ଦେଇଥିଲେ। ସଭା କାର୍ଯ୍ୟକୁ ବେଣୁଧର ମହାନ୍ତ ସଂଯୋଜନା କରିଥିଲେ।
ଗ୍ରୁପରେ ପ୍ରଥମ ସ୍ଥାନରେ ହିମାଦ୍ରୀ ତନୟା ମହାନ୍ତ, ଦ୍ୱିତୀୟ ସ୍ଥାନରେ ଶ୍ରୀକ୍ରିଷ୍ଣା ପଣ୍ଡା, ତୃତୀୟରେ ଲଭ୍‌ଲି ନାଏକ, ଗ୍ରୁପ ଖରେ ପ୍ରଥମ ସ୍ଥାନରେ ପ୍ରତିଭା ପ୍ରି ରଣା, ଦ୍ୱିତୀୟ ପଲ୍ଲବୀ ମହାନ୍ତ, ତୃତୀୟରେ ତେଜସ୍ମିତା ମହାନ୍ତ, ଗ୍ରୁପ କ’ରେ ପ୍ରଥମ ସ୍ଥାନରେ ଆଦ୍ୟାଶା କର, ଦ୍ୱିତୀୟରେ ପ୍ରଲନ ପିହୁ ମହାନ୍ତ, ତୃତୀୟରେ ରାଜ କୁମାର ବେହେରା ରହିଥିଲେ। ସମସ୍ତ ବର୍ଗର ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଓ ଗୀତା ଗ୍ରନ୍ଥ ଦେଇ ପୁରସ୍କୃତ କରିଥିଲେ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଗୀତା ପ୍ରଦାନ କରାଯାଇଥିଲା
ବିଚାରକ ଭାବେ ପଣ୍ଡିତ କ୍ଷୀରୋଦ କୁମାର ମିଶ୍ର, ଗଜେନ୍ଦ୍ର ମିଶ୍ର, ସଂସ୍କୃତ ଶିକ୍ଷକ ହଳଧର ମହାନ୍ତ ଓ ଶିକ୍ଷୟିତ୍ରୀ ଶର୍ମିଷ୍ଠା ସୋରେନ, ତ୍ରିବେଣୀ ମହାନ୍ତ ପ୍ରମୁଖ କାର୍ଯ୍ୟ ତୁଲାଇ ଥିଲେ।
ଆଚର୍ଯ୍ୟା ରେବତୀ ତ୍ରିପାଠୀ ଓ ନମିତା ମହାନ୍ତ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ଫାଣ୍ଡି ସାମ୍ନାରେ ବସ୍‌କୁ ଧକ୍କା ଦେଲା ଟ୍ରଲର, ଯୋଡାରୁ ଟାଟାକୁ ଯାଉଥିବାବେଳେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡର ଜଗନ୍ନାଥପୁର ଥାନା ଅଧିନସ୍ଥ ଜୟନ୍ତୀଗଡ଼ ଫାଣ୍ଡି ସାମ୍ନାରେ ମଙ୍ଗଳବାର କାରଓ୍ବା ନାମକ ଯାତ୍ରୀବାହୀ...

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏହି ସବୁ ଦାବି କଲେ ଜମି ହରାଉଥିବା ଲୋକେ, ଏକକାଳୀନ ୫ କୋଟି ଟଙ୍କା ସହ…

ପାଟଣା ,୨୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ଜେଏସଡବ୍ଲୁ ଓ ପସ୍କୋ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବାରଡାଙ୍ଗୁଆ ଗ୍ରାମରେ...

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ଯୋଡ଼ା,୧୯ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ...

ଶୌଚ ପାଇଁ ଯାଇ ନିଖୋଜ ଥିଲେ ମହିଳା, ଜଙ୍ଗଲରେ ଝୁଲନ୍ତା…

ଆନନ୍ଦପୁର,୧୮ା୧:(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ବିରିଡିହା ଗ୍ରାମର ମହିଳା ନଦୀକୁ ଶୌଚ ହେବାପାଇଁ ଯାଇ ନିଖୋଜ ଥିବା ବେଳେ ରବିବାର ତାଙ୍କ ମୃତଦେହ...

ପାଟଣା ରେଞ୍ଜରେ ପକ୍ଷୀ ଗଣନା, ୬ଶହ ପକ୍ଷୀ…

ପାଟଣା,୧୮ା୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେ଼ଇ ଟାଙ୍ଗିରି ସେକ୍ସନରେ ରବିବାର ପକ୍ଷୀ ଗଣନା ଆରମ୍ଭ ହୋଇଛି । ପାଟଣା ବନାଞ୍ଚଳର ଖିରେଇତାନଗିରି...

ବେଆଇନ ଗୋରୁ ମାଫିଆଙ୍କ ଘରେ ବଡ଼ଧରଣର ଚଢାଉ

କେନ୍ଦୁଝର,୧୭।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସମେତ ମୟୂରଭଞ୍ଜ, ଭଦ୍ରକ ଆଦି ଜିଲ୍ଲାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନରେ ସମନ୍ବିତ ଚଢାଉ କରିଛି...

ଗୋ ମାଫିଆଙ୍କ ଘରେ ରେଡ୍‌: ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଜବତ

ପାଟଣା,୧୭।୧(ବୀର କିଶୋର ଦାଶ): କେନ୍ଦୁଝର ପୋଲିସରର ଏକାଧିକ ଦଳ ଶନିବାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନ ଉପରେ ସମନ୍ବିତ ଚଢାଉ କରିଛନ୍ତିି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri