ଭୁବନେଶ୍ୱର,୫।୬: ଗୃହ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଭଦ୍ରକ ଏସ୍ପି ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳି କରାଯାଇଛି। ତାଙ୍କୁ ନବରଙ୍ଗପୁର ବଦଳି କରାଯାଇଥିବା ବେଳେ ଭଦ୍ରକ ନୂଆ ଏସ୍ପି ଭାବେ ମନୋଜ କୁମାର ରାଉତଙ୍କୁ ନିଯୁକ୍ତି କରାଯାଇଛି। ମନୋଜ ପୂର୍ବରୁ କେନ୍ଦୁଝର ଜିଲା ଅତିରିକ୍ତ ଏସ୍ପି ଦାୟିତ୍ୱରେ ଥିଲେ।


