ଠିକାଦାରଙ୍କ ଉପରେ ରହୁନି ଅଧିକାରୀଙ୍କ କର୍ତ୍ତୃତ୍ୱ

ବାସୁଦେବପୁର,୩।୭(ନାରାୟଣ ପ୍ରସାଦ ବାରିକ୍‌): ବାସୁଦେବପୁରରେ ଗତ କିଛିବର୍ଷ ଧରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀଙ୍କ ସଂଖ୍ୟା କମି କମି ଯାଉଥିବା ବେଳେ ବିଭାଗ ଅଧୀନରେ ଆସୁଥିବା କାର୍ଯ୍ୟକୁ ତଦାରଖ କରାଯାଇପାରୁ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବାସୁଦେବପୁର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ। ବାଲିନଗର ଛକ ନିକଟରେ ଥିବା ଏହି କାର୍ଯ୍ୟାଳୟରେ ଜଣେ ଏସ୍‌ଡିଓ ଏବଂ ୩ ଯନ୍ତ୍ରୀ ପଦବୀ ଥିବାବେଳେ ବର୍ତ୍ତମାନ ସମସ୍ତ ପଦବୀ ଖାଲି ପଡ଼ିଛି। ୨୦୨୩ ନଭେମ୍ବରଠାରୁ ଏସ୍‌ଡିଓ ପଦବୀ ଫାଙ୍କା ପଡ଼ିଛି। ଏଠାରେ କାର୍ଯ୍ୟରତ ଏସ୍‌ଡିଓ ଅବସର ନେବା ପରେ ସ୍ଥାୟୀ ଏସ୍‌ଡିଓ ନାହାନ୍ତି। ପୂର୍ବରୁ ୨ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିଲା। ୨୦୨୩ ନଭେମ୍ବରରେ ଅନ୍ୟ ଜଣେ ଯନ୍ତ୍ରୀ ଅବସର ନେବା ପରେ ତାହା ମଧ୍ୟ ଖାଲିପଡ଼ିଛି। ସାମୟିକ ଭାବେ ଚାନ୍ଦବାଲି ପୂର୍ତ୍ତ ବିଭାଗର ଏସ୍‌ଡିଓ ଏବଂ ଜଣେ ଯନ୍ତ୍ରୀ ବାସୁଦେବପୁର ବିଭାଗର ଦାୟିତ୍ୱ ଅସ୍ଥାୟୀ ଭାବେ ବୁଝୁଛନ୍ତି। ବାସୁଦେବପୁରରୁ ଚାନ୍ଦବାଲିର ଦୂରତା ପ୍ରାୟ ୭୦ କି.ମି.ରୁ ଊର୍ଦ୍ଧ୍ୱ। ଚାନ୍ଦବାଲିର ଏସ୍‌ଡିଓ ଓ ଯନ୍ତ୍ରୀ ବାସୁଦେବପୁରରେ ନିର୍ମାଣାଧୀନ ପ୍ରକଳ୍ପ ତଦାରଖ କରିବା କଷ୍ଟକର ହେଉଥିବା ସହ ସେମାନଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳୁନାହିଁ। ଏଠାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତଦାରଖ ଠିକ୍‌ ଭାବେ ହେଉନାହିଁ। ଫଳରେ ଏହାର ସୁଯୋଗରେ ଠିକାଦାରମାନେ ନିମ୍ନମାନର ଓ ମନମୁଖୀ କାର୍ଯ୍ୟ କରି ମୁନାଫା ଉଠାଉଛନ୍ତି। ଠିକାଦାରଙ୍କ କାର୍ଯ୍ୟ ଉପରେ ବିଭାଗୀୟ ଅଧିକାରୀଙ୍କ କର୍ତ୍ତୃତ୍ୱ ରହୁ ନ ଥିବାରୁ ନିର୍ମାଣାଧୀନ ରାସ୍ତା, ପୋଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କମାରଗାଁ-ବାଲିମେଦ, ବେକମୋଡ଼ି-ଆରୁହା, ଇଚ୍ଛାପୁର- ବାସୁଦେବପୁର, ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ପ୍ରଶସ୍ତୀକରଣ ତଥା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ଠିକ୍‌ ଭାବେ ଓ ନିୟମିତ ତଦାରଖ କରୁନାହାନ୍ତି। ରାସ୍ତାର ସୁରକ୍ଷା ପାଇଁ କମାରଗାଁ-ବାଲିମେଦ ରାସ୍ତାର ସାଇଡ୍‌ୱାଲ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ବେଳେ ଏହି ଗାଡ୍‌ୱାଲ ପାଖରୁ ମାଟି ଖୋଳି ରାସ୍ତା ପାଖ ଖାଲ ପୂରଣ କରାଯାଉ ଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ରାସ୍ତାଗୁଡ଼ିକରେ ମଧ୍ୟ ଠିକ୍‌ ଭାବେ ତଦାରଖ ହେଉ ନ ଥିବାରୁ ଠିକାଦାର ମନଇଚ୍ଛା ନିମ୍ନମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସେହିପରି ମନ୍ତେଇ ନଦୀର ଚାରିବାଟିଆ, କରଞ୍ଜଆଡ଼ିଆ ଘାଟ ନିକଟରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସ୍ଥାୟୀ ଏସ୍‌ଡିଓ ଓ ଯନ୍ତ୍ରୀ ନ ଥିବାରୁ ତଦାରଖ କରାଯାଇପାରୁ ନାହିଁ।
ଜଳସେଚନ ବିଭାଗର ଅବସ୍ଥା ମଧ୍ୟ ତଦୃପ। ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ଏସ୍‌ଡିଓ ପଦବୀ ଖାଲିପଡ଼ିଛି। ସେହିପରି ଯନ୍ତ୍ରୀ ପଦବୀ ମଧ୍ୟ ଖାଲି ପଡ଼ିଥିବାରୁ ନିର୍ମାଣାଧୀନ ପ୍ରକଳ୍ପ ଠିକ୍‌ ରୂପରେଖ ନେଇପାରୁ ନାହିଁ। ବାସୁଦେବପୁର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଏହାର ସଂଖ୍ୟାଧିକ ପଞ୍ଚାୟତର ସୀମା ସିଧାସଳଖ ବଙ୍ଗୋପସାଗରକୁ ଭେଦ କରିଥିବା ବେଳେ ଐତିହାସିକ ଇଷ୍ଟକୋଷ୍ଟ କେନାଲ ମଧ୍ୟ ବାସୁଦେବପୁର ମଧ୍ୟଭାଗ ଦେଇ କୋଲକାତାର ହୁଗୁଳି ପର୍ଯ୍ୟନ୍ତ ଲମ୍ବିଛି। ଏହାର ସୁରକ୍ଷା ଓ ବଙ୍ଗୋପସାଗର କୂଳେ କୂଳେ ଥିବା ଲୁଣାବନ୍ଧର ସୁରକ୍ଷା ଦାୟିତ୍ୱ ଜଳସେଚନ ବିଭାଗ ଅଧୀନରେ ରହୁଥିବା ବେଳେ ବାସୁଦେବପୁର ଜଳସେଚନ ବିଭାଗର ଏସ୍‌ଡିଓ ପଦବୀ ବର୍ଷେରୁ ଊର୍ଦ୍ଧ୍ୱ ଖାଲିପଡ଼ିବା ନେଇ ଜନଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ଭଦ୍ରକ ଜିଲାର ଅଧୀକ୍ଷଣ ଯନ୍ତ୍ରୀ(ଏସ୍‌ଇ) ଦୀପକ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ବାସୁଦେବପୁରସ୍ଥିତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଏସ୍‌ଡିଓ ଏବଂ ୩ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିବାରୁ ଉନ୍ନୟମୂଳକ କାର୍ଯ୍ୟ ତଦାରଖରେ ବାଧା ଉପୁଜୁଥିବା ସ୍ବୀକାର କରିଥିଲେ। ଏହି ପଦବୀ ପୂରଣ ପାଇଁ ପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏହାସହ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏ ବାବଦରେ ଅବଗତ କରିଛନ୍ତି। ଏହି ପଦବୀ ସମେତ ଜିଲାର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri