ଲୁପ୍‌ଲାଇନ୍‌ରେ ପଶିଗଲା ଭଦ୍ରକ-ବାଲେଶ୍ୱର ମେମୁ

ବାଲେଶ୍ୱର(ମାନସ ବିଶ୍ୱାଳ)/ବାହାନଗା(ଅରୂପ ଦାସ), ୧୯।୭: ବାହାନଗା ଟ୍ରେନ୍‌ ଦୁର୍ଘଟଣା ମନରୁ ଲିଭି ନ ଥିବା ବେଳେ ଆଉ ଏକ ନିଶ୍ଚିତ ଦୁର୍ଘଟଣା ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିଛି। ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍‌ (ନଂ.୦୮୦୩୨) ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଫଳରେ ପାଖାପାଖି ୧ହଜାର ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଭଦ୍ରକରୁ ମେମୁ ଟ୍ରେନ ବାଲେଶ୍ୱର ଆସୁଥିଲା। ନୀଳଗିରି ରୋଡ୍‌ରେ ସିଗନାଲ୍‌୍‌ କିମ୍ବା ଟ୍ରାକ୍‌ର ତ୍ରୁଟି ଜଣାପଡ଼ି ନ ଥିବା ବେଳେ ମଧ୍ୟାହ୍ନ ୧୨ଟା ୪୮ମିନିଟ୍‌ରେ ଟ୍ରେନ୍‌ ଲୁପ୍‌ଲାଇନ୍‌ ଭିତରକୁ ପଶିଯାଇଥିଲା। ଲୋକୋ ପାଇଲଟ ଟ୍ରାକ୍‌ରେ କୌଣସି ତ୍ରୁଟି ଥିବା ସନ୍ଦେହ କରିଥିଲେ। ହଠାତ୍‌ ଟ୍ରେନ୍‌କୁ ବ୍ରେକ୍‌ କରି ଅଟକାଇଥିଲେ। ଟ୍ରେନ୍‌ରୁ ଓହ୍ଲାଇ ଟ୍ରାକ୍‌ ଆଗକୁ ନ ଥିବା ଦେଖିଥିଲେ। ପରେ ଟ୍ରେନ୍‌କୁ ପଛକୁ ବ୍ରେକ୍‌ କରି ଘଟଣା ସମ୍ପର୍କରେ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ଟ୍ରେନ ପଛକୁ ଫେରୁଥିବା ଦେଖି ଯାତ୍ରୀମାନେ ବ୍ୟସ୍ତ ହୋଇପଡ଼ିଥିଲେ। ୨ ଘଣ୍ଟା ବିଳମ୍ବରେ ଟ୍ରେନ୍‌ ବାଲେଶ୍ୱର ରେଳଷ୍ଟେଶନର ୪ ନମ୍ବର ଟ୍ରାକ୍‌ରେ ପହଞ୍ଚିଥିଲା। ଟ୍ରେନରୁ ଯାତ୍ରୀମାନେ ଓହ୍ଲାଇ ଲୋକୋ ପାଇଲଟ୍‌ଙ୍କୁ ଜୀବନ ରକ୍ଷା ଲାଗି ଧନ୍ୟବାଦ ଦେବା ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରି ପ୍ରଶଂସା କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନୀଳଗିରି ରୋଡ୍‌ ଷ୍ଟେଶନ ଛାଡ଼ିବାର ପ୍ରାୟ ୧୦୦ ମିଟର ପରେ ଏକ ବଡ଼ ଧରଣର ଶବ୍ଦ ହୋଇଥିଲା। ଏହାପରେ ଟ୍ରେନ ଜୋର୍‌ରେ ବ୍ରେକ୍‌ ମାରି ରହିଥିଲା। କିଛି ସମୟ ମଧ୍ୟରେ ଟ୍ରେନ୍‌ ଟ୍ରାକ୍‌ରେ ତ୍ରୁଟି ଥିବା ଜଣାପଡ଼ିଥିଲା। ପରେ ଟେକ୍ନିକାଲ ଟିମ୍‌ ଆସି ତ୍ରୁଟି ସଜାଡ଼ିବା ପରେ ଟ୍ରେନ ବାଲେଶ୍ୱରରେ ପହଞ୍ଚିଥିଲା। ତେବେ ପଏଣ୍ଟ ରିଭର୍ସ ସେଟରେ ସମସ୍ୟା ଥିବା ବେଳେ ସିଗନାଲ ଷ୍ଟାଫ୍‌ଙ୍କ ଅବହେଳା ଯୋଗୁ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥାନ୍ତା ମେମୁ ଟ୍ରେନ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri