ଲୁପ୍‌ଲାଇନ୍‌ରେ ପଶିଗଲା ଭଦ୍ରକ-ବାଲେଶ୍ୱର ମେମୁ

ବାଲେଶ୍ୱର(ମାନସ ବିଶ୍ୱାଳ)/ବାହାନଗା(ଅରୂପ ଦାସ), ୧୯।୭: ବାହାନଗା ଟ୍ରେନ୍‌ ଦୁର୍ଘଟଣା ମନରୁ ଲିଭି ନ ଥିବା ବେଳେ ଆଉ ଏକ ନିଶ୍ଚିତ ଦୁର୍ଘଟଣା ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିଛି। ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍‌ (ନଂ.୦୮୦୩୨) ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଫଳରେ ପାଖାପାଖି ୧ହଜାର ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଭଦ୍ରକରୁ ମେମୁ ଟ୍ରେନ ବାଲେଶ୍ୱର ଆସୁଥିଲା। ନୀଳଗିରି ରୋଡ୍‌ରେ ସିଗନାଲ୍‌୍‌ କିମ୍ବା ଟ୍ରାକ୍‌ର ତ୍ରୁଟି ଜଣାପଡ଼ି ନ ଥିବା ବେଳେ ମଧ୍ୟାହ୍ନ ୧୨ଟା ୪୮ମିନିଟ୍‌ରେ ଟ୍ରେନ୍‌ ଲୁପ୍‌ଲାଇନ୍‌ ଭିତରକୁ ପଶିଯାଇଥିଲା। ଲୋକୋ ପାଇଲଟ ଟ୍ରାକ୍‌ରେ କୌଣସି ତ୍ରୁଟି ଥିବା ସନ୍ଦେହ କରିଥିଲେ। ହଠାତ୍‌ ଟ୍ରେନ୍‌କୁ ବ୍ରେକ୍‌ କରି ଅଟକାଇଥିଲେ। ଟ୍ରେନ୍‌ରୁ ଓହ୍ଲାଇ ଟ୍ରାକ୍‌ ଆଗକୁ ନ ଥିବା ଦେଖିଥିଲେ। ପରେ ଟ୍ରେନ୍‌କୁ ପଛକୁ ବ୍ରେକ୍‌ କରି ଘଟଣା ସମ୍ପର୍କରେ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ଟ୍ରେନ ପଛକୁ ଫେରୁଥିବା ଦେଖି ଯାତ୍ରୀମାନେ ବ୍ୟସ୍ତ ହୋଇପଡ଼ିଥିଲେ। ୨ ଘଣ୍ଟା ବିଳମ୍ବରେ ଟ୍ରେନ୍‌ ବାଲେଶ୍ୱର ରେଳଷ୍ଟେଶନର ୪ ନମ୍ବର ଟ୍ରାକ୍‌ରେ ପହଞ୍ଚିଥିଲା। ଟ୍ରେନରୁ ଯାତ୍ରୀମାନେ ଓହ୍ଲାଇ ଲୋକୋ ପାଇଲଟ୍‌ଙ୍କୁ ଜୀବନ ରକ୍ଷା ଲାଗି ଧନ୍ୟବାଦ ଦେବା ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରି ପ୍ରଶଂସା କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନୀଳଗିରି ରୋଡ୍‌ ଷ୍ଟେଶନ ଛାଡ଼ିବାର ପ୍ରାୟ ୧୦୦ ମିଟର ପରେ ଏକ ବଡ଼ ଧରଣର ଶବ୍ଦ ହୋଇଥିଲା। ଏହାପରେ ଟ୍ରେନ ଜୋର୍‌ରେ ବ୍ରେକ୍‌ ମାରି ରହିଥିଲା। କିଛି ସମୟ ମଧ୍ୟରେ ଟ୍ରେନ୍‌ ଟ୍ରାକ୍‌ରେ ତ୍ରୁଟି ଥିବା ଜଣାପଡ଼ିଥିଲା। ପରେ ଟେକ୍ନିକାଲ ଟିମ୍‌ ଆସି ତ୍ରୁଟି ସଜାଡ଼ିବା ପରେ ଟ୍ରେନ ବାଲେଶ୍ୱରରେ ପହଞ୍ଚିଥିଲା। ତେବେ ପଏଣ୍ଟ ରିଭର୍ସ ସେଟରେ ସମସ୍ୟା ଥିବା ବେଳେ ସିଗନାଲ ଷ୍ଟାଫ୍‌ଙ୍କ ଅବହେଳା ଯୋଗୁ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥାନ୍ତା ମେମୁ ଟ୍ରେନ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri