ଭୁବନେଶ୍ୱର,୨୭।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ)ର ୫ମ ବାର୍ଷିକ ଉତ୍ସବ ପାଳନ ହେବାକୁ ଯାଉଛି। ଏପରିକି ନଭେମ୍ବର ୨୯ରେ ବିଜିୟୁର ୫ମ ସମାବର୍ତ୍ତନ ଉତ୍ସବର ମଧ୍ୟ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଜିୟୁର ବିଭିନ୍ନ ବିଭାଗର ୩୧୦ଜଣ ଛାତ୍ରୀଛାତ୍ରଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ବିଶେଷକରି ୨୦୩ ଜଣ ଅଣସ୍ନାତକ ଓ ୧୦୭ ଜଣ ସ୍ନାତକୋତ୍ତର ଛାତ୍ରୀଛାତ୍ର ଅଟନ୍ତି।
ଏହି ଅବସରରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଲୋକ ସଭା ସଦସ୍ୟ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ା ସେହିଭଳି ୟୁନିଭର୍ସିଟି ଦ୍ୱାରା ପ୍ରଫେସର ସାମନ୍ତଙ୍କୁ ପ୍ରଥମ ଡକ୍ଟର ଅଫ୍ ଲେଟର (ହୋନରିସ୍ କୋଜା) ରେ ମଧ୍ୟ ସମ୍ବର୍ଦ୍ଧିତ କରାଯିବ।
ଗତ ୬ ବର୍ଷର ସ୍ବଳ୍ପ ଅବଧି ମଧ୍ୟରେ ବିଜିୟୁ ପୂର୍ବ ଭାରତର ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଉତ୍କର୍ଷର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ବିଜିୟୁ ପାଇଁ ୨୦୨୨ ବର୍ଷ ସମସ୍ତ ଦୃଷ୍ଟିକୋଣରୁ ଗୁଣାତ୍ମକ ଓ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। କୋଭିଡ୍ ମହାମାରୀର ପ୍ରକୋପ ମଧ୍ୟରେ ମଧ୍ୟ ୟୁନିଭର୍ସିଟି ପକ୍ଷରୁ ଠିକ୍ ସମୟରେ ପାଠ୍ୟକ୍ରମ ସମାପ୍ତ କରାଯାଇଥିଲା ଏବଂ ପରୀକ୍ଷା ସମ୍ପନ୍ନ କରାଯାଇଥିଲା। ବିଜିୟୁର ଉଚିତ ଚୟନ ପ୍ରକ୍ରିୟା ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ ମେଧାବୀ ଛାତ୍ରୀଛାତ୍ରଙ୍କୁ ଚୟନ କରିବା ସହ ଅଭାବୀ ଛାତ୍ରୀଛାତ୍ରମାନଙ୍କୁ ବୃତ୍ତି ପ୍ରଦାନ କରି ପଢ଼ିବାର ସୁଯୋଗ ମଧ୍ୟ ପ୍ରଦାନ କରିଛି।
ସେହିପରି ଚଳିତ ଶିକ୍ଷାବର୍ଷରେ ବିଜିୟୁ ବ୍ୟାଚେଲର ଇନ୍ କମ୍ପ୍ୟୁଟର ଆପ୍ଲିକେଶନ, ମାଷ୍ଟର ଇନ୍ କମ୍ପ୍ୟୁଟର ଆପ୍ଲିକେଶନ, ମାଷ୍ଟର ଇନ୍ ଫାଇନାନ୍ସିଆଲ୍ ଇକୋନୋମିକ୍ସ୍, ପିଏଚ୍ଡି ଇନ୍ ମାସ୍କମ୍ୟୁନିକେଶନ୍, ଲ ଏବଂ ଇଂଲିଶ୍ ଆଦି ପାଠ୍ୟକ୍ରମର ଆରମ୍ଭ ସହ ୟୁନିଭର୍ସିଟିର ଫାକଲ୍ଟି ସଦସ୍ୟମାନଙ୍କର ନିଯୁ୍କ୍ତି ମଧ୍ୟ ବୃଦ୍ଧି ପାଇଛି। ଏପରିକି ନୂତନ ହଲ୍, ଲାବରେଟୋରି ଓ ଅନ୍ୟାନ୍ୟ ସୁବିଧା ସହ ବିଜିୟୁ ତା’ର ଭିତ୍ତିଭୂମିକୁ ମଧ୍ୟ ବିସ୍ତାର କରିପାରିଛି। ୨୦୨୩ ଶିକ୍ଷାବର୍ଷ ନିମନ୍ତେ ମଧ୍ୟ ବିଭିନ୍ନ ପାଠ୍ୟକ୍ରମ ପାଇଁ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ
ନୂଆଦିଲ୍ଲୀ,୩୧।୩: ଆଇପିଏଲ୍ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…
ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ
ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…
ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…
ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…
ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…
ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…
ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ
ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…
ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍କୁ ନିଜେ ଦଖଲ କର’
ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…
ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ
ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…
୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା
ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…
Archives

