ଭୁବନେଶ୍ୱର,୨୭।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ)ର ୫ମ ବାର୍ଷିକ ଉତ୍ସବ ପାଳନ ହେବାକୁ ଯାଉଛି। ଏପରିକି ନଭେମ୍ବର ୨୯ରେ ବିଜିୟୁର ୫ମ ସମାବର୍ତ୍ତନ ଉତ୍ସବର ମଧ୍ୟ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଜିୟୁର ବିଭିନ୍ନ ବିଭାଗର ୩୧୦ଜଣ ଛାତ୍ରୀଛାତ୍ରଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ବିଶେଷକରି ୨୦୩ ଜଣ ଅଣସ୍ନାତକ ଓ ୧୦୭ ଜଣ ସ୍ନାତକୋତ୍ତର ଛାତ୍ରୀଛାତ୍ର ଅଟନ୍ତି।
ଏହି ଅବସରରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଲୋକ ସଭା ସଦସ୍ୟ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ା ସେହିଭଳି ୟୁନିଭର୍ସିଟି ଦ୍ୱାରା ପ୍ରଫେସର ସାମନ୍ତଙ୍କୁ ପ୍ରଥମ ଡକ୍ଟର ଅଫ୍ ଲେଟର (ହୋନରିସ୍ କୋଜା) ରେ ମଧ୍ୟ ସମ୍ବର୍ଦ୍ଧିତ କରାଯିବ।
ଗତ ୬ ବର୍ଷର ସ୍ବଳ୍ପ ଅବଧି ମଧ୍ୟରେ ବିଜିୟୁ ପୂର୍ବ ଭାରତର ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଉତ୍କର୍ଷର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ବିଜିୟୁ ପାଇଁ ୨୦୨୨ ବର୍ଷ ସମସ୍ତ ଦୃଷ୍ଟିକୋଣରୁ ଗୁଣାତ୍ମକ ଓ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। କୋଭିଡ୍ ମହାମାରୀର ପ୍ରକୋପ ମଧ୍ୟରେ ମଧ୍ୟ ୟୁନିଭର୍ସିଟି ପକ୍ଷରୁ ଠିକ୍ ସମୟରେ ପାଠ୍ୟକ୍ରମ ସମାପ୍ତ କରାଯାଇଥିଲା ଏବଂ ପରୀକ୍ଷା ସମ୍ପନ୍ନ କରାଯାଇଥିଲା। ବିଜିୟୁର ଉଚିତ ଚୟନ ପ୍ରକ୍ରିୟା ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ ମେଧାବୀ ଛାତ୍ରୀଛାତ୍ରଙ୍କୁ ଚୟନ କରିବା ସହ ଅଭାବୀ ଛାତ୍ରୀଛାତ୍ରମାନଙ୍କୁ ବୃତ୍ତି ପ୍ରଦାନ କରି ପଢ଼ିବାର ସୁଯୋଗ ମଧ୍ୟ ପ୍ରଦାନ କରିଛି।
ସେହିପରି ଚଳିତ ଶିକ୍ଷାବର୍ଷରେ ବିଜିୟୁ ବ୍ୟାଚେଲର ଇନ୍ କମ୍ପ୍ୟୁଟର ଆପ୍ଲିକେଶନ, ମାଷ୍ଟର ଇନ୍ କମ୍ପ୍ୟୁଟର ଆପ୍ଲିକେଶନ, ମାଷ୍ଟର ଇନ୍ ଫାଇନାନ୍ସିଆଲ୍ ଇକୋନୋମିକ୍ସ୍, ପିଏଚ୍ଡି ଇନ୍ ମାସ୍କମ୍ୟୁନିକେଶନ୍, ଲ ଏବଂ ଇଂଲିଶ୍ ଆଦି ପାଠ୍ୟକ୍ରମର ଆରମ୍ଭ ସହ ୟୁନିଭର୍ସିଟିର ଫାକଲ୍ଟି ସଦସ୍ୟମାନଙ୍କର ନିଯୁ୍କ୍ତି ମଧ୍ୟ ବୃଦ୍ଧି ପାଇଛି। ଏପରିକି ନୂତନ ହଲ୍, ଲାବରେଟୋରି ଓ ଅନ୍ୟାନ୍ୟ ସୁବିଧା ସହ ବିଜିୟୁ ତା’ର ଭିତ୍ତିଭୂମିକୁ ମଧ୍ୟ ବିସ୍ତାର କରିପାରିଛି। ୨୦୨୩ ଶିକ୍ଷାବର୍ଷ ନିମନ୍ତେ ମଧ୍ୟ ବିଭିନ୍ନ ପାଠ୍ୟକ୍ରମ ପାଇଁ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…
ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ
ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...
ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍
ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...
ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର
ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି
ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି E-KYC ଅବଧି...
Archives


