ଏହି ୩ ପ୍ରକାର ଲୋକଙ୍କ ପ୍ରତି ରୁହନ୍ତୁ ସାବଧାନ, ନଚେତ୍‌ ଜୀବନରେ ଅନେକ ପସ୍ତାଇବେ

ଜୀବନରେ ଆପଣ ଯେତେ ଆଗକୁ ଯାଆନ୍ତୁ ନା କାହିଁକି ନୀତିଶାସ୍ତ୍ର ଏବଂ କୂଟନୀତିଜ୍ଞ ଚାଣକ୍ୟଙ୍କ ବାଣୀ ମାନି ଆଗକୁ ବଢ଼ିବା ଉଚିତ୍‌। ୩ ପ୍ରକାର ଲୋକଙ୍କ ପ୍ରତି ସାବଧାନ ରହିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି। ନଚେତ୍‌ ଜୀବନରେ ଅନେକ ପସ୍ତାଇବେ ବୋଲି ଚାଣକ୍ୟ ତାଙ୍କ ନୀତିବାଣୀରେ କହିଛନ୍ତି।

କ୍ରୋଧି ବ୍ୟକ୍ତି:
ଯେଉଁ ବ୍ୟକ୍ତି ସବୁ ସମୟରେ କ୍ରୋଧ କରିଥାନ୍ତି। ଛୋଟଛୋଟ କଥାରେ ରାଗିଥାନ୍ତି। ନିଜ ପାଇଁ ଅନ୍ୟମାନଙ୍କୁ ଅସୁବିଧାରେ ପକାନ୍ତି। ନିଜକୁ ଠିକ୍‌ ବୋଲି କହି ଅନ୍ୟର ଦୋଷ ଦୁର୍ବଳତାକୁ ଧରନ୍ତି। ଏଭଳି ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। କାରଣ ଏପରି ବ୍ୟକ୍ତିବିଶେଷଙ୍କ ପ୍ରତି ଭରସା କରିବା ଆଦୌ ଠିକ୍‌ ନୁହେଁ।

ସ୍ବାର୍ଥପର ଲୋକ:
ସ୍ବାର୍ଥପର ଲୋକ ସବୁବେଳେ ନିଜର ସୁବିଧା ଦେଖିଥାନ୍ତି। ଆପଣ ଯେତେବେଳେ ଅସୁବିଧାରେ ପଡ଼ନ୍ତି ସେତେବେଳେ ସେ ଆହୁରି ଅସୁବିଧା ଆଣି ସାମ୍ନାରେ ଠିଆ କରିଦିଅନ୍ତି। ଏପରି ଲୋକ କୌଣସି ଜରୁରୀ କାର୍ଯ୍ୟରେ କାମରେ ଆସିବେ ନାହିଁ। ତେଣୁ ଏମିତି ଲୋକଙ୍କଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି।

ମିଛୁଆ ଲୋକ:
ଯେଉଁ ଲୋକ କଥା କଥାକେ ମିଛ କୁହନ୍ତି। ନିଜ କାମ କରିବା ପାଇଁ ମିଛ କହିବାକୁ ଟିକେ ବି ପଛାନ୍ତି ନାହିଁ। ଏହି ଲୋକ ଯେତେବେଳେ ହେଉନା କାହିଁକି ଆପଣଙ୍କୁ ଧୋକା ଦେଇପାରନ୍ତି। ଏପରି ଲୋକଙ୍କ ପ୍ରତି ଭରସା ନ ରଖି ନିଜକୁ ଦୂରେଇ ରଖନ୍ତୁ ବୋଲି ମହାନ ବିଦ୍ୱାନ ଚାଣକ୍ୟ ତାଙ୍କ ନୀତିବାଣୀରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri