ଏହି ୩ ପ୍ରକାର ଲୋକଙ୍କ ପ୍ରତି ରୁହନ୍ତୁ ସାବଧାନ, ନଚେତ୍‌ ଜୀବନରେ ଅନେକ ପସ୍ତାଇବେ

ଜୀବନରେ ଆପଣ ଯେତେ ଆଗକୁ ଯାଆନ୍ତୁ ନା କାହିଁକି ନୀତିଶାସ୍ତ୍ର ଏବଂ କୂଟନୀତିଜ୍ଞ ଚାଣକ୍ୟଙ୍କ ବାଣୀ ମାନି ଆଗକୁ ବଢ଼ିବା ଉଚିତ୍‌। ୩ ପ୍ରକାର ଲୋକଙ୍କ ପ୍ରତି ସାବଧାନ ରହିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି। ନଚେତ୍‌ ଜୀବନରେ ଅନେକ ପସ୍ତାଇବେ ବୋଲି ଚାଣକ୍ୟ ତାଙ୍କ ନୀତିବାଣୀରେ କହିଛନ୍ତି।

କ୍ରୋଧି ବ୍ୟକ୍ତି:
ଯେଉଁ ବ୍ୟକ୍ତି ସବୁ ସମୟରେ କ୍ରୋଧ କରିଥାନ୍ତି। ଛୋଟଛୋଟ କଥାରେ ରାଗିଥାନ୍ତି। ନିଜ ପାଇଁ ଅନ୍ୟମାନଙ୍କୁ ଅସୁବିଧାରେ ପକାନ୍ତି। ନିଜକୁ ଠିକ୍‌ ବୋଲି କହି ଅନ୍ୟର ଦୋଷ ଦୁର୍ବଳତାକୁ ଧରନ୍ତି। ଏଭଳି ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। କାରଣ ଏପରି ବ୍ୟକ୍ତିବିଶେଷଙ୍କ ପ୍ରତି ଭରସା କରିବା ଆଦୌ ଠିକ୍‌ ନୁହେଁ।

ସ୍ବାର୍ଥପର ଲୋକ:
ସ୍ବାର୍ଥପର ଲୋକ ସବୁବେଳେ ନିଜର ସୁବିଧା ଦେଖିଥାନ୍ତି। ଆପଣ ଯେତେବେଳେ ଅସୁବିଧାରେ ପଡ଼ନ୍ତି ସେତେବେଳେ ସେ ଆହୁରି ଅସୁବିଧା ଆଣି ସାମ୍ନାରେ ଠିଆ କରିଦିଅନ୍ତି। ଏପରି ଲୋକ କୌଣସି ଜରୁରୀ କାର୍ଯ୍ୟରେ କାମରେ ଆସିବେ ନାହିଁ। ତେଣୁ ଏମିତି ଲୋକଙ୍କଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି।

ମିଛୁଆ ଲୋକ:
ଯେଉଁ ଲୋକ କଥା କଥାକେ ମିଛ କୁହନ୍ତି। ନିଜ କାମ କରିବା ପାଇଁ ମିଛ କହିବାକୁ ଟିକେ ବି ପଛାନ୍ତି ନାହିଁ। ଏହି ଲୋକ ଯେତେବେଳେ ହେଉନା କାହିଁକି ଆପଣଙ୍କୁ ଧୋକା ଦେଇପାରନ୍ତି। ଏପରି ଲୋକଙ୍କ ପ୍ରତି ଭରସା ନ ରଖି ନିଜକୁ ଦୂରେଇ ରଖନ୍ତୁ ବୋଲି ମହାନ ବିଦ୍ୱାନ ଚାଣକ୍ୟ ତାଙ୍କ ନୀତିବାଣୀରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri