Posted inଖେଳ

ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା

ହାଙ୍ଗଝୋ, ୩୦।୯ (ପି.ଟି.): ଚଳିତ ଏସିଆନ ଗେମ୍ସର ଶୁଟିଂ ରେଞ୍ଜରେ ଭାରତୀୟ ଶୁଟରମାନେ ଅତ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ଏଥର ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା ମିଳିଛି। ଭାରତର ଯୁବ ଶୁଟରମାନେ ପ୍ରତିପକ୍ଷ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇ ଶୁକ୍ରବାର ୨ଟି ସ୍ବର୍ଣ୍ଣ ଓ ୩ ରୌପ୍ୟ ପଦକ ହାସଲ କରିଛନ୍ତି। ଫଳରେ କୌଣସି ଗୋଟିଏ ସଂସ୍କରଣରେ ଏଥର ଶୁଟରମାନେ ସର୍ବାଧିକ ପଦକ ହାସଲରେ ରେକର୍ଡ କରିଛନ୍ତି। ଗତ ୬ ଦିନରେ ଭାରତୀୟ ଶୁଟରମାନେ ୧୮ଟି ପଦକ ହାସଲ କରି ସାରିଛନ୍ତି। ଏହା ମଧ୍ୟରେ ୬ ସ୍ବର୍ଣ୍ଣ ଓ ୭ ରୌପ୍ୟ ପଦକ ସାମିଲ। ଏହା ପୂର୍ବରୁ ୨୦୦୬ ଦୋହା ଏସିଆନ ଗେମ୍ସରେ ଭାରତ ଶୁଟିଂରୁ ସର୍ବାଧିକ ୧୪ ପଦକ ପାଇଥିଲା। ଏଥର ଏହାକୁ ଅତିକ୍ରମ କରିଯାଇଛି। ଶୁକ୍ରବାର ଅନୁଷ୍ଠିତ ମହିଳା ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ପଲକ ଗୁଲିଆ ସ୍ବର୍ଣ୍ଣ ଓ ଇଶା ସିଂ ରୌପ୍ୟ ପଦକ ପାଇଛନ୍ତି। ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲ ଦଳଗତ ଇଭେଣ୍ଟରେ ପଲକ, ଇଶା ଓ ଦିବ୍ୟା ଥାଡିଗୋଲ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ୫୦ ମିଟର ରାଇଫଲ ୩ ପୋଜିଶନ୍ସର ଦଳଗତ ବିଭାଗରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ସ୍ବପ୍ନିଲ କୁସାଲେ ଓ ଅଖିଲ ଶେଓରନ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ୨୨ ବର୍ଷୀୟ ଐଶ୍ୱର୍ଯ୍ୟ ପୁରୁଷ ରାଇଫଲ ୩ ପୋଜିଶନ୍ସ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ଶୁଟିଂ, ଟେନିସ, ସ୍କ୍ବାଶ୍‌ ଓ ଆଥଲେଟିକ୍ସକୁ ମିଶାଇ ୬ଷ୍ଠ ଦିବସରେ ଭାରତକୁ ମୋଟ ୮ଟି ପଦକ ମିଳିଛି।
ଭାରତର ଦୁଇ ଟିନ୍‌ଏଜ୍‌ ଶୁଟର ପଲକ ଓ ଇଶା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଓ୍ବାନ୍‌-ଟୁ ଫିନିଶ୍‌ କରି ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିରାଶ କରିଥିଲେ। ଶୀର୍ଷସ୍ଥାନ ପାଇଁ ଦୁଇ ଭାରତୀୟ ପରସ୍ପରକୁ ଚ୍ୟାଲେଞ୍ଜ ଦେଇଥିଲେ। ମାତ୍ର ଶେଷରେ ୧୭ ବର୍ଷୀୟା ପଲକ ବାଜି ମାରିଥିଲେ। ”ସେଠାରେ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା ନ ଥିଲା। ମୋର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ମୁଁ ନିଜେ। ମୁଁ ସବୁବେଳେ ନିଜସହ ଲଢ଼େଇ କରିଥାଏ“ ବୋଲି ସ୍ବର୍ଣ୍ଣ ଜିତିବା ପରେ ପଲକ ପ୍ରକାଶ କରିଥିଲେ। ଏଥିରେ ପାକିସ୍ତାନର ତଲତ କିଶ୍ମାଲା ବ୍ରୋଞ୍ଜ ପଦକ ପାଇଥିଲେ। ସିନିୟର ବିଭାଗରେ ପଲକଙ୍କ ପାଇଁ ଏହାଥିଲା ବଡ଼ ପ୍ରତିଯୋଗିତାରେ ପ୍ରଥମ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ। ଫାଇନାଲ୍ସରେ ସେ ଗେମ୍ସ ରେକର୍ଡ ସହ ୨୪୨.୧ ପଏଣ୍ଟ ଶୁଟ୍‌ କରିଥିଲେ। ଇଶା ୨୩୯.୭ ପଏଣ୍ଟ ଶୁଟ୍‌ କରି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଗତ ବୁଧବାର ଇଶା ୨୫ ମିଟର ପିସ୍ତଲରେ ମଧ୍ୟ ରୌପ୍ୟ ପଦକ ପାଇଥିଲେ। ୫୦ ମିଟର ରାଇଫଲ ଆରେନାରେ ମଧ୍ୟ ଭାରତୀୟ ମାର୍କ୍ସମ୍ୟାନଙ୍କ ଚମକ ଦେଖିବାକୁ ମିଳିଥିଲା। ପୁରୁଷ ୩ ପୋଜିଶନ ଟିମ୍‌ର ସଦସ୍ୟ ଐଶ୍ୱର୍ଯ୍ୟ ୫୯୧, ସ୍ବପ୍ନିଲ ୫୯୧ ଓ ଶେଓରନ ୫୮୭ ପଏଣ୍ଟ ଶୁଟ୍‌ କରିଥିଲେ। ଫଳରେ ଭାରତୀୟ ଦଳ ୧୭୬୯ ବିଶ୍ୱରେକର୍ଡ ସ୍କୋର ସହ ସ୍ବର୍ଣ୍ଣ ପଦକ ପାଇଥିଲା। ଚାଇନା ୧୭୬୩ ଓ ଦକ୍ଷିଣ କୋରିଆ ୧୭୪୮ ପଏଣ୍ଟ ସହିତ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲା। ପୂର୍ବ ବିଶ୍ୱ ରେକର୍ଡ ପଏଣ୍ଟ ଅପେକ୍ଷା ଭାରତୀୟମାନେ ଅଧିକ ୮ ପଏଣ୍ଟ ଶୁଟ୍‌ କରିଥିଲେ। ପୁରୁଷ ୫୦ ମିଟର ରାଇଫଲ ୩ ପୋଜିଶନ ବ୍ୟକ୍ତିଗତ ଇଭେଣ୍ଟରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର ଅଳ୍ପକେ ସ୍ବର୍ଣ୍ଣ ପଦକ ମିସ୍‌ କରିଥିଲେ। ସେ ୪୫୯.୭ ପଏଣ୍ଟ ପାଇଥିବାବେଳେ ଚାଇନାର ଡୁ ଲିନ୍‌ସୁ ୪୬୦.୬ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ୧୮ ବର୍ଷୀୟା ଇଶା ୫୭୯, ପଲକ ୫୭୭ ଓ ଦିବ୍ୟା ୫୭୫ ଏହିପରି ମୋଟ ୧୭୩୧ ପଏଣ୍ଟ ଶୁଟ୍‌ କରି ରୌପ୍ୟ ପଦକ ପାଇଥିଲେ। ୧୭୩୬ ପଏଣ୍ଟ ସହିତ ଚାଇନା ସ୍ବର୍ଣ୍ଣ ପଦକ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri