Posted inଖେଳ

ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ୫୦ ଥର ହୋଇଛନ୍ତି ଶୂନରେ ଆଉଟ, ଟପ-୧୦ରେ ଜଣେ ଭାରତୀୟ…

କୋଲକାତା,୧୧।୧୨ : କୌଣସି କ୍ରିକେଟରଙ୍କର ସ୍ବପ୍ନ ହେଉଛି ତାଙ୍କ ଦେଶ ପାଇଁ ଖେଳିବା । ଜଣେ ଯଥାସମ୍ଭବ ରନ ସ୍କୋର କରିବାକୁ କିମ୍ବା ୱିକେଟ ନେବାକୁ କରିଥାନ୍ତି। କିନ୍ତୁ ଦୁନିଆରେ ଏପରି ୩ ଜଣ କ୍ରିକେଟର ଅଛନ୍ତି ଯେଉଁମାନେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୫୦ ରୁ ଅଧିକ ଥର ଖାତା ନ ଖୋଲି ଶୂନରେ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ବିଶେଷ କଥା ହେଉଛି ଏହି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଅନ୍ତର୍ଜାତୀୟ କ୍ରିକେଟ ରେ ୨୧ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଏଭଳି ବ୍ୟାଟ୍ସମ୍ୟାନଙ୍କ ଟପ -୧୦ ତାଲିକାରେ ଜଣେ ଭାରତୀୟ କ୍ରିକେଟର ମଧ୍ୟ ଅଛନ୍ତି।

ପ୍ରଥମ ହେଉଛନ୍ତି ମୁଥିୟା ମୁରଲୀଧରନ ଏବଂ ଦ୍ୱିତୀୟ ହେଉଛନ୍ତି କୋର୍ଟନି ୱାଲ୍ସ। କିନ୍ତୁ ତୃତୀୟ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ,ଏହାର କାରଣ ହେଉଛି ଏହି ଖେଳାଳୀ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ସହିତ ଓପନିଂ ଷ୍ଟାଇଲ ବଦଳାଇବା ପାଇଁ ଜଣାଶୁଣା । ତାଙ୍କ ନାମ ହେଉଛି ସନଥ ଜୟସୁରିଆ। ଶ୍ରୀଲଙ୍କାର ସନଥ ଜୟସୁରିଆ ନିଜ କ୍ୟାରିୟରରେ ୫୮୬ ଟି ମ୍ୟାଚରେ ୫୩ ଥର ଖାତା ଖୋଲିପାରି ନ ଥିଲେ। ଦେହିପରି କୋର୍ଟନି ୱାଲ୍ସ ୫୪ ଥର ଏଭଳି ଡକ ହୋଇଥିଲେ। ସର୍ବାଧିକ ୫୯ ଥର ମୁଥିୟା ମୁରଲୀଧରନ ଶୂନରେ ଆଉଟ ହୋଇଛନ୍ତି। ସନଥ ଜୟସୁରିୟାଙ୍କ ନାମରେ ୪୨ ଶତକ ଏବଂ ୨୧୦୩୨ ରନ ରହିଛି । ଶ୍ରୀଲଙ୍କାର ମହେଲା ଜୟୱାର୍ଦ୍ଦେନ ୨୫,୯୫୭ରନ ସ୍କୋର କରି ଅନ୍ତର୍ଜାତୀୟ କ୍ରିକେଟରେ ୫୪ ଶତକ ହାସଲ କରିଥିବା ମହେଲା ଜୟୱାର୍ଦ୍ଦେନ ୪୭ ଥର ଆକାଉଣ୍ଟ ଖୋଲି ପାରି ନ ଥିଲେ। ଏହି ତାଲିକାର ଶୀର୍ଷ -୫ ରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରାଥ ୪୯ଥର ଏବଂ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ୪୯ ଥର ଶୂନରେ ଆଉଟ ହୋଇଥିବା ଉଲ୍ଲେଖ ରହିଛି।
ଭାରତର ଜାହିର ଖାନ ମଧ୍ୟ ଶୂନରେ ଆଉଟ ହେବାର ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛନ୍ତି। ୩୦୯ ଅନ୍ତର୍ଜାତୀୟ ମ୍ୟାଚରେ ଖାତା ନ ଖୋଲି ଜହିର ଖାନ ୪୪ ଥର ଆଉଟ ହୋଇଥିଲେ। ଟପ -୧୦ ତାଲିକାରେ ତାଙ୍କ ନାମ ୯ ନମ୍ବରରେ ଅଛି। ତାଙ୍କ ପୂର୍ବରୁ ଡାନିଏଲ ଭେଟ୍ଟୋରି ୪୭ ଥର ଏବଂ ୱାସିମ ଆକ୍ରାମ ୪୬ ଥର ହୋଇ ତାଲିକାରେ ରହିଛନ୍ତି।
ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ୱାର୍ନ ୪୪ ଥର ଶୂନରେ ଆଉଟ ହୋଇ ଏହି ତାଲିକାରେ ଦଶମରେ ଅଛନ୍ତି। ସହିଦ ଆଫ୍ରିଦି ଏବଂ କ୍ରିସ ଗେଲ ମଧ୍ୟ ଖାତା ନ ଖୋଲି ୪୪ ଥର ଲେଖାଏଁ ଆଉଟ ହୋଇଥିଲେ, କିନ୍ତୁ ସେମାନେ ଜହିର ଖାନ ଏବଂ ଶେନ ୱାର୍ନଙ୍କ ଅପେକ୍ଷା ଅଧିକ ଇନିଂସ ଖେଳିଥିଲେ। ସେଥିପାଇଁ ତାଙ୍କ ନାମ ଜାହିର ଖାନ ଏବଂ ଶେନ ୱାର୍ନଙ୍କ ପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri