Posted inଖେଳ

ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ୫୦ ଥର ହୋଇଛନ୍ତି ଶୂନରେ ଆଉଟ, ଟପ-୧୦ରେ ଜଣେ ଭାରତୀୟ…

କୋଲକାତା,୧୧।୧୨ : କୌଣସି କ୍ରିକେଟରଙ୍କର ସ୍ବପ୍ନ ହେଉଛି ତାଙ୍କ ଦେଶ ପାଇଁ ଖେଳିବା । ଜଣେ ଯଥାସମ୍ଭବ ରନ ସ୍କୋର କରିବାକୁ କିମ୍ବା ୱିକେଟ ନେବାକୁ କରିଥାନ୍ତି। କିନ୍ତୁ ଦୁନିଆରେ ଏପରି ୩ ଜଣ କ୍ରିକେଟର ଅଛନ୍ତି ଯେଉଁମାନେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୫୦ ରୁ ଅଧିକ ଥର ଖାତା ନ ଖୋଲି ଶୂନରେ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ବିଶେଷ କଥା ହେଉଛି ଏହି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଅନ୍ତର୍ଜାତୀୟ କ୍ରିକେଟ ରେ ୨୧ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଏଭଳି ବ୍ୟାଟ୍ସମ୍ୟାନଙ୍କ ଟପ -୧୦ ତାଲିକାରେ ଜଣେ ଭାରତୀୟ କ୍ରିକେଟର ମଧ୍ୟ ଅଛନ୍ତି।

ପ୍ରଥମ ହେଉଛନ୍ତି ମୁଥିୟା ମୁରଲୀଧରନ ଏବଂ ଦ୍ୱିତୀୟ ହେଉଛନ୍ତି କୋର୍ଟନି ୱାଲ୍ସ। କିନ୍ତୁ ତୃତୀୟ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ,ଏହାର କାରଣ ହେଉଛି ଏହି ଖେଳାଳୀ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ସହିତ ଓପନିଂ ଷ୍ଟାଇଲ ବଦଳାଇବା ପାଇଁ ଜଣାଶୁଣା । ତାଙ୍କ ନାମ ହେଉଛି ସନଥ ଜୟସୁରିଆ। ଶ୍ରୀଲଙ୍କାର ସନଥ ଜୟସୁରିଆ ନିଜ କ୍ୟାରିୟରରେ ୫୮୬ ଟି ମ୍ୟାଚରେ ୫୩ ଥର ଖାତା ଖୋଲିପାରି ନ ଥିଲେ। ଦେହିପରି କୋର୍ଟନି ୱାଲ୍ସ ୫୪ ଥର ଏଭଳି ଡକ ହୋଇଥିଲେ। ସର୍ବାଧିକ ୫୯ ଥର ମୁଥିୟା ମୁରଲୀଧରନ ଶୂନରେ ଆଉଟ ହୋଇଛନ୍ତି। ସନଥ ଜୟସୁରିୟାଙ୍କ ନାମରେ ୪୨ ଶତକ ଏବଂ ୨୧୦୩୨ ରନ ରହିଛି । ଶ୍ରୀଲଙ୍କାର ମହେଲା ଜୟୱାର୍ଦ୍ଦେନ ୨୫,୯୫୭ରନ ସ୍କୋର କରି ଅନ୍ତର୍ଜାତୀୟ କ୍ରିକେଟରେ ୫୪ ଶତକ ହାସଲ କରିଥିବା ମହେଲା ଜୟୱାର୍ଦ୍ଦେନ ୪୭ ଥର ଆକାଉଣ୍ଟ ଖୋଲି ପାରି ନ ଥିଲେ। ଏହି ତାଲିକାର ଶୀର୍ଷ -୫ ରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରାଥ ୪୯ଥର ଏବଂ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ୪୯ ଥର ଶୂନରେ ଆଉଟ ହୋଇଥିବା ଉଲ୍ଲେଖ ରହିଛି।
ଭାରତର ଜାହିର ଖାନ ମଧ୍ୟ ଶୂନରେ ଆଉଟ ହେବାର ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛନ୍ତି। ୩୦୯ ଅନ୍ତର୍ଜାତୀୟ ମ୍ୟାଚରେ ଖାତା ନ ଖୋଲି ଜହିର ଖାନ ୪୪ ଥର ଆଉଟ ହୋଇଥିଲେ। ଟପ -୧୦ ତାଲିକାରେ ତାଙ୍କ ନାମ ୯ ନମ୍ବରରେ ଅଛି। ତାଙ୍କ ପୂର୍ବରୁ ଡାନିଏଲ ଭେଟ୍ଟୋରି ୪୭ ଥର ଏବଂ ୱାସିମ ଆକ୍ରାମ ୪୬ ଥର ହୋଇ ତାଲିକାରେ ରହିଛନ୍ତି।
ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ୱାର୍ନ ୪୪ ଥର ଶୂନରେ ଆଉଟ ହୋଇ ଏହି ତାଲିକାରେ ଦଶମରେ ଅଛନ୍ତି। ସହିଦ ଆଫ୍ରିଦି ଏବଂ କ୍ରିସ ଗେଲ ମଧ୍ୟ ଖାତା ନ ଖୋଲି ୪୪ ଥର ଲେଖାଏଁ ଆଉଟ ହୋଇଥିଲେ, କିନ୍ତୁ ସେମାନେ ଜହିର ଖାନ ଏବଂ ଶେନ ୱାର୍ନଙ୍କ ଅପେକ୍ଷା ଅଧିକ ଇନିଂସ ଖେଳିଥିଲେ। ସେଥିପାଇଁ ତାଙ୍କ ନାମ ଜାହିର ଖାନ ଏବଂ ଶେନ ୱାର୍ନଙ୍କ ପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଠିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri