ବୈରୀ-ଚଣ୍ଡିଖୋଲ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର

ଚଣ୍ଡିଖୋଲ,୨୦ା୧(ପ୍ରଦୀପ୍ତ କୁମାର ପୃଷ୍ଟି): କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡର ବୈରୀଠାରୁ ଚଣ୍ଡିଖୋଲ ଖୋସାଲିପୁର ହାଇଲେଭଲ କେନାଲ ବନ୍ଧ ରାସ୍ତା ଅଛି। ଏହାର ୬ କି.ମି. ୪୦୦ମିଟର କାମ ଆରମ୍ଭ ହୋଇଛି। ଏଥିପାଇଁ ବିଭାଗ ପକ୍ଷରୁ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ମାତ୍ର ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି।
ନିୟମ ଅନୁଯାୟୀ, ରାସ୍ତାର ଚଉଡ଼ା ୫.୫ ମିଟର ପିଚୁ ସହ ଉଭୟ ପାର୍ଶ୍ୱରେ ମୋରମ ୧.୫ ମିଟର କରି ୮.୫ ମିଟର ଚଉଡ଼ା ହେବା କଥା। ଏହାର ଅବଧି ୨୦୨୩ ଜୁନରୁ ଆରମ୍ଭ ହୋଇ ୯ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ରାସ୍ତା ନିର୍ମାଣ ସମୟରେ ୬ଇଞ୍ଚର ବିଏମଡବ୍ଲ୍ୟୁ ପଡ଼ିବା ସହ ୬ ଇଞ୍ଚର ପିଚୁ ପଡ଼ିବା ନିୟମ ରହିଛି। ମାତ୍ର ଠିକା ସଂସ୍ଥା ଏହି ନିୟମ ଖିଲାପ କରି ନିମ୍ନମାନର କାମ କରିବା ଯୋଗୁ ସ୍ଥାନୀୟ ସୁଙ୍ଗୁଡା ସରପଞ୍ଚ ଅଞ୍ଜୁଲତା ସ୍ବାଇଁ ଓ ପଞ୍ଚାୟତବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ତ ଦୂରର କଥା କାମ ତଦାରଖ ପାଇଁ କେହିବି ପରିଦର୍ଶନରେ ଆସିଲେନାହିଁ। କେତେକ ସ୍ଥାନରେ ଗାଡ୍‌ୱାଲ କରିବା ବ୍ୟବସ୍ଥା ରହିଥିଲାବେଳେ ଠିକାସଂସ୍ଥା ବାଲି, ସିମେଣ୍ଟ, ଚିପ୍ସ ଆକଳନ ଅନୁଯାୟୀ ବ୍ୟବହାର ନ କରି ଗାଡୱାଲ କରିବାରୁ ସ୍ଥାନୀୟ ଅଧିବାସୀ ପ୍ରଶ୍ନ କରିଥିଲେ। ଫଳରେ ଠିକାସଂସ୍ଥା କର୍ମଚାରୀ କାମ ବନ୍ଦ କରି ପଳାଇଥିଲେ। ଏହାର କିଛି ଦିନ ପରେ ଠିକା ସଂସ୍ଥା ଅସମ୍ପୂର୍ଣ୍ଣ ଗାଡୱାଲ କାମ ଶେଷ ନ କରି ଅଚାନକ ରାତି ଅଧିଆ ପିଚୁ କରୁଥିବା ଦେଖିବାକୁ ମିଳିଛି।
ଶୁକ୍ରବାର ସୁଙ୍ଗୁଡା ପଞ୍ଚାୟତବାସୀଙ୍କ ଅଭିଯୋଗ ପରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ ନିମ୍ନମାନ କାମ ହେଉଥିବା ଦେଖିବାକୁ ପାଇଥିଲେ। ଆକଳନ ଅନୁଯାୟୀ, ରାସ୍ତା ଚଉଡ଼ା ଅନେକ ସ୍ଥାନରେ କମ କରାଯିବା ସହ ତରବରିଆ ଭାବେ କରାଯାଉଥିବା ପିଚୁ ପତଳା ପକାଯାଉଥିବାରୁ ସୁଙ୍ଗୁଡା ଗ୍ରାମ ନିକଟରେ ତାହା ଉଠିଯାଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ପଚାରିବାରୁ ସେ କାମ ଠିକ ହେଉଥିବା କହି ସଫେଇ ଦେଇଥିଲେ। ତେଣୁ ଏହା ବିରୋଧରେ ପଞ୍ଚାୟତବାସୀ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଓଭର, ୨୯ ରନ୍‌: ବିସ୍ଫୋରକ ବ୍ୟାଟିଂ କରି ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଦେଲେ ଶିବମ

ବିଶାଖାପାଟଣା,୨୯।୧: ଯଦିଓ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପରାସ୍ତ ହୋଇଥିଲା, କିନ୍ତୁ ଶିବମ ଦୁବେ ବିସ୍ଫୋରକ ଇନିଂସ ସମସ୍ତଙ୍କ ଦୃଷ୍ଟି…

ଭାରତର ଡବଲ୍‌ ବିଜୟ! EU ପରେ ଆମେରିକା ସହ…

ନୂଆଦିଲ୍ଲୀ,୨୯।୧: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ଏବଂ ଖୁବ ଶୀଘ୍ର ଏକ ଚୁକ୍ତି ହୋଇପାରେ। ଭାରତ-ୟୁରୋପୀୟ ସଂଘ (EU)…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

୨୦୨୬ରେ ଅପ୍ରତ୍ୟାଶିତ ଧନ ପାଇବେ ୪ ରାଶି! ହେବେ କୋଟିପତି, ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ନୂଆ ବର୍ଷ ଆରମ୍ଭ ହେବା ପରେ ବୁଲଗେରିଆନ୍ ଭବିଷ୍ୟଜ୍ଞ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। ୨୦୨୫ ବର୍ଷ ପାଇଁ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

୨୦୨୭ରେ ୩ଲକ୍ଷ ଛୁଇଁବ ସୁନା, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୨୯।୧: ଯଦି ଆପଣ ଭାବୁଛନ୍ତି ଯେ ସୁନା ଏବଂ ରୂପା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହେଉଛି, ତେବେ ଏକ କାନାଡିୟ ବ୍ୟାଙ୍କର ଏହି ନୂତନ ରିପୋର୍ଟ ଆପଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri