ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗର ପ୍ରୀତିପନ୍ନା ବେହେରା ଏବଂ ଇତିହାସରେ ସାଗର ପ୍ରଧାନ ଟପ୍ପର ହୋଇଛନ୍ତି।

ସୂଚନା ଯୋଗ୍ୟ, କରୋନା ପରଠୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବିଭିନ୍ନ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ ହୋଇ ପାରୁ ନ ଥିଲା। ଯାହାକୁ ନେଇ ଅଭିଭାବକ ଏବଂ ଛାତ୍ରୀଛାତ୍ରମାନେ ବିଭିନ୍ନ ସମୟରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ।

କିନ୍ତୁ ଚଳିତ ବର୍ଷ ସ୍ନାତକ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ପ୍ରକାଶିତ ପାଇଁ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ବିଶବିଦ୍ୟାଳୟ କୁଳପତି ଡ ଗୀତାଞ୍ଜଳୀ ଦାସ ଏବଂ କଣ୍ଟ୍ରୋଲର ଡ ସତ୍ୟ ନାରାୟଣ କୁଣ୍ଡୁ ଷଷ୍ଠ ସେମିଷ୍ଟାର ପରୀକ୍ଷା ସରୁସରୁ ମୂଲ୍ୟାଙ୍କନ ପାଇଁ ପଦକ୍ଷେପ ନେଇଥିଲେ। ଫଳରେ ମଙ୍ଗଳବାର ପରୀକ୍ଷା ଫଳ ପ୍ରକାଶିତ ହୋଇଛି।

କଳାରେ ୯୬.୮୨ ପ୍ରତିଶତ ଛାତ୍ରୀଛାତ୍ର ପାସ ହୋଇଥିବା ବେଳେ ବାଣିଜ୍ୟରେ ୮୮.୯୦ ପ୍ରତିଶତ ଛାତ୍ରୀ ଛାତ୍ର ପାସ ହୋଇଛନ୍ତି । ଏଥିସହ ବିଜ୍ଞାନରେ ୯୩.୮୬ ପ୍ରତିଶତ ଛାତ୍ରୀଛାତ୍ର ପାସ ହୋଇଛନ୍ତି । ସେହିପରି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଛାତ୍ରୀ ପ୍ରିତିପନ୍ନା ବେହେରା ବିଶ୍ୱବିଦ୍ୟାଳୟସ୍ତରରେ ଟପ୍ପର ହୋଇଥିବା ବେଳେ ଇତିହାସରେ ଏହି କଲେଜର ସାଗର ପ୍ରଧାନ ଟପ୍ପର ହୋଇଛନ୍ତି ।

ଏଥିସହ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଦ୍ୱିତୀୟ ସ୍ଥାନରେ ଛାବାଲି ଅଭିଳାଷା ପ୍ରସର୍ନଶ୍ରୀୟା ଥିବା ବେଳେ ତୃତୀୟସ୍ଥାନରେ ଭାରତୀ ନାଇକ, ଚତୁର୍ଥ ସ୍ଥାନରେ ସଂଘମିତ୍ରା ନାଇକ, ପଞ୍ଚମରେ ପୂଜା ପାତ୍ର, ଷଷ୍ଠରେ ଅଙ୍କିତା ରାଉତ, ସପ୍ତମରେ ରୂପାଲି ବରାଡ, ଅଷ୍ଟମରେ ରାଜେଶ ବେହେରା, ନବମରେ ସୁନିଲ ପ୍ରଧାନ, ଯୁଗ୍ମ ଦଶମ ସ୍ଥାନରେ ଦୀପକ ବିଷୋୟୀ ଓ ଶିବାନୀ ନାଇକ ଅଛନ୍ତି। ସମସ୍ତ ଛାତ୍ରୀଛାତ୍ର କେଏସ୍‌ୟୁବି କଲେଜର।

ଏଥିସହ ଅର୍ଥନୀତିରେ ଏହି ମହାବିଦ୍ୟାଳୟର ଅଶ୍ୱିନୀ କୁମାର ମହାପାତ୍ର ଦଶମ ସ୍ଥାନରେ ଅଛନ୍ତି। ପରୀକ୍ଷା ଫଳ ଘୋଷଣା ପରେ ସମସ୍ତ କୃତୀ ଛାତ୍ରୀଛାତ୍ରଙ୍କୁ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡ ରବିନ୍ଦ୍ର ମିଶ୍ର, ବିଦେଶୀ ରାଉତ, ସୀମାଞ୍ଚଳ ବେହେରା, ଅଧ୍ୟାପିକା ଜ୍ୟୋତ୍ସ୍ନା ରାଣୀ ଦାସ, ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ବିକେ ପ୍ରଧାନ,
ଅଧ୍ୟାପିକା ବାସନ୍ତୀ ଜାନି, ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପିକା ଅନିତା ମହାପାତ୍ର, ପ୍ରଜ୍ଞା ପରମିତା ଦାସ, ଅଧ୍ୟାପକ ବିଜୟ ମଲ୍ଲିକ କୃତୀ ଛାତ୍ରୀଛାତ୍ରଙ୍କ ସଫଳତାରେ ଖୁସିବ୍ୟକ୍ତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ସେହିପରି ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ସୁଜତା ପରିଡ଼ା ଟପ୍ପର ହୋଇଛନ୍ତି। ସନ୍ତୋସିନୀ ସ୍ବାଇଁ, ରାଣୀ ଡାକୁଆ ଯୁଗ୍ମ ଭାବେ ଏହି ବିଭାଗର ଦଶମ ସ୍ଥାନରେ ରହିଛନ୍ତି। ବଟନିରେ ସଂକଳ୍ପ ମହାନ୍ତି ଦଶମ ସ୍ଥାନରେ ଥିବା ବେଳେ କେମିଷ୍ଟ୍ରିରେ ପ୍ରଜ୍ଞା ମହାନ୍ତି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗଣିତରେ କିରଣ କୁମାରୀ ସାହୁ ଷଷ୍ଠ ସ୍ଥାନରେ ଅଛନ୍ତି। ଫିଜିକ୍ସରେ ସ୍ବାଗତିକା ଆଚାର୍ଯ୍ୟ ପଞ୍ଚମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri