ବ୍ରହ୍ମପୁର ବିଧାୟକଙ୍କୁ ମିଳୁନି ମନ୍ତ୍ରୀ ପଦ

ବ୍ରହ୍ମପୁର ଅଫିସ,୩।୫: ଗଞ୍ଜାମ ଜିଲାର ୧୩ ନିର୍ବାଚନ ମଣ୍ଡଳୀ ମଧ୍ୟରେ ବ୍ରହ୍ମପୁରର ଗୁରୁତ୍ୱ ରହିଛି। ମହାନଗର ନିଗମର ସମୁଦାୟ ୪୨ ୱାର୍ଡରୁ ୩୬ ୱାର୍ଡକୁ ନେଇ ଗଠନ ହୋଇଛି ବିଧାନସଭା କ୍ଷେତ୍ର। ୧୯୯୦ ରୁ ୨୦୧୯ ସୁଦ୍ଧା ହୋଇଛି ୭ ନିର୍ବାଚନ। ସବୁ ନିର୍ବାଚନରେ ଅଣ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ତନ୍ମଧ୍ୟରୁ ୯୦ ନିର୍ବାଚନରେ ତତ୍କାଳୀନ ଜନତା ଦଳରୁ ସ୍ବର୍ଗତ ବିନାୟକ ମହାପାତ୍ର ଓ ୯୫ ନିର୍ବାଚନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜିତିଥିଲେ। ପରର୍ତ୍ତେୀ ୨୦୦୦ରୁ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଚ୍ୟାଉ ପଟ୍ଟନାୟକ ଲଗାତର ଏହି ଆସନରୁ ୪ଥର ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡିରୁ ଜିତିଛନ୍ତି ବିକ୍ରମ କୁମାର ପଣ୍ଡା। ବିଧାନସଭାକୁ କ୍ରମାନ୍ବୟରେ ନିର୍ବାଚିତ ଉପରୋକ୍ତ ୭ ଜଣଙ୍କ ମଧ୍ୟରୁ କେହି ରାଜ୍ୟ ମଣ୍ଡଳରେ ସ୍ଥାନ ପାଇନାହାନ୍ତି। ତେଣୁ ଅଣ କଂଗ୍ରେସ ଶାସନରେ ବ୍ରହ୍ମପୁରକୁ ଅଣଦେଖା କରାଯାଇଥିବା ରାଜନୈତିକ ବିଶ୍ଲେଷକ ଚର୍ଚ୍ଚା କରୁଛନ୍ତି। କଂଗ୍ରେସ ଶାସନରେ ୧୯୫୭ ନିର୍ବାଚନରେ ବିଧାୟକ ହୋଇଥିବା ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ସ୍ବର୍ଗତ ଲିଙ୍ଗରାଜ ପାଣିଗ୍ରାହୀ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ସେ ଗୃହ ଓ ଶିକ୍ଷା ସମେତ ଅନ୍ୟ ବିଭାଗ ପାଇଥିଲେ। ପରବର୍ତ୍ତୀ ସ୍ଥିତିରେ ସ୍ବର୍ଗତ ବିନାୟକ ଆଚାର୍ଯ୍ୟ ୧୯୬୭-୭୧ ଓ ୭୪ ନିର୍ବାଚନରେ ଲଗାତର କଂଗ୍ରେସ ବିଧାୟକ ହୋଇଥିଲେ। ସଦାଶିବ ତ୍ରିପାଠୀଙ୍କ ପରେ ବିରୋଧୀ ଦଳ ନେତା ହେବା ସହ ନନ୍ଦିନୀ ଶତପଥୀଙ୍କ ଦୁଇ ସରକାରରେ କ୍ୟାବିନେଟ ପାହ୍ୟା ପାଇ ଗୁରୁତ୍ୱପୂର୍ଣ୍ଣ ଅର୍ଥ, ଶିକ୍ଷା ଓ ଅନ୍ୟ ବିଭାଗ ପାଇଥିଲେ। ୧୯୭୬ ଶେଷ ବେଳକୁ ସ୍ବଳ୍ପ କାଳ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ସେହିପରି ୧୯୮୦ ନିର୍ବାଚନରେ ବ୍ରହ୍ମପୁରରୁ କଂଗ୍ରେସ ବିଧାୟକ ହୋଇଥିବା କୃଷ୍ଣଚରଣ ପଟ୍ଟନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରଥମ ସରକାରରେ ୨ ବର୍ଷ ମନ୍ତ୍ରୀ ହୋଇଥିଲେ। ୧୯୮୫ ନିର୍ବାଚନରେ ତତ୍କାଳୀନ ଯୁବ କଂଗ୍ରେସ ନେତା ଶିବ ଶଙ୍କର ସାହାଣୀ ବିଧାୟକ ନିର୍ବାଚିତ ହୋଇଥିଲେ। ସେ ଏହି ବିଧାନସଭା କ୍ଷେତ୍ରର ଶେଷ କଂଗ୍ରେସ ବିଧାୟକ। ପରବର୍ତ୍ତୀ ସମୟରେ କଂଗ୍ରେସର ସ୍ଥିତି ଦୋହଲି ଯାଇଛି ଏବଂ କଂଗ୍ରେସରୁ କେହି ଜିତିପାରୁ ନାହାନ୍ତି।
୧୯୯୦ ନିର୍ବାଚନରେ ଜନତା ଦଳରୁ ବିଧାୟକ ହୋଇଥିବା ଅବସରପ୍ରାପ୍ତ ପୋଲିସ ଅଧିକାରୀ ବିନାୟକ ମହାପାତ୍ରଙ୍କୁ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ପରିଷଦରେ ସାମିଲ କରାଯାଇନଥିଲା। ୯୫ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସଂଖ୍ୟା ଗରିଷ୍ଠ ସତ୍ତ୍ୱେ ଚ୍ୟାଉ ପଟ୍ଟନାୟକ ବ୍ରହ୍ମପୁରରୁ ଜନତା ଦଳ ବିଧାୟକ ହୋଇଥିଲେ। ପେଶାରେ ଭେଷଜ ଡ଼ାକ୍ତର ଚ୍ୟାଉ ପଟ୍ଟନାୟକ ୨୦୦୦ ରୁ ୧୪ ମଧ୍ୟରେ ଲଗାତର ୪ ଥର ବିଜେଡି ଟିକେଟରେ ଲଢ଼ି ବିଧାୟକ ହୋଇଥିବା ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କ ସରକାରରେ ଥରେ ବି ମନ୍ତ୍ରୀ ପଦ ପାଇନଥିଲେ। ୨୦୧୯ ନିର୍ବାଚନରେ ସେ ବିଜେଡି ଟିକେଟରୁ ବଞ୍ଚିିତ ହେଲେ। ପୂର୍ବ ନିର୍ବାଚନ ଗୁଡ଼ିକର ତାଙ୍କ ମୁଖ୍ୟ ତଥା କଂଗ୍ରେସ ପ୍ରତିଦ୍ୱନ୍ଦ୍ୱି ବିକ୍ରମ ପଣ୍ଡା ବିଜେଡିରେ ଯୋଗଦେଇ ବିଧାୟକ ହୋଇଛନ୍ତି। ସୂଚନାଯୋଗ୍ୟ, ବିଜୁ ବାବୁଙ୍କ ଜନତା ଦଳ ଏବଂ ନବୀନ ପଟ୍ଟନାୟକଙ୍କ ପ୍ରଥମ ସରକାରରେ କୋଦଳା ବିଧାୟକ ରାମକୃଷ୍ଣ ପଟ୍ଟନାୟକ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ମାତ୍ର ୨ ବର୍ଷରେ ସେ ମନ୍ତ୍ରୀ ଓ ବିଜେଡିରୁ ତଡ଼ା ଖାଇଲେ। ବର୍ତ୍ତମାନର ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ୨୦୦୦ ରୁ ୨୦୧୪ ମଧ୍ୟରେ ୪ ଥର କ୍ୟାବିନେଟ ମନ୍ତ୍ରୀ ହେବା ସହ ୧୯ ନିର୍ବାଚନରେ ବାଚସ୍ପତି ହୋଇଥିଲେ। ବିଭିନ୍ନ କାରଣରୁ ସେ ଇସ୍ତଫା ଦେଇଛନ୍ତି। ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଅରୁଖ ଏବେ ବାଚସ୍ପତି ଅଛନ୍ତି। ପୂର୍ବରୁ ସେ ଏକାଧିକ ଥର କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ଚିକିଟି ବିଧାୟିକା ଉଷା ଦେବୀ ମଧ୍ୟ ଏକାଧିକ ଥର କ୍ୟାବିନେଟ ମନ୍ତ୍ରୀ ହେବାର ତଥ୍ୟ ରହିଛି। ଏବେ ଗୁରୁତ୍ୱପୂର୍ଣ୍ଣ ଗୃହ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱରେ ଅଛନ୍ତି। ଗତ କିଛିମାସ ତଳେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନବୀନ ସରକାରରେ ଶ୍ରମ ମନ୍ତ୍ରୀ (ସ୍ବାଧୀନ) ହୋଇଛନ୍ତି। ଗୋପାଳପୁରରୁ ୩ ଥର ବିଧାୟକ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ୨୦୧୪ରେ ଗଠିତ ସରକାରରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯ ନିର୍ବାଚନ ବେଳେ ସେ ଜିଲାର ସାଙ୍ଗଠନିକ ସଭାପତି ଥିଲେ। ୨୦୨୦ ଡିସେମ୍ବର ଶେଷ ବେଳକୁ ସେ ଦଳରୁ ବହିଷ୍କୃତ ହୋଇଛନ୍ତି। ଏବେ ସ୍ବାଧୀନ ବିଧାୟକ ଭାବେ ଗଣନା ହେଉଛନ୍ତି। ବିଜେଡି ସରକାରରେ ବ୍ରହ୍ମପୁର ସମେତ ଛତ୍ରପୁର, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଆସିକା, ସୋରଡ଼ା ଆଦି ବିଧାୟିକା ଓ ବିଧାୟକ ମନ୍ତ୍ରୀ ହୋଇନାହାନ୍ତି। ଅନ୍ୟପକ୍ଷରେ ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଛି ଏବଂ ଜିଲାର ବିଜେଡି ବିଧାୟକଙ୍କ ମଧ୍ୟରୁ କିଏ ପୁଣି ଟିକେଟ ପାଇବ ଓ କାହାର କଟିବ ସେନେଇ ଚର୍ଚ୍ଚା ଜୋର ଧରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri