ଫ୍ୟାଟି ଲିଭର୍‌ ପାଇଁ ବରଦାନ ଏହି ଡ଼ାଲିର ପାଣି, ଓଜନ କମ୍‌ କରିବା ସହ ଶରୀରରୁ ବାହାର କରେ କୋଲେଷ୍ଟେରଲ; ଜାଣନ୍ତୁ… 

ଆଜିକାଲି ସମୟରେ ବଦଳୁଥିବା ଦିନଚର୍ଯ୍ୟା, ଖାଦ୍ୟପେୟ ଏବଂ ଶାରୀରିକ ପରିଶ୍ରମର ଅଭାବକୁ ନେଇ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି, ଯେଉଁଥିରେ ଫ୍ୟାଟି ଲିଭର ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟା ସାଧାରଣ ହୋଇଗଲାଣି। ଥରେ ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ ହେଲେ ସମୟ ଥାଉ ଖାଦ୍ୟପେୟ ଏବଂ ଅନ୍ୟାନ୍ୟ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ ଲିଭର ସିରୋସିସ୍‌ ନଚେତ ଲିଭର୍‌ ଫେଲ୍‌  ଭଳି ଗମ୍ଭୀର ରୋଗ ହୋଇପାରେ। ଏମିତିରେ ପ୍ରାକୃତିକ ଏବଂ ଘରୋଇ ଉପାୟ ସହାୟତାରେ ଏହାର ଉପଚାର କରାଯାଇପାରେ।
ଆୟୁର୍ବେଦ ବିଶେଷଜ୍ଞ ଅନୁଯାୟୀ ମୁଗ ଡ଼ାଲିର ପାଣି ଫ୍ୟାଟି ଲିଭର ସମସ୍ୟାକୁ ଦୂର କରିବା ଲାଗି ଏକ ପ୍ରାକୃତିକ ଔଷଧ ଭଳି କାମ କରିଥାଏ। ଏହା ଲିଭରରେ ଜମିଥିବା ଚର୍ବିକୁ କମ୍‌ କରିଥାଏ। ଏହାଛଡ଼ା ଶରୀରରେ ଜମା ହୋଇଥିବା ଅଦରକାରୀ କୋଲେଷ୍ଟେରଲକୁ ବାହା କରିବାକୁ ସହାୟକ ହୋଇଥାଏ।
ଫ୍ୟାଟି ଲିଭର:
ଫ୍ୟାଟି ଲିଭର ସମସ୍ୟାରୁ ରକ୍ଷା ପାଇବା ଲାଗି ମୁଗ ଡ଼ାଲିର ପାଣି ଲାଭକାରୀ। ଏଥିରେ ଥିବା ଆମିନୋ ଏସିଡ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଯକୃତର କୋଷିକାକୁ ଠିକ୍‌ କରିଥାଏ। ଏହାର ପାଣି ଯକୃତରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ ତରଳାଇ ବାହାର କରିବାରେ ସହାୟକ ହୋଇଥାଏ।
ଓଜନ କମ୍‌ କରିବାକୁ ଲାଭକାରୀ:
ଓଜନ କମ୍‌ କରିବା ଲାଗି ମୁଗ ଡ଼ାଲି ଲାଭଦାୟକ। ଯିଏ ଓଜନ କମ୍‌ କରିବାକୁ ଚାହିଁଲେ ଏହା ଭଲ ବିକଳ୍ପ। ଏଥିରେ କମ୍‌ କ୍ୟାଲୋରୀ ଏବଂ ହାଇ ଫାଇବର ଥାଏ, ଯେଉଁଥିଲାଗି ପେଟ ଦୀର୍ଘ ସମୟ ଧରି ଭର୍ତ୍ତି ହେବା ଭଳି ମନେ ହୋଇଥାଏ। ଫଳରେ ଅଧିକ ଭୋକ ଲାଗେ ନାହିଁ।
କୋଲେଷ୍ଟେରଲ କଣ୍ଟ୍ରୋଲ:
ମୁଗ ଡ଼ାଲିର ପାଣି ହୃଦୟର ସ୍ବାସ୍ଥ୍ୟ ପାଇଁ ଲାଭକାରୀ। ଏହା ଧମନୀରେ ପ୍ରବାହିତ କୋଲେଷ୍ଟରଲକୁ ବାହାର କରିବାକୁ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ରକ୍ତ ପ୍ରଭାବ ଭଲ ହୋଇଥାଏ। ନିୟମିତ ଭାବେ ମୁଗ ଡ଼ାଲିର ପାଣି ପିଇଲେ ହୃଦୟ ସୁସ୍ଥ ରହିଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri