୧୦ଟଙ୍କା ଦେଇ ମାଗଣା ଚାଉଳ ନେଲେ ହିତାଧିକାରୀ

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ବ୍ୟାଘାତ ଯୋଗୁ ପ୍ରତ୍ୟେକ ୧୦ଟଙ୍କା ଲେଖାଏଁ ଦେଇ ମାଗଣା ଚାଉଳ ସଂଗ୍ରହ କଲେ ୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀ। ଏଭଳି ଏକ ଘଟଣା ଘଟିଛି ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ତିଲେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତରେ। ସୂଚନା ଅନୁଯାୟୀ, ଗଇଲୋ ଗ୍ରାମର ଗରିବ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଚାଉଳ ପ୍ରଦାନର କାର୍ଯ୍ୟକ୍ରମ ରହିଥିଲା। ୧୦ଟାରୁ ଚାଉଳ ପ୍ରଦାନ କରାଯିବ ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପୂର୍ବରୁ ସୂଚନା ଦେଇଥିଲେ। ଗ୍ରାମର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଧାର୍ଯ୍ୟ ସମୟ ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୋଦାମରେ ତାଲା ପଡିବା ସହ ଚାଉଳ ବିତରଣ ଦାୟିତ୍ୱରେ ଥିବା ଯୋଗାଣ ସହାୟକ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ହିତାଧିକାରୀ ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଯୋଗାଣ ସହାୟକ ଏକଲବ୍ୟ ପ୍ରଧାନ ସେଠାରେ ପହଞ୍ଚିି ଥିଲେ। ମାତ୍ର ବିଦ୍ୟୁତ୍‌ ସରବରାହ ବିଛିନ୍ନ ଥିବାରୁ ସେ ଅପେକ୍ଷା କରିବା ପାଇଁ ହିତାଧିକାରୀଙ୍କୁ କହିଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ହିତାଧିକାରୀଙ୍କ ଧର୍ଯ୍ୟଚ୍ୟୁତିି ଘଟିବା ସହ ସେମାନେ ବିରକ୍ତି ପ୍ରକାଶ କରିଥିଲେ। ଏଥିସହ ବିଳମ୍ବରେ ପହଞ୍ଚିିଥିବାରୁ ଏଥିପାଇଁ ସମ୍ପୃକ୍ତ ଯୋଗାଣ ସହାୟକଙ୍କୁ ଦାୟୀ କରିଥିଲେ। ଏହାପରେ ପ୍ରତ୍ୟେକ ହିତାଧିକାରୀ ୧୦ ଟଙ୍କା ଲେଖାଏଁ ଦେଲେ ଜେନେରେଟରର ବ୍ୟବସ୍ଥା କରାଯିବ ଓ ସମସ୍ୟାର ସମାଧାନ ହୋଇଯିବ ବୋଲି ଯୋଗାଣ ସହାୟକ ପ୍ରଧାନ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଯାତାୟତ ପାଇଁ ଯାନ ବାହାନର ସୁବିଧା ନ ଥିବାରୁ ପିକଅପ ଭ୍ୟାନ ଭଡାକରି ପ୍ରାୟ ୬କି.ମି. ଦୂରରୁ ଆସିଥିବା ଉଭୟ ମହିଳା ଓ ପୁରୁଷ ହିତାଧିକାରୀ ତାଙ୍କ କଥାରେ ରାଜି ହେବାସହ ପ୍ରେତ୍ୟକଙ୍କ ଠାରୁ ୧୦ ଟଙ୍କା ଲେଖାଏଁ ଆଦାୟ କରି ଭଡାରେ ଏକ ଜେନେରେଟର ଆଣିଥିଲେ। ଏହାପରେ ଚାଉଳ ବିତରଣ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଯୋଗାଣ ସହାୟକଙ୍କ ମତାମତ ଲୋଡିବାରୁ, ବ୍ୟକ୍ତିଗତ କାମରେ ଅନ୍ୟ ଏକ ଗ୍ରାମକୁ ଯାଇଥିବାରୁ ୧୨ଟାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବୋଲି ସ୍ବୀକାର କରିବାସହ ଲାଇନ ନ ଥିବାରୁ ଚାଉଳ ବିତରଣ ହୋଇପାରି ନ ଥିଲା ବୋଲି କହିଥିଲେ। ହିତାଧିକାରୀଙ୍କ ଠାରୁ ସେ ୧୦ ଟଙ୍କା ଲେଖାଏଁ ଆଦାୟ କରିଥିବା ଅଭିଯୋଗକୁ ଅସ୍ବୀକାର କରିବା ସହ ବରଂ ହିତାଧିକାରୀ ମାନେ ନିଜେ ୧୦ ଟଙ୍କା ଲେଖାଏଁ ଠୁଳ କରି ଜେନେରେଟରର ବ୍ୟବସ୍ଥା କରିଥିଲେ ଓ ଏହାପରେ ଚାଉଳ ବିତରଣ କରାଯାଇଥିଲା ବୋଲି ସେ ସଫେଇ ଦେଇଛନ୍ତି। ଅନ୍ୟ ପକ୍ଷରେ ଝରାଗୋଗୁଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ହେମନ୍ତ ସାହୁଙ୍କୁ ପଚାରିବାରୁ , ଯୋଗାଣ ସହାୟକ ମଧ୍ୟାହ୍ନ ୧୨ଟାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବୋଲି କହିଥିଲେ। ମାତ୍ର ସେ ହିତାଧିକାରୀଙ୍କ ଠାରୁ ୧୦ ଟଙ୍କା ଲେଖାଏଁ ଆଦାୟ କରିଥିବା ନେଇ ତାଙ୍କ ନିକଟରେ କେହି ଅଭିଯୋଗ କରି ନ ଥିବା ସେ କହିଛନ୍ତି। ତେବେ ମତାମତ ପାଇଁ ତିଲେଇବଣି ବ୍ଲକ ବିଡିଓ ପ୍ରିୟଦର୍ଶୀନି ମୀର୍ଦ୍ଧାଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲା । ମାତ୍ର ସେ କଲ୍‌ ରିସିଭ୍‌ କରୁ ନ ଥିବାରୁ ତାଙ୍କ ମତାମତ ମିଳି ପାରିନାହିଁ। ତେବେ ଦେବଗଡ ଜିଲାପାଳ ନିଜେ ଏ ଘଟଣାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri