ଚାଷ ଜମିରେ ବେଣାବୁଦା

କେନ୍ଦ୍ରାପଡ଼ା ଅଫିସ, ୮ା୫: କେନ୍ଦ୍ରାପଡ଼ା ଜିଲାର ୭ ନଦୀ, ୨୭ ନାଳରେ ଜଳ ପ୍ରବାହିତ ହେଉଛି। ଧାନ ସହ ମାଛ ଚାଷ ଜିଲାର ଅର୍ଥନୀତିକୁ ବଞ୍ଚାଇ ରଖିଛି। ଏହାସତ୍ତ୍ୱେ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫ଟି ବ୍ଲକର ୫୧ ପ୍ରତିଶତ ପରିବାରର ସଦସ୍ୟ କର୍ମ ଅନ୍ବେଷଣରେ ଜିଲା ବାହାରକୁ ଯାଉଛନ୍ତି। ଜଳସେଚନ ଓ ନିଷ୍କାସନ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଫଳରେ ଅର୍ଥକରୀ ଫସଲ ଉପତ୍ନ୍ନ ହୋଇପାରୁନି। ଚାଷ ଜମି ପଡିଆ ପଡ଼ିବା ଦ୍ୱାରା ବେଣାଗଛ ଉଠୁଛି। ଏହି ବେଣାଗଛ ଯୋଗୁ ଚାଷ କାର୍ଯ୍ୟ ବ୍ୟାହତ ହେଉଛି। ବେଣା ଗଛ ମଲା ପରେ ବି ରହୁଥିବା ମୂଳ ଯୋଗୁ ଚାଷୀମାନେ ହଇରାଣ ହେଉଛନ୍ତି। ଏହି ମୂଳକୁ ଉପାଡ଼ିବାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେଣୁ ଚାଷୀ ଜମି ଚାଷ ନ କରି ପଡିଆ ପକାଇବାକୁ ବାଧ୍ୟ ହେଉଛନ୍ତି। ଜିଲା ଗଠନ ପରେ ରାଜସ୍ବ ବିଭାଗ ଓ ଜଳ ପରିଚାଳନା ବିଭାଗର ସମନ୍ବୟ ବୈଠକରେ ଏ ନେଇ ଆଲୋଚନା ହେବା ଚାଷୀ କେବେ ଦେଖିନାହାନ୍ତି। ନଦୀ ସଂଯୋଗୀକରଣ ସହ କୃଷିଭିତ୍ତିକ ଶିଳ୍ପକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ଅର୍ଥକରୀ ଫସଲରେ ଜଳ ପରିଚାଳନା ବାଧକ
କେନ୍ଦ୍ରାପଡ଼ା ଜିଲାରେ ଲୁଣା, ଚିତ୍ରୋପତ୍ଳା, ପାଇକା, ମହାନଦୀ, ବିରୂପା, ବ୍ରାହ୍ମଣୀ, ଗୋବରୀ ନଦୀ ପ୍ରବାହିତ ହେଉଛି। ସେହିପରି କେନ୍ଦ୍ରାପଡ଼ା କେନାଲ, ପଟ୍ଟାମୁଣ୍ଡାଇ କେନାଲ, ଗୋବରୀ ଓ ସମ୍ପ୍ରସାରିତ ଗୋବରୀ କେନାଲ ଅଛି। ପ୍ରାୟ ୧୪୦୦ କି.ମି. ଏହି ଜଳପଥ ଜିଲାରେ ଛନ୍ଦାଛନ୍ଦି ହୋଇ ରହିଛି। ୧,୮୨,୧୮୪ ହେକ୍ଟର ଚାଷୋପଯୋଗୀ ଜମି ମଧ୍ୟରୁ ମାତ୍ର ୪୫,୯୧୪ ହେକ୍ଟର ଜମିରେ କେନାଲ ମାଧ୍ୟମରେ ଜଳସେଚନ ହୋଇପାରୁଛି। ସାମାନ୍ୟ ବର୍ଷାରେ ଜିଲାର ୭୦,୩୩୩ ହେକ୍ଟର ଜମିରେ ପାଣି ଜମି ରହି ଫସଲ ନଷ୍ଟ କରୁଛି। ସେହିପରି ୩୬,୦୩୮ ହେକ୍ଟର ଜମି ପାଣି ବିନା ମରୁଡ଼ି ହେଉଛି। ଏ ସବୁ ସ୍ଥାନରେ ଜମିରେ ବେଣାଗଛ ଦେଖା ଦେଇଛି। ଜିଲାର ଆଳି, ରାଜକନିକା, ରାଜନଗର ଅଞ୍ଚଳରେ ଆଦୌ କେନାଲ ନାହିଁ। ଜଳସେଚନ ଓ ନିଷ୍କାସନ ସମସ୍ୟା ପାଇଁ ଅର୍ଥକରୀ ଫସଲ ଉପତ୍ନ୍ନ ହୋଇପାରୁନାହିଁ।
– ଡା. ପି.ଏନ. ଗୌରାଙ୍ଗ, ସାମାଜିକ କର୍ମୀ, ପଟ୍ଟାମୁଣ୍ଡାଇ
କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ନାହିଁ
୧୯୯୩ ଏପ୍ରିଲ ପହିଲାରେ ଅବିଭକ୍ତ କଟକରୁ କେନ୍ଦ୍ରାପଡ଼ା ଜିଲା ପ୍ରତିଷ୍ଠା ହେଲା। ଜିଲାକୁ ସ୍ବତନ୍ତ୍ର ମାନ୍ୟତା ପରେ ରାଜସ୍ବ ଓ ଜଳ ପରିଚାଳନା ବିଭାଗ ସମ୍ପର୍କୀୟ ମଧ୍ୟରେ ସମନ୍ବୟ ରହିପାରୁନି। ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ଏଥିପାଇଁ ବାଧକ ହୋଇଛି। କେନ୍ଦ୍ରାପଡ଼ା ଜଳସେଚନ ଡିଭିଜନ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଥିବାବେଳେ ମହାନଦୀ ଉତ୍ତର ଡିଭିଜନର କାର୍ଯ୍ୟାଳୟ କଟକ ଜିଲାରେ ଅଛି। ସେହିପରି ପୁନ୍ଦାଳୋଠାରେ ଚିତ୍ରୋପତ୍ଳା ସବ୍‌ଡିଭିଜନ, ଚଣ୍ଡୀଖୋଲସ୍ଥିତ ଯାଜପୁର ଜଳସେଚନ ଡିଭିଜନ ଓ ଡ୍ରେନେଜ ଡିଭିଜନ କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇଠାରେ ଅଛି। ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଦୁହୁରିଆଠାରେ ଓ କାଡ଼ା କେନାଲ ଡିଭିଜନ ଚାନ୍ଦୋଳଠାରେ ଥିବାବେଳେ ଆଳିରେ ତଟବନ୍ଧ ବିଭାଗ କାର୍ଯ୍ୟାଳୟ ଅଛି। ସହରର ତିନିମୁହାଣୀ ଠାରେ ଉଠା ଜଳସେଚନ ବିଭାଗ କାର୍ଯ୍ୟ କରୁଛି। ଜଳ ପରିଚାଳନାକୁ ନେଇ ରାଜସ୍ବ ବିଭାଗ ସହ ଉପରୋକ୍ତ ବିଭାଗର ବୈଠକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଜଳ ପରିଚାଳନା ବୈଠକରେ ସମସ୍ତ ଉଚ୍ଚ ଅଧିକାରୀ ଏକାଠି ହେବା ଜିଲା ଗଠନ ପରଠାରୁ ଅଦ୍ୟାବଧି ହୋଇ ନ ଥିବା ଜଣାପଡିଛି।
– ଗୌତମ ବେହେରା, ସଭାପତି ଉତ୍କଳମଣି ଯୁବକ ସଂଘ, କେନ୍ଦ୍ରାପଡ଼ା
କୃଷିଭିତ୍ତିକ ଶିଳ୍ପ ପାଇଁ ନଦୀ ସଂଯୋଗୀକରଣ
ଜୀବନ ଓ ଜୀବିକା ପାଇଁ ଜିଲାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି। ତେବେ ଏଥିପାଇଁ ସୁଚିନ୍ତିତ ଯୋଜନା ନାହିଁ। ଜଳସେଚନ ଓ ନିଷ୍କାସନ ପ୍ରମୁଖ ସମସ୍ୟା ହୋଇଛି। ଧାନ, ମାଛ ଚାଷ ସହ ଅର୍ଥକରୀ ଫସଲ ଭାବେ ସୂର୍ଯ୍ୟମୁଖୀଠାରୁ ଆରମ୍ଭ କରି ତାଳ ଗଛ ପର୍ଯ୍ୟନ୍ତ ଏହି ଜଳବାୟୁ ଉପଯୁକ୍ତ। ନଦୀ ସଂଯୋଗୀକରଣ ଦ୍ୱାରା ବନ୍ୟା ଓ ମରୁଡ଼ିରୁ ମୁକ୍ତି ମିଳିପାରିବ। ଏହାର ଜଳ କୃଷି ଅର୍ଥନୀତିକୁ ସମୃଦ୍ଧ କରିବ। ବନ୍ଧବାଡ଼ ନିର୍ମାଣ ଓ କୃଷିଭିତ୍ତିକ ଶିଳ୍ପକୁ ଗୁରୁତ୍ୱ ଦେବାକୁ ହେବ। ସାମୁଦ୍ରିକ ଗବେଷଣାଗାର ମତ୍ସ୍ୟଚାଷକୁ ବହୁଗୁଣିତ କରିପାରିବ। ସେହିପରି କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦ୍ୱାରା ଉତ୍ତରପିଢ଼ି କୃଷି ପ୍ରତି ଆଗ୍ରହ ପ୍ରକାଶ କରିବେ। ଜିଲାରେ ସାମୁଦ୍ରିକ ଝଡ଼ ଏକ ପ୍ରାକୃତିକ ବିପଦ ଭାବେ ଉଭା ହେଉଛି। ତଟବର୍ତ୍ତୀ ଅଞ୍ଚଳରେ ନୂତନ ହେନ୍ତାଳବଣ ସୃଷ୍ଟି ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ।
– ଭୁବନମୋହନ ଜେନା, ସଭାପତି, ଜନ ଅଧିକାର ଅଭିଯାନ, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri