Posted inଖେଳ

ଷ୍ଟାର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଦଳକୁ ଫେରିବା ଦ୍ୱାରା ଇଂଲଣ୍ଡ ଦଳର ମନୋବଳ ବୃଦ୍ଧି

ମୁମ୍ବାଇ,୨୧ା୧୦: ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କର ଦଳକୁ ଫେରିବା ଦ୍ୱାରା ଇଂଲଣ୍ଡ କ୍ରିକେଟ ଦଳର ମନୋବଳ ବୃଦ୍ଧି ପାଇଛି। ଚଳିତ ଦିନିକିଆ ବିଶ୍ୱକପ୍‌ରେ ଆଗକୁ ଖେଳାଯିବାକୁଥିବା ମ୍ୟାଚଗୁଡ଼ିକରେ ଦଳ ଏହାର ପ୍ରଦର୍ଶନରେ ସୁଧାର ଆଣିବ ବୋଲି ମନେକରୁଛି। ଇଂଲଣ୍ଡ ଏହାର ପରବର୍ତ୍ତୀ ମ୍ୟାଚ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଏହି ଦୁଇ ଦଳ ସେମାନଙ୍କ ଗତ ମ୍ୟାଚରେ ପରାଜିତ ହୋଇଛନ୍ତି। ଧର୍ମଶାଳାଠାରେ ନେଦରଲାଣ୍ଡ୍ସ ବିପକ୍ଷ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ସର୍ବାଧିକ ସ୍କୋର (୪୨୮/୫) କରିଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍‌ଅପ୍‌ କିନ୍ତୁ ଭୁଶୁଡ଼ି ପଡ଼ିଥିଲା। ଟୁର୍ନାମେଣ୍ଟରେ ଦଳର ଏହା ହେଉଛି ପ୍ରଥମ ପରାଜୟ। ସେହିପରି ଦିଲ୍ଲୀରେ ଆଫଗାନିସ୍ତାନ ବୋଲିଂର ଉଚିତ ମୁକାବିଲା କରି ନ ପାରି ଇଂଲଣ୍ଡକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ଦଳ ବର୍ତ୍ତମାନ ଚାପରେ ରହିଛି। ୫୦ଓଭର ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡର ବିଜୟ ପରାଜୟ ରେକର୍ଡ ଯଦିଓ ୪-୩ ରହିଛି ଏହି ସଂସ୍କରଣରେ ଦକ୍ଷିଣ ଆଫ୍ରିକାର ରନରେଟ୍‌ ଭଲ ରହିଛି। ଟୁର୍ନାମେଣ୍ଟ ଆରମ୍ଭରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ୧୦୦ରୁ ଅଧିକ ରନ ବ୍ୟବଧାନରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଧମାକାଦାର ଆରମ୍ଭ କରିଥିଲେ ମଧ୍ୟ ଆଇସିସି ଇଭେଣ୍ଟଗୁଡ଼ିକରେ ନେଦରଲାଣ୍ଡ୍ସ ଭଳି ଦଳଠାରୁ କ୍ରମାଗତ ଦ୍ୱିତୀୟ ପରାଜୟ ପରେ ଦଳ ଚାପରେ ରହିଛି। ଡଚ୍‌ ଦଳଠାରୁ ହାରିଯିବା ପରେ ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରି ଦଳର ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ଚାହୁଛି। ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡ ପ୍ରାୟ ସମସ୍ତ ବିଭାଗରେ କରୁଛି। ପଡ଼ିଆରେ ଏପର୍ଯ୍ୟନ୍ତ ସୁଦ୍ଧା ଦଳଗତ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। କାଗଜପତ୍ରରେ ଇଂଲଣ୍ଡ ଏକ ବିପଜ୍ଜନକ ଦଳ ହୋଇପାରେ, ମାତ୍ର ଏହାର ପ୍ରଦର୍ଶନରେ ଅସ୍ଥିରତା ଦେଖିବାକୁ ମିଳୁଛି। ଦଳ ଓ୍ବାଙ୍ଖଡେ ଷ୍ଟାଡିୟମରେ ବେନ୍‌ ଷ୍ଟୋକ୍ସଙ୍କଠାରୁ କିଛି ଚମତ୍କାରିତା ଆଶା କରୁଛି। ପିଚାରେ ଇଞ୍ଜୁରି ଯୋଗୁ ଷ୍ଟୋକ୍ସ ପ୍ରଥମ ତିନୋଟି ମ୍ୟାଚ ଖେଳିନାହାନ୍ତି। ମିଡଲ ଅର୍ଡରରେ ଜୋସ ବଟଲରଙ୍କ ଭଳି ବ୍ୟାଟରଙ୍କଠାରୁ ଏପର୍ଯ୍ୟନ୍ତ ଏକ ଭଲ ଇନିଂସ ଦେଖିବାକୁ ମିଳିନାହିଁ। ଗତ ତିନୋଟି ମ୍ୟାଚରେ ତାଙ୍କ ସ୍କୋର ୪୩, ୨୦ ଓ ୯ ରହିଛି। ସେହିପରି ଲୋୟର ଅର୍ଡରରେ ଲିଆମ ଲିଭିଂଷ୍ଟୋନ୍‌ ଯଥାକ୍ରମେ ୨୦, ୦ ଓ ୧୦ ରନ କରିଛନ୍ତି। ଅନ୍ୟପକ୍ଷରେ ଜୋ ରୁଟ୍‌ ଓ ଦାଓ୍ବିଦ ମଲାନ ଇଂଲଣ୍ଡର ଶ୍ରେଷ୍ଠ ବ୍ୟାଟର ରହି ଆସିଛନ୍ତି। ରୁଟ୍‌ ଇତିମଧ୍ୟରେ ଦୁଇଟି ଅର୍ଦ୍ଧଶତକ ଏବଂ ମଲାନ ଗୋଟିଏ ଶତକ ହାସଲ କରିସାରିଛନ୍ତି। ଦକ୍ଷିଣ ଆଫ୍ରିକାର ହାଇକ୍ୱାଲିଟି ବୋଲିଂ ଆକ୍ରମଣର ଉଚିତ ମୁକାବିଲା ପାଇଁ ବ୍ୟାଟରମାନଙ୍କ ଦଳଗତ ପ୍ରଦର୍ଶନ ଆବଶ୍ୟକ। ଏଥର ଟୁର୍ନାମେଣ୍ଟରେ ବୋଲିଂରେ ଇଂଲଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ରିସି ଟପ୍‌ଲେ
(୫ ଉଇକେଟ)। ମାର୍କ ଉଡ୍‌ଙ୍କ ଏକ୍ସପ୍ରେସ ପେସ୍‌ (୩ ଉଇକେଟ) କିମ୍ବା ଆଦିଲ ରଶିିଦଙ୍କ ସ୍ପିନ(୪ ଉଇକେଟ) ସେତେଟୋ ଫଳପ୍ରଦ ହୋଇପାରି ନାହିଁ। ୨୦୧୦ ସଂସ୍କରଣରେ ଇଂଲଣ୍ଡର ସବୁଠାରୁ ଭଲ ବୋଲର ଥିଲେ ଜୋଫ୍ରା ଆର୍ଚର। ସେ ୨୦ ଉଇକେଟ ଅକ୍ତିଆର କରିଥିଲେ। ଜୋଫ୍ରା ଗୁରୁବାର ମୁମ୍ବାଇରେ ଦଳ ସହିତ ଯୋଗ ଦେଇଛନ୍ତି। କିନ୍ତୁ ତାଙ୍କୁ ରିଜର୍ଭ ଖେଳାଳି ଭାବେ ରଖାଯାଇଛି। ଅନ୍ୟପକ୍ଷରେ ଟେମ୍ବା ବଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକ ଭଲ ପ୍ରଦର୍ଶନ କରୁଛି। କ୍ୱିଣ୍ଟନ ଡି’କକ୍‌ ଲଗାତର ଦୁଇଟି ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ସେ ତାଙ୍କର ଶେଷ ବିଶ୍ୱକପ୍‌ ଖେଳୁଥିବାରୁ ସେ ସ୍ମରଣୀୟ ପ୍ରଦର୍ଶନ କରିବାକୁ ଚାହିଁବେ। ଏଡେନ ମାରାକ୍ରମ ଓ ରସି ଭାନ୍‌ ଡର ଡୁସେନ ଫର୍ମରେ ଅଛନ୍ତି। ଭୟ ଖେଳାଳି ପରିସ୍ଥିତିକୁ ନେଇ ସେମାନଙ୍କ ବ୍ୟାଟିଂ ଷ୍ଟାଇଲ ବଦଳାଇ ଥାନ୍ତି। ଦକ୍ଷିଣ ଆଫ୍ରିକା ବୋଲରମାନଙ୍କ ଦଳଗତ ପ୍ରଦର୍ଶନ ରହୁଛି। କାଗିସୋ ରାବାଡା (୭ଉଇକେଟ) ଓ ମାର୍କୋ ଜାନ୍‌ସେନ୍‌ (୬ ଉଇକେଟ) ବ୍ୟାଟରମାନଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି। ମାତ୍ର ଲୁନ୍‌ଗି ଏନ୍‌ଗିଡି (୪ ଉଇକେଟ)ଙ୍କଠାରୁ ଅଧିକ ଭଲ ପ୍ରଦର୍ଶନ ଦରକାର ପଡୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri