Posted inଖେଳ

ଷ୍ଟାର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଦଳକୁ ଫେରିବା ଦ୍ୱାରା ଇଂଲଣ୍ଡ ଦଳର ମନୋବଳ ବୃଦ୍ଧି

ମୁମ୍ବାଇ,୨୧ା୧୦: ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କର ଦଳକୁ ଫେରିବା ଦ୍ୱାରା ଇଂଲଣ୍ଡ କ୍ରିକେଟ ଦଳର ମନୋବଳ ବୃଦ୍ଧି ପାଇଛି। ଚଳିତ ଦିନିକିଆ ବିଶ୍ୱକପ୍‌ରେ ଆଗକୁ ଖେଳାଯିବାକୁଥିବା ମ୍ୟାଚଗୁଡ଼ିକରେ ଦଳ ଏହାର ପ୍ରଦର୍ଶନରେ ସୁଧାର ଆଣିବ ବୋଲି ମନେକରୁଛି। ଇଂଲଣ୍ଡ ଏହାର ପରବର୍ତ୍ତୀ ମ୍ୟାଚ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଏହି ଦୁଇ ଦଳ ସେମାନଙ୍କ ଗତ ମ୍ୟାଚରେ ପରାଜିତ ହୋଇଛନ୍ତି। ଧର୍ମଶାଳାଠାରେ ନେଦରଲାଣ୍ଡ୍ସ ବିପକ୍ଷ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ସର୍ବାଧିକ ସ୍କୋର (୪୨୮/୫) କରିଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍‌ଅପ୍‌ କିନ୍ତୁ ଭୁଶୁଡ଼ି ପଡ଼ିଥିଲା। ଟୁର୍ନାମେଣ୍ଟରେ ଦଳର ଏହା ହେଉଛି ପ୍ରଥମ ପରାଜୟ। ସେହିପରି ଦିଲ୍ଲୀରେ ଆଫଗାନିସ୍ତାନ ବୋଲିଂର ଉଚିତ ମୁକାବିଲା କରି ନ ପାରି ଇଂଲଣ୍ଡକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ଦଳ ବର୍ତ୍ତମାନ ଚାପରେ ରହିଛି। ୫୦ଓଭର ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡର ବିଜୟ ପରାଜୟ ରେକର୍ଡ ଯଦିଓ ୪-୩ ରହିଛି ଏହି ସଂସ୍କରଣରେ ଦକ୍ଷିଣ ଆଫ୍ରିକାର ରନରେଟ୍‌ ଭଲ ରହିଛି। ଟୁର୍ନାମେଣ୍ଟ ଆରମ୍ଭରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ୧୦୦ରୁ ଅଧିକ ରନ ବ୍ୟବଧାନରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଧମାକାଦାର ଆରମ୍ଭ କରିଥିଲେ ମଧ୍ୟ ଆଇସିସି ଇଭେଣ୍ଟଗୁଡ଼ିକରେ ନେଦରଲାଣ୍ଡ୍ସ ଭଳି ଦଳଠାରୁ କ୍ରମାଗତ ଦ୍ୱିତୀୟ ପରାଜୟ ପରେ ଦଳ ଚାପରେ ରହିଛି। ଡଚ୍‌ ଦଳଠାରୁ ହାରିଯିବା ପରେ ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରି ଦଳର ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ଚାହୁଛି। ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡ ପ୍ରାୟ ସମସ୍ତ ବିଭାଗରେ କରୁଛି। ପଡ଼ିଆରେ ଏପର୍ଯ୍ୟନ୍ତ ସୁଦ୍ଧା ଦଳଗତ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। କାଗଜପତ୍ରରେ ଇଂଲଣ୍ଡ ଏକ ବିପଜ୍ଜନକ ଦଳ ହୋଇପାରେ, ମାତ୍ର ଏହାର ପ୍ରଦର୍ଶନରେ ଅସ୍ଥିରତା ଦେଖିବାକୁ ମିଳୁଛି। ଦଳ ଓ୍ବାଙ୍ଖଡେ ଷ୍ଟାଡିୟମରେ ବେନ୍‌ ଷ୍ଟୋକ୍ସଙ୍କଠାରୁ କିଛି ଚମତ୍କାରିତା ଆଶା କରୁଛି। ପିଚାରେ ଇଞ୍ଜୁରି ଯୋଗୁ ଷ୍ଟୋକ୍ସ ପ୍ରଥମ ତିନୋଟି ମ୍ୟାଚ ଖେଳିନାହାନ୍ତି। ମିଡଲ ଅର୍ଡରରେ ଜୋସ ବଟଲରଙ୍କ ଭଳି ବ୍ୟାଟରଙ୍କଠାରୁ ଏପର୍ଯ୍ୟନ୍ତ ଏକ ଭଲ ଇନିଂସ ଦେଖିବାକୁ ମିଳିନାହିଁ। ଗତ ତିନୋଟି ମ୍ୟାଚରେ ତାଙ୍କ ସ୍କୋର ୪୩, ୨୦ ଓ ୯ ରହିଛି। ସେହିପରି ଲୋୟର ଅର୍ଡରରେ ଲିଆମ ଲିଭିଂଷ୍ଟୋନ୍‌ ଯଥାକ୍ରମେ ୨୦, ୦ ଓ ୧୦ ରନ କରିଛନ୍ତି। ଅନ୍ୟପକ୍ଷରେ ଜୋ ରୁଟ୍‌ ଓ ଦାଓ୍ବିଦ ମଲାନ ଇଂଲଣ୍ଡର ଶ୍ରେଷ୍ଠ ବ୍ୟାଟର ରହି ଆସିଛନ୍ତି। ରୁଟ୍‌ ଇତିମଧ୍ୟରେ ଦୁଇଟି ଅର୍ଦ୍ଧଶତକ ଏବଂ ମଲାନ ଗୋଟିଏ ଶତକ ହାସଲ କରିସାରିଛନ୍ତି। ଦକ୍ଷିଣ ଆଫ୍ରିକାର ହାଇକ୍ୱାଲିଟି ବୋଲିଂ ଆକ୍ରମଣର ଉଚିତ ମୁକାବିଲା ପାଇଁ ବ୍ୟାଟରମାନଙ୍କ ଦଳଗତ ପ୍ରଦର୍ଶନ ଆବଶ୍ୟକ। ଏଥର ଟୁର୍ନାମେଣ୍ଟରେ ବୋଲିଂରେ ଇଂଲଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ରିସି ଟପ୍‌ଲେ
(୫ ଉଇକେଟ)। ମାର୍କ ଉଡ୍‌ଙ୍କ ଏକ୍ସପ୍ରେସ ପେସ୍‌ (୩ ଉଇକେଟ) କିମ୍ବା ଆଦିଲ ରଶିିଦଙ୍କ ସ୍ପିନ(୪ ଉଇକେଟ) ସେତେଟୋ ଫଳପ୍ରଦ ହୋଇପାରି ନାହିଁ। ୨୦୧୦ ସଂସ୍କରଣରେ ଇଂଲଣ୍ଡର ସବୁଠାରୁ ଭଲ ବୋଲର ଥିଲେ ଜୋଫ୍ରା ଆର୍ଚର। ସେ ୨୦ ଉଇକେଟ ଅକ୍ତିଆର କରିଥିଲେ। ଜୋଫ୍ରା ଗୁରୁବାର ମୁମ୍ବାଇରେ ଦଳ ସହିତ ଯୋଗ ଦେଇଛନ୍ତି। କିନ୍ତୁ ତାଙ୍କୁ ରିଜର୍ଭ ଖେଳାଳି ଭାବେ ରଖାଯାଇଛି। ଅନ୍ୟପକ୍ଷରେ ଟେମ୍ବା ବଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକ ଭଲ ପ୍ରଦର୍ଶନ କରୁଛି। କ୍ୱିଣ୍ଟନ ଡି’କକ୍‌ ଲଗାତର ଦୁଇଟି ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ସେ ତାଙ୍କର ଶେଷ ବିଶ୍ୱକପ୍‌ ଖେଳୁଥିବାରୁ ସେ ସ୍ମରଣୀୟ ପ୍ରଦର୍ଶନ କରିବାକୁ ଚାହିଁବେ। ଏଡେନ ମାରାକ୍ରମ ଓ ରସି ଭାନ୍‌ ଡର ଡୁସେନ ଫର୍ମରେ ଅଛନ୍ତି। ଭୟ ଖେଳାଳି ପରିସ୍ଥିତିକୁ ନେଇ ସେମାନଙ୍କ ବ୍ୟାଟିଂ ଷ୍ଟାଇଲ ବଦଳାଇ ଥାନ୍ତି। ଦକ୍ଷିଣ ଆଫ୍ରିକା ବୋଲରମାନଙ୍କ ଦଳଗତ ପ୍ରଦର୍ଶନ ରହୁଛି। କାଗିସୋ ରାବାଡା (୭ଉଇକେଟ) ଓ ମାର୍କୋ ଜାନ୍‌ସେନ୍‌ (୬ ଉଇକେଟ) ବ୍ୟାଟରମାନଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି। ମାତ୍ର ଲୁନ୍‌ଗି ଏନ୍‌ଗିଡି (୪ ଉଇକେଟ)ଙ୍କଠାରୁ ଅଧିକ ଭଲ ପ୍ରଦର୍ଶନ ଦରକାର ପଡୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri