Posted inଖେଳ

ତାଲିକାରେ ବେନ୍‌ ଷ୍ଟୋକ୍ସ, କାମେରନ ଗ୍ରୀନ୍‌

ନୂଆଦିଲ୍ଲୀ,୧୪।୧୨ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମିନି ନିଲାମ ଡିସେମ୍ବର ୨୩ରେ କୋଚିଠାରେ ହେବ। ଏଥିରେ ୮୭ ସ୍ଥାନ ପାଇଁ ୪୦୫ ଖେଳାଳି ନିଲାମରେ ଅବତୀର୍ଣ୍ଣ ହେବେ। ଏଥିରେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଷ୍ଟୋକ୍ସ ଏବଂ ଉଦୀୟମାନ ଅଷ୍ଟ୍ରେଲୀୟ ସେନ୍‌ସେସନ କାମେରନ ଗ୍ରୀନ୍‌ଙ୍କ ବେସ୍‌ ପ୍ରାଇସ୍‌ ସର୍ବାଧିକ ୨ କୋଟି ଟଙ୍କା ଲେଖାଏଁ ରଖାଯାଇଥିବା ବେଳେ ଇଂଲଣ୍ଡର ପୂର୍ବତନ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ଙ୍କ ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ରହିଛି। ୪୦୫ ଖେଳାଳିଙ୍କ ମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ୨୭୩ ରହିଛି। ୧୩୨ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସହଯୋଗୀ ରାଷ୍ଟ୍ରର ୪ ଖେଳାଳି ସାମିଲ ଥିବା ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ଖେଳାଳି କ୍ରୟ ଲାଗି କୋଲକାତା ନାଇଟ ରାଇଡର୍ସ ପାଖରେ ସବୁଠାରୁ କମ୍‌ ୭.୨ କୋଟି ଟଙ୍କା ଉପଲବ୍ଧ ଅଛି। ଗତଥର ଖରାପ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଦଳରେ ୧୩ ସ୍ଥାନ ଉପଲବ୍ଧ। ଦଳ ପାଖରେ ଖେଳାଳି କ୍ରୟ ପାଇଁ ୪୨.୨୫ କୋଟି ଟଙ୍କା ରହିଛି। ଗତ ସଂସ୍କରଣରେ ଅସ୍ଥିର ପ୍ରଦର୍ଶନ କରିଥିବା ଅନ୍ୟ ଏକ ଦଳ ପଞ୍ଜାବ କିଙ୍ଗ୍ସ ୩୨.୨୦ କୋଟି ଟଙ୍କା ସହ ମିନି ନିଲାମକୁ ଓହ୍ଲାଇବ। ଚେନ୍ନାଇ ସୁପର କିଙ୍ଗ୍ସ (୨୦.୪୫ କୋଟି ଟଙ୍କା) ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (୨୩.୩୫ କୋଟି) ମୁମ୍ବାଇ ଇଣ୍ଡିଆନ୍ସ (୨୦.୫୫ କୋଟି ଟଙ୍କା), ଦିଲ୍ଲୀ କ୍ୟାପିଟାଲ୍ସ (୧୯.୪୫ କୋଟି ଟଙ୍କା) ଏବଂ ଗତଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସ (୧୯.୨୫ କୋଟି) ଆଦି ସେମାନଙ୍କ ପସନ୍ଦ ଖେଳାଳିଙ୍କୁ କ୍ରୟ କରିବା ଲାଗି ଉଦ୍ୟମ କରିବେ। ନିଲାମରେ ବିସ୍ପୋରକ ବ୍ୟାଟିଂ କରିପାରୁଥିବା ପେସ୍‌ ବୋଲିଂ ଅଲରାଉଣ୍ଡରଙ୍କ ଚାହିଦା ସବୁଠାରୁ ଅଧିକ ରହିବ। ଏହି ଖେଳାଳିଙ୍କୁ ନେବାଲାଗି ୨ରୁ ୩ ଫ୍ରାଞ୍ଚାଇଜ୍‌ ମଧ୍ୟରେ ତୀବ୍ର ପ୍ରତିଯୋଗିତାହେବ। ସେମାନେ ୧୫ରୁ ୧୭କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ବୋଲି ଆଶା କରାଯାଉଛି। ଭାରତର ଅଧିକାଂଶ ଟପ୍‌ ଖେଳାଳି କୌଣସି ନା କୌଣସି ଦଳରେ ଅଛନ୍ତି। ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ମୟଙ୍କ ଅଗ୍ରଓ୍ବାଲ ଓ ମନୀଷ ପାଣ୍ଡେଙ୍କ ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ରଖାଯାଇଛି। କିନ୍ତୁ ଭେଟେରାନ ଈଶାନ୍ତ ଶର୍ମା ଓ ଅଜିଙ୍କ୍ୟ ରାହାନେଙ୍କ ବେସ୍‌ ପ୍ରାଇସ୍‌ ୫୦ ଲକ୍ଷ ଟଙ୍କା ରଖାଯାଇଛି। ଗୋଟିଏ କିମ୍ବା ଦୁଇଟି ଟିମ୍‌ ସେମାନଙ୍କ ପ୍ରତି ଆଗ୍ରହ ଦେଖାଇପାରନ୍ତି। ଦକ୍ଷିଣ ଆଫ୍ରିକା ବ୍ୟାଟର ରିଲି ରୋସୋ ଭାରତୀୟ ଟ୍ରାକ୍‌ରେ ବେଶ୍‌ ଉପଯୋଗୀ। ତାଙ୍କୁ ଦଳରେ ନେବାପାଇଁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ମଧ୍ୟରେ ଜୋର୍‌ଦାର ପ୍ରତିଯୋଗିତା ହୋଇପାରେ। ଇଂଲଣ୍ଡର ଉଦୀୟମାନ ଖେଳାଳି ହ୍ୟାରି ବ୍ରୁକ୍‌ଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri