ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଛି। ଯାହାଫଳରେ ତାଙ୍କ ଚେହେରାର ଗଠନ ସମ୍ପୂର୍ଣ୍ଣ ବଦଳି ଯାଇଥିବା ଦେଖିବାକୁ ମିଳିଛି। ଷ୍ଟୋକ୍ସ ନିଜେ ସୋସିଆଲ ମିଡିଆରେ ଏହି ଆହତ ଅବସ୍ଥାର ଫଟୋ ସେୟାର କରି ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଷ୍ଟୋକ୍ସ କୌଣସି ମ୍ୟାଚ୍ ଖେଳୁଥିବା ସମୟରେ ନୁହେଁ ବରଂ ଅଭ୍ୟାସ ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ପଡ଼ିଆର ଏକ ପାର୍ଶ୍ୱରେ ଛିଡ଼ା ହୋଇ କଥା ହେଉଥିବା ବେଳେ ହଠାତ୍ ଏକ ବଲ୍ ଆସି ତାଙ୍କ ମୁହଁରେ ବାଜିଥିଲା। ବଲ୍ଟିକୁ ସେ ଦେଖିପାରି ନଥିବାରୁ ଏହା ସିଧାସଳଖ ତାଙ୍କ ମୁହଁର ଡାହାଣ ପାର୍ଶ୍ୱରେ ମାଡ଼ ହୋଇଥିଲା।
Ben Stokes’ Instagram story. 😱
– Get well soon, Ben! pic.twitter.com/L2etpg1ZsF
— Mufaddal Vohra (@mufaddal_vohra) February 5, 2026
ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଆହତ ଚେହେରାର ଫଟୋ ସେୟାର କରି ଷ୍ଟୋକ୍ସ ଏକ ମଜାକିଆ କ୍ୟାପସନ ଲେଖିଛନ୍ତି। ସେ ଲେଖିଛନ୍ତି, “ଆପଣମାନେ କ୍ରିକେଟ ବଲ୍ର ଅବସ୍ଥା ଦେଖିବା ଉଚିତ୍।” ତାଙ୍କ ଚେହେରାର ଡାହାଣ ପାର୍ଶ୍ୱ ସମ୍ପୂର୍ଣ୍ଣ ଫୁଲି ଯାଇଥିବା ବେଳେ ନାକ ଓ ଓଠରେ ମଧ୍ୟ ଗଭୀର ଆଘାତ ଲାଗିଛି।
ସୂଚନାଯୋଗ୍ୟ ଯେ, ବେନ୍ ଷ୍ଟୋକ୍ସ ବର୍ତ୍ତମାନ ଇଂଲଣ୍ଡର ହ୍ୱାଇଟ୍ ବଲ୍ (ସୀମିତ ଓଭର) କ୍ରିକେଟ୍ ସେଟଅପ୍ରୁ ବାହାରେ ଅଛନ୍ତି। ସେଥିପାଇଁ ସେ ଆସନ୍ନ ଟି-୨୦ ବିଶ୍ୱକପ୍ ଦଳର ଅଂଶ ନାହାନ୍ତି। ପୂର୍ବରୁ ସେ ୨୦୨୨ ବିଶ୍ୱକପ୍ ଖେଳିଥିଲେ ମଧ୍ୟ ୨୦୨୪ ବିଶ୍ୱକପ୍ରେ ମଧ୍ୟ ଦଳର ସଦସ୍ୟ ନଥିଲେ।
କେବଳ ଏହି ଆଘାତ ନୁହେଁ, ଆସେସ ୨୦୨୫-୨୬ ସିରିଜ୍ ବେଳେ ମଧ୍ୟ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ସେହି ପୁରୁଣା ଆଘାତରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବା ବେଳେ ଏବେ ମୁହଁରେ ଏହି ଭୟଙ୍କର ଚୋଟ ତାଙ୍କ ପାଇଁ ଅସୁବିଧା ବଢ଼ାଇ ଦେଇଛି।

