Categories: ଫୁରସତ

ଟିକ୍‌ଟକ୍‌ରେ ବେଲି ଡ୍ୟାନ୍ସ କରିବା ପଡିଲା ମହଙ୍ଗା: ଯୁବତୀଙ୍କୁ ୩ ବର୍ଷ ଜେଲ୍‌, ୧୪ ଲକ୍ଷ ଟଙ୍କା ଜରିମାନା

ଟିକ୍‌ଟକ୍‌ରେ ବେଲି ଡ୍ୟାନ୍ସ କରି ଛାଡିବା ଯୁବତୀଙ୍କୁ ମହଙ୍ଗା ପଡିଛି। ଇଜିପ୍ଟର ହାଇପ୍ରୋଫାଇଲ ବେଲି ଡ୍ୟାନ୍ସର ସାମା ଏଲ୍‌-ମେସି ଟିକ୍‌ଟକ୍‌ରେ ଏକ ଉତ୍ତେଜିତ ବେଲି ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଥିଲେ। ଲୋକଙ୍କ ଉପରେ ଏଭଳି ଭିଡିଓ ଖରାପ ପ୍ରଭାବ ପକାଇବା ଅଭିଯୋଗରେ କାହିରା କୋର୍ଟ ତାଙ୍କ ଉପରେ ତିନି ବର୍ଷ ଜେଲ ଦଣ୍ଡ ଏବଂ ୩୦,୦୦୦ ପାଉଣ୍ଡ (ପ୍ରାୟ ୧୪ ଲକ୍ଷ ଟଙ୍କା) ଜରିମାନା କରିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ଯାଞ୍ଚ ବେଳେ ମେସିଙ୍କୁ ଏପ୍ରିଲରେ ଗିରଫ କରାଯାଇଥିଲା। ୪୨ ବର୍ଷୀୟ ମେସି ଏହି ଅଭିଯୋଗକୁ ଅସ୍ବୀକାର କରି ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ସେ କହିଛନ୍ତି ଯେ, ତାଙ୍କ ଫୋନରୁ ଭିଡିଓ ଚୋରି ହୋଇଛି ଏବଂ ବିନା ଅନୁମତିରେ ଶେୟାର କରାଯାଇଛି। ମିଶରର ପାରିବାରିକ ନୀତି ଏବଂ ମୂଲ୍ୟବୋଧକୁ ଉଲ୍ଲଂଘନ କରିଥିବାରୁ ମେସିଙ୍କୁ ଏଭଳି ଦଣ୍ଡ ଦିଆଯାଇଥିବା କୋର୍ଟ କହିଛନ୍ତି।

Share