‘ବେଲ୍ ବଟମ’ର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ବେଲ ବଟମ’ର ଟିଜରକୁ ନେଇ ଚର୍ଚ୍ଚା ଚାଲିଛି । ନିକଟରେ ପୁରା ଟିମ୍ ଏହାର ଶୁଟିଂ ପାଇଁ ବିଦେଶ ଯାଇଥିଲେ । ଏହାପରେ ଅକ୍ଷୟଙ୍କ ନୂଆ ଲୁକ୍ ଦେଖିବାକୁ ମିଳିଥିଲା । ଇତିମଧ୍ୟରେ ମେକର୍ସ ଫିଲ୍ମର ଟିଜର ରିଲଜ୍ କରିଛନ୍ତି । ଯାହା ଏବେ ଖୁବ୍ ଧମାକା କରୁଛି । ୨୯ ସେକେଣ୍ଡର ଏହି ଭିଡିଓରେ ଅକ୍ଷୟ ୮୦ ଦଶକର ବେଲ ବଟମ ପ୍ୟାଣ୍ଟ, କୋଟ ଓ ନିଶ ରଖିଥିବା ଦେଖାଯାଇଛି । ଆଉ ଅକ୍ଷୟଙ୍କର ଏହି ଲୁକ୍‌କୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ସବୁଠାରୁ ବଡ କଥା ହେଲା ଏଥିରେ ଅକ୍ଷୟ ପୁଣିଥରେ ଆକ୍ସନ ମୁଡରେ ଦେଖାଯାଉଛନ୍ତି । ଭିଡିଓରେ ପ୍ରଥମେ ଅକ୍ଷୟ ହାତରେ ଏକ ବ୍ରିଫକେସ ଧରି ହେଲିକପ୍ଟର ଆଡକୁ ଯାଉଥିବା ଦେଖାଯାଉଛି । ଏହାପରେ ଏକ ବଡ ଟ୍ୟାଙ୍କରରେ ଝୁଲି ରହିବା ଭଳି ନିଜର ଖିଲାଡି ଷ୍ଟାଇଲରେ ନଜର ଆସିଛନ୍ତି । ଆଉ ଦର୍ଶକଙ୍କୁ ଅକ୍ଷୟଙ୍କର ଏହି ଲୁକ୍‌ସ ଖୁବ୍ ପସନ୍ଦ ଆସିଛି । ପୂର୍ବରୁ ଏହାର ରିଲିଜ୍ ଡେଟ୍ ଘୋଷଣା କରାଯାଇଥିବା ବେଳେ ୨୦୨୧ ଏପ୍ରିଲ ୨ରେ ଏହା ରିଲିଜ୍ ହେବ ବୋଲି ସୂଚନା ରହିଛି ।

Share