Categories: ଫୁରସତ

ବୁଲା କୁକୁରଙ୍କୁ ନିଜ ଥାଳିରେ କ୍ଷୀର ପିଆଇ ଚର୍ଚ୍ଚାରେ ଏହି ବୃଦ୍ଧ ଭିକାରୀ: ଲୋକେ କରୁଛନ୍ତି ସଲାମ

ଭିକାରୀଟିଏ ପାଖରେ କ’ଣ ବା ଥାଇପାରେ। ସେ କାହାକୁ କ’ଣ ବା ଦେଇପାରେ। ଏଭଳି ଚିନ୍ତାଧାରା ସମସ୍ତେ ରଖିଥାନ୍ତି। ହେଲେ ଅନେକ ଥର ରାସ୍ତାରେ ନିରାଶ୍ରୟ ଭାବେ ପଡ଼ି ରହୁଥିବା ଭିକାରୀମାନଙ୍କ ମାନବିକତା ଦେଖିବାକୁ ମିଳିଛି। ଏହାର ନିଚ୍ଛକ ଛବି ଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦଙ୍କ ସେଭଳି ଏକ ଭିଡିଓ ଏବେ ଚର୍ଚ୍ଚାରେ।

ଭିଡିଓରେ ଜଣେ ଭିକାରୀ ନିଜ ଥାଳିରେ ଦୁଇଟି ବୁଲା କୁକୁରକୁ କ୍ଷୀର ପିଆଉଥିବା ଦେଖିବାକୁ ମିଳୁଛି। ସେ ନିଜେ ଦେଖିବାକୁ ରୁଗ୍ଣ ଦେଖାଯାଉଥିଲେ ହେଁ ଅନ୍ୟ ଉପରେ ନିର୍ଭର କରୁଥିବା ପ୍ରାଣୀର କ୍ଷୁଧା ମେଣ୍ଟାଉଛନ୍ତି। ଏହାକୁ ଶେୟାର କରିବା ସମୟରେ ସୁଶାନ୍ତ କହିଛନ୍ତି, କେବଳ ଟଙ୍କାକୁ ନେଇ କୌଣସି ବ୍ୟକ୍ତି ଧନି କିମ୍ବା ଗରିବ ହୋଇଯାଏନାହିଁ। ହୃଦୟବାନ ବ୍ୟକ୍ତି ପ୍ରକୃତ ଧନୀ।

ସୋସିଆଲ ମିଡିଆରେ ଏବେ ସୁଶାନ୍ତଙ୍କ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଭିକାରୀଙ୍କ ବହୁତ ପ୍ରଶଂସା କରୁଛନ୍ତି। କିଛି କିଛି ତାଙ୍କୁ ସଲାମ ମଧ୍ୟ କରୁଥିବା ଦେଖାଯାଉଛି।

Share