ବ୍ୟାଙ୍କ ଲକର ନେବା ପୂର୍ବରୁ…

ଲକର ନେଇଥିଲେ ଆପଣଙ୍କୁ ଗୋଟିଏ ବର୍ଷରେ ଅତିକମ୍‌ରେ ଦୁଇଥର ଭିଜିଟ୍‌ କରିବାକୁ ପଡ଼ିଥାଏ। ବ୍ୟାଙ୍କରେ ଆପଣ ଲକର ସୁବିଧା ପାଉଥିଲେ ସେଥିପାଇଁ କିଛି ଦେୟ ମଧ୍ୟ ଦେବାକୁ ପଡ଼େ। ତେବେ ଏହା ପୂର୍ବରୁ କେଉଁ କଥାକୁ ଧ୍ୟାନ ରଖିବେ ଓ ନିଜର ମୂଲ୍ୟବାନ୍‌ ଜିନିଷକୁ ସୁରକ୍ଷିତ ରଖିପାରିବେ ଜାଣନ୍ତୁ ଏ ସମ୍ପର୍କରେ…

ବର୍ତ୍ତମାନ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ସେମାନେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହୋଇପାରୁଛନ୍ତି। ଏବେ ଅନେକ ମହିଳା ନିଜ ଉପାର୍ଜିତ ଟଙ୍କା ରଖିବା କିମ୍ବା ଲୋନ୍‌ ବିଷୟରେ ବ୍ୟାଙ୍କ ସହ ନିଜକୁ ଜଡ଼ିତ ରଖୁଛନ୍ତି। ଯଦି ସେମାନେ ସେଠାରେ ଲକର ସୁବିଧା ନେଉଛନ୍ତି ତେବେ ସେ ବିଷୟରେ ବିଶଦ ଭାବରେ ଜାଣିବା ନିହାତି ଦରାକର। ମୂଲ୍ୟବାନ୍‌ ଜିନିଷକୁ ସୁରକ୍ଷିତ ରଖିବା ଲାଗି ବ୍ୟାଙ୍କ ଲକର ଏକ ଉତ୍ତମ ବିକଳ୍ପ କହିଲେ ଅତ୍ୟୁକ୍ତି ହେବନାହିଁ। ସୁରକ୍ଷା ଜମା ଲକର୍ସ : ନିଜର ବହୁମୂଲ୍ୟ ବସ୍ତୁକୁ ସୁରକ୍ଷା ପାଇଁ ଲକର ସୁବିଧା ଆପଣଙ୍କୁ ସୁରକ୍ଷିତ, ବିଶ୍ୱସନୀୟ ସ୍ଥାନରେ ତାକୁ ଷ୍ଟୋର କରିବାକୁ ସୁବିଧା ପ୍ରଦାନ କରିଥାନ୍ତି। ଗ୍ରାହକଙ୍କୁ ଏହାର ବାର୍ଷିକ ଦେୟ ସ୍ବଳ୍ପ ଆକାରରେ ପୁଣି ଅଗ୍ରିମ ଦେବାକୁ ପଡ଼ିଥାଏ। ବ୍ୟାଙ୍କ ଲକର ସୁବିଧା ଦେଉଥିବା ସମୟରେ ବ୍ୟାଙ୍କ ଏଫ୍‌ଡିଆର୍‌ ରୂପରେ ନୂ୍ୟନତମ ସୁରକ୍ଷା ଜମା ପ୍ରାପ୍ତ କରିଥାଏ। ଯାହା ବ୍ୟାଙ୍କ ଦ୍ୱାରା ସମୟ ସମୟରେ ନିର୍ଦ୍ଧାରଣ କରାଯାଇଥାଏ।
କିପରି ମିଳେ ଲକର: ଯଦି ଆପଣ ବ୍ୟାଙ୍କରୁ ଲକର ନେବାକୁ ଚାହୁଁଥାନ୍ତି ତେବେ ବ୍ୟାଙ୍କରେ ସେଭିଂ ଖାତା ଥିବା ଆବଶ୍ୟକ। ଏହା ସହିତ ଦୁଇଟି ଫଟୋ, ଗୋଟିଏ ଷ୍ଟାମ୍ପ ପେପର ସହିତ ୧୦ହଜାର ଟଙ୍କାର ଏଫ୍‌ଡି (ଫିକ୍ସଡ ଡିପୋଜିଟ୍‌) ନେବା ବହୁତ ଜରୁରୀ।
କିପରି ଖୋଲେ ଲକର: ଲକର ଖୋଲିବାର ଆଇଡି ପ୍ରୁଫ୍‌ ଦେଖିବା ପରେ ଲକର ନେଉଥିବା ବ୍ୟକ୍ତିଙ୍କର ହସ୍ତାକ୍ଷର ମିଳାଇଥାନ୍ତି। ଏହା ପରେ ଲକରର ଚାବି ଦିଆଯାଇଥାଏ। ଲକର ସାଧାରଣତଃ ତିନୋଟି ସାଇଜର ହୋଇଥାଏ। ସ୍ମଲ୍‌୍‌, ମିଡିୟମ ଓ ଲାର୍ଜ। ଏହାକୁ ଖୋଲିବା ସମୟରେ ଏକାସଙ୍ଗରେ ଦୁଇଟି ଚାବିର ଆବଶ୍ୟକତା ହୋଇଥାଏ। ଗୋଟିଏ ଚାବି ଗ୍ରାହକ ପାଖରେ ରହୁଥିବା ବେଳେ ଆଉ ଗୋଟେ ଚାବି ବ୍ୟାଙ୍କ ନିକଟରେ ରହିଥାଏ।
ଲକରର ବ୍ୟବହାର: ଲକରର ଚାବି ଦାୟିତ୍ୱ ସହକାରେ ରଖନ୍ତୁ। ଏହା ହଜିଗଲେ ଡୁପ୍ଲିକେଟ୍‌ ଚାବି ପ୍ରସ୍ତୁତ ହେବା ପାଇଁ କାଠିକର ପାଠ ହୋଇଥାଏ। ଆପଣ ଯେଉଁଠି ଚାବି ରଖୁଛନ୍ତି ଆପଣଙ୍କର ଯିଏ ବିଶ୍ୱସ୍ତ ବ୍ୟକ୍ତି ଏ ବିଷୟରେ ସୂଚନା ତାଙ୍କ ନିକଟରେ ରହିବା ଆବଶ୍ୟକ।
କେତେ ସୁରକ୍ଷିତ: ବ୍ୟାଙ୍କ ଲକର ଦାମୀ ଜିନିଷକୁ ସୁରକ୍ଷିତ ଓ ଗୋପନୀୟ ରଖିବାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ବ୍ୟାଙ୍କରେ ଥିବା ଇଲେକ୍‌ଟ୍ରିକ୍‌ ସର୍ଭିଲାନ୍ସ ଏବଂ ଅନ୍ୟ ପ୍ରକାର ସୁବିଧା ରହିଥାଏ। ସେଥିପାଇଁ ଏହା ଭାଙ୍ଗିବା ଏତେଟା ସହଜ ହୋଇ ନ ଥାଏ।
ବୀମା ବି ଜରୁରୀ: ବଜାରରେ ଏମିତି କେତେକ ବୀମା କମ୍ପାନୀ ରହିଛି ଯେଉଁମାନେ କି ବ୍ୟାଙ୍କ ଲକର ଓ ଘରେ ରହୁଥିବା ମୂଲ୍ୟବାନ୍‌ ଜିନିଷକୁ କଭର କରିପାରୁଥିବେ। ଏଥିପାଇଁ ଆପଣ ଏମିତି ପଲିସି ଚୟନ କରନ୍ତୁ, ଯାହା ଘର ସହିତ ବ୍ୟାଙ୍କ ଲକରକୁ ମଧ୍ୟ ସୁରକ୍ଷା ଦେଇପାରୁଥିବ। ଏହା ଘରର ମୂଲ୍ୟବାନ୍‌ ଜିନିଷ ଓ ଆଭୂଷଣ ମଧ୍ୟ ସାମିଲ ହୋଇଥାଏ। ଏହା ଚୋରି ହୋଇଗଲେ କିମ୍ବା ଆପଦ୍‌ ପରିସ୍ଥିତିରେ ଇନ୍‌ସ୍ୟୁରାନ୍ସ ଦ୍ୱାରା କ୍ଷତି ଭରଣା କରାଯାଇଥାଏ।
ସୁରକ୍ଷିତ ରହିବ କାଗଜପତ୍ର:
ବ୍ୟାଙ୍କ ଲକରରେ ଆପଣ କ’ଣ ରଖୁଛନ୍ତି ଓ ନେଉଛନ୍ତି ଏହାର ସୂଚନା ବ୍ୟାଙ୍କ ପାଖରେ ନ ଥାଏ। ଏପରି ସ୍ଥିତିରେ ଯଦି ବ୍ୟାଙ୍କରେ ଚୋରି ହେଉଛି, ନିଆଁ ଲାଗି ଯାଉଛି କିମ୍ବା ବନ୍ୟାରେ ଜିନିଷ ନଷ୍ଟ ହୋଇଯାଉଛି ସେ ସମୟରେ ଏହାର ମୂଲ୍ୟାୟନ କରିବା ବହୁତ କଷ୍ଟ ହୋଇଥାଏ। ଏହି ପରିସ୍ଥିତିରୁ ରକ୍ଷା ପାଇବାକୁ ହେଲେ ଲକରରେ ରଖାଯାଇଥିବା ଗହଣା କିମ୍ବା ଅନ୍ୟ କିଛି କାଗଜପତ୍ରର ରସିଦ୍‌ ଯତ୍ନ ସହକାରେ ରଖିବା ଆବଶ୍ୟକ। ବହୁତ ଭଲ ହେବ କୌଣସି ଏକ ବଡ଼ ଜୁଏଲେରି ଦ୍ୱାରା ମୂଲ୍ୟାଙ୍କନ କରି ଏହାର ପ୍ରମାଣପତ୍ର ନିଜ ପାଖରେ ରଖନ୍ତୁ। କ୍ଲେମ୍‌ କରିବା ସମୟରେ ଏହି ପ୍ରମାଣପତ୍ର ବହୁ କାମରେ ଆସିପାରିବ।
ଲକରର ଶୁଳ୍କ: ଆପଣଙ୍କ ଆବଶ୍ୟକତାକୁ ଲକ୍ଷ୍ୟକରି ବ୍ୟାଙ୍କ ଆପଣଙ୍କୁ ଲକର ପ୍ରଦାନ କରିଥାଏ। ଏଥିସହ ଆକାର ଏବଂ ଶାଖା ଅନୁଯାୟୀ ଶୁଳ୍କ ମଧ୍ୟ ନିର୍ଦ୍ଧାରଣ କରିଥାନ୍ତି। ବଡ଼ ସହରରେ ଲକର ସୁବିଧା ନେବା ପରେ ଅଧିକ ଶୁଳ୍କ ଦେବାକୁ ପଡୁଥିବା ବେଳେ ଛୋଟ ସହରରେ ଶୁଳ୍କ କମ୍‌ ଦେବାକୁ ପଡ଼ିଥାଏ। ଏହା ବ୍ୟତୀତ ଗ୍ରାହକଙ୍କ ବ୍ୟବହାର ଦେଖି ଏହାର ଶୁଳ୍କ ମଧ୍ୟ ନିର୍ଦ୍ଧାରଣ କରିଥାନ୍ତି।
ଇ-ଲକରର ସୁବିଧା: ପାରମ୍ପରିକ ଲକର ବ୍ୟତୀତ ଏବେ ବ୍ୟାଙ୍କ କିଛି କମ୍ପାନୀ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ଇ-ଲକର ସୁବିଧା ଦେଉଛନ୍ତି। ଏଥିସହ ଆବଶ୍ୟକ ଦସ୍ତାବିଜର ସଫ୍ଟ କପିକୁ ସୁରକ୍ଷିତ ରଖିପାରିବେ। ପ୍ରପର୍ଟିର କାଗଜପତ୍ର, ଲୋନ୍‌ କାଗଜପତ୍ର, ଟ୍ୟାକ୍ସ ସାର୍ଟିଫିକେଟ୍‌ ଲୋନ୍‌ ପେପର୍ସ, ବୀମା ପଲିସି, ଡ୍ରାଇଭିଂ ଲାଇସେନ୍ସ, ପାନ୍‌କାର୍ଡ, ପାସ୍‌ପୋର୍ଟ, ଭୋଟର କାର୍ଡ ଆଦି ସୁରକ୍ଷିତ ରଖିପାରିବେ।
ଜଏଣ୍ଟ ଲକର: ଜଏଣ୍ଟ ଆକାଉଣ୍ଟ ପରି ଜଏଣ୍ଟ ଲକରର ସୁବିଧା ମଧ୍ୟ ବ୍ୟାଙ୍କ ଦେଇଥାଏ। ଏଥିରେ ୨ଜଣ ବ୍ୟକ୍ତି ଗୋଟିଏ ସଂଜ୍ଞା ନେଇ ଲକର ଖୋଲିପାରିବେ। ଯିଏ ବି କେହି ତନ୍ମଧ୍ୟରୁ ଯାଇ ଲକର ଖୋଲିପାରିବେ। ସ୍ବାମୀ-ସ୍ତ୍ରୀଙ୍କ ପାଇଁ ଗୋଟିଏ ଲକର ଦିଆଯାଇଥାଏ। କାରଣ ଗୋଟିଏ ଶୁଳ୍କରେ ଦୁଇଜଣଙ୍କୁ ବ୍ୟାଙ୍କ ଲକରର ସୁବିଧା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri