୧୮ ବର୍ଷ ପୂରଣ ହେବା ପୂର୍ବରୁ ମା’ ହୋଇଥିଲେ ଏହି ସୁନ୍ଦରୀ ବଲିଉଡ୍‌ ଅଭିନେତ୍ରୀ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କୁ ସୋମବାର ୭୩ ବର୍ଷ ପୂରଣ ହୋଇଛି। ୧୯୪୮ ଏପ୍ରିଲ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ ବୟସରୁ ସେ ଶିଶୁକଳାକାର ଭାବେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ମୌସୁମୀଙ୍କ ପ୍ରକୃତ ନା ଇନ୍ଦିରା ଚାଟାର୍ଜୀ ଥିଲା। ବଙ୍ଗାଳି ଫିଲ୍ମ ନିର୍ଦ୍ଦେଶକ ତରୁଣ ମଜୁମଦାର୍‌ ତାଙ୍କ ନାମକୁ ପରିବର୍ତ୍ତନ କରି ମୌସୁମୀ ରଖିଥିଲେ। ତାଙ୍କର ବହୁ ବଙ୍ଗାଳି ତଥା ହିନ୍ଦୀ ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା। ୧୬ ବର୍ଷ ବୟସରେ ସେ ବଙ୍ଗାଳୀ ଫିଲ୍ମ ବାଳିକା ବଧୂରେ ଅଭିନୟ କରି ଦର୍ଶକଙ୍କ ମନକୁ ଜିଣି ପାରିଥିଲେ। ଏହି ଫିଲ୍ମ ସୁପର ହିଟ ହୋଇଥିଲା। ତାଙ୍କର ବିବାହ କମ ବୟସରେ ପ୍ରଡ୍ୟୁସର ଜୟନ୍ତ ମୁଖାର୍ଜୀଙ୍କ ସହିତ ହୋଇଥିଲା। ୧୮ ବୟସ ପୂର୍ବରୁ ସେ ମା’ ମଧ୍ୟ ହୋଇସାରିଥିଲେ। ଏହା ପରେ ସେ ହିନ୍ଦୀ ଫିଲ୍ମରେ ଲିଡ ରୋଲ କରିବା ଆରମ୍ଭ କରିଥିଲେ। ୧୯୭୨ରେ ତାଙ୍କ ଦ୍ୱାରା ଅଭିନୀତ ଅନୁରାଗ ଫିଲ୍ମର ଏଭର ଗ୍ରୀନ ଗୀତ ଏବେ ବି ଲୋକଙ୍କୁ ରୋମାଞ୍ଚିତ କରିଥାଏ। ୧୯୭୪ରେ ହିନ୍ଦୀ ଫିଲ୍ମ ରୋଟି କପଡ଼ା ଔର ମକାନ ଶୁଟିଂ ସମୟରେ ସେ ଗର୍ଭବତୀ ଥିଲେ। ମାତ୍ର ଏହି ଫିଲ୍ମରେ ଅତି ନିଖୁଣ ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମ ବେଶ ସଫଳ ରହିଥିଲା। ଅମିତାଭ ବଚ୍ଚନ, ବିନୋଦ ମେହେରା, ବିନୋଦ ଖାନ୍ନା, ରାଜେଶ ଖାନ୍ନା ଆଦି ଅଭିନେତାଙ୍କ ସହିତ ତାଙ୍କର ବହୁ ଫିଲ୍ମ ବେଶ ସଫଳ ରହିଥିଲା। ମୌସୁମୀଙ୍କ ଉଚ୍ଚକୋଟୀର ଅଭିନୟକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଥିଲେ। ଅନୁରାଗ ଫିଲ୍ମର ନୈନ୍‌ ଚୁରାଇ, ଚୈନ ଚୁରାଇ… ଗୀତ ଏବଂ ୧୯୭୯ରେ ମଞ୍ଜିଲ୍‌ ଫିଲ୍ମର ରିମ୍‌ଝିମ୍‌ ଗିରେ ସାଓ୍ବନ…ଗୀତ ଏବେ ମଧ୍ୟ ସଭିଁଙ୍କୁ ଭାବୁକ କରିଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri