ପାର୍ଲର ଯିବା ପୂର୍ବରୁ…

 

ବିଭିନ୍ନ ପ୍ରକାରର ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବା ନିମନ୍ତେ ମହିଳାମାନେ ବ୍ୟୁଟି ପାର୍ଲର ଯାଇଥାନ୍ତି। କିନ୍ତୁ ବେଳେବେଳେ ବ୍ୟୁଟିସିଆନମାନଙ୍କ ଖାମଖିଆଲ ଗୁଣ ପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇଥାଏ। ତେଣୁ ବ୍ୟୁଟି ପାର୍ଲର ଯିବା ପୂର୍ବରୁ ସତର୍କ ରୁହନ୍ତୁ…

ସବୁବେଳେ ନିଜ ବଜେଟ ଅନୁସାରେ ହିଁ ବ୍ୟୁଟି ପାର୍ଲର ବାଛନ୍ତୁ। କିନ୍ତୁ ପାର୍ଲରର ହାଇଜିନ୍‌ ନେଇ ଆଦୌ ବୁଝାମଣା କରନ୍ତୁ ନାହିଁ, ନଚେତ୍‌ ସଂକ୍ରମଣ ହୋଇପାରେ।
ପାର୍ଲରରେ ପ୍ରଥମେ ବ୍ୟୁଟିସିଆନଜଣକ ନିଜେ ପରିଷ୍କାର ହୋଇଛନ୍ତି କି ନାହିଁ ଦେଖନ୍ତୁ। ସେ ନିଜେ ଅପରିଷ୍କାର ହୋଇଥିଲେ ତାଙ୍କ ପାଖରେ କୌଣସି ପ୍ରକାରର ଟ୍ରିଟମେଣ୍ଟ କରାନ୍ତୁ ନାହିଁ।
ଫେସିଆଲ କରାଇବା ପୂର୍ବରୁ ବୁଟିସିଆନଙ୍କୁ ସାବୁନରେ ହାତ ଧୋଇବା ପାଇଁ କୁହନ୍ତୁ।
ମେନିକିଓର କିମ୍ବା ପେଡିକିଓର କରାଉଥିଲେ ପାଦ ବୁଡାଇବା ନିମନ୍ତେ ପ୍ରସ୍ତୁତ ପାଣିକୁ ଆପଣଙ୍କ ସାମ୍ନାରେ କରିବା ପାଇଁ କୁହନ୍ତୁ। ଆଗରୁ ପ୍ରସ୍ତୁତ ହୋଇଥିବା ପାଣିକୁ ଆଦୌ ବ୍ୟବହାର କରନ୍ତୁ ନାହିଁ।
ସେହିପରି ୱାକ୍ସିଂ କରାଉଥିଲେ ସବୁବେଳେ ନୂଆ ଛୁରି ଏବଂ ନୂଆ କ୍ରିମ୍‌ ତିଆରି କରିବା ପାଇଁ କୁହନ୍ତୁ। କାହିଁକି ନା ଅନେକ ସମୟରେ ଲାଭ ପାଇଁ ପାର୍ଲରରେ ସେହି ଗୋଟିଏ ପାତ୍ରରେ ପୂର୍ବରୁ ଛୁରି ବୁଡାଇ ରଖିଥାନ୍ତି, ଯାହାକି ଇନଫେକସନ୍‌ ସୃଷ୍ଟି କରିଥାଏ।
ପାର୍ଲରରେ ଥିବା ଟାୱେଲକୁ ବାରମ୍ବାର ଧୋଇ ସମସ୍ତଙ୍କ ପାଇଁ ବ୍ୟବହାର କରାଯାଏ। ତେଣୁ ଆପଣ ଡିସପୋଜେବଲ୍‌ ଟିସୁ ବ୍ୟବହାର କରିବା ଉପରେ ଅଧିକ ଜୋର ଦିଅନ୍ତୁ।
ଯଦି କୌଣସି ଛୋଟ ପାର୍ଲରକୁ ନିଜ ବଜେଟ୍‌ ହିସାବରେ ଯାଉଛନ୍ତି, ତେବେ ସେଠାକୁ ନିଜର ଟାୱେଲ ଓ ଗାଉନ୍‌ ସାଙ୍ଗରେ ନେଇ ଯାଆନ୍ତୁ।
ଟାଟୁ ତିଆରି କରିବା ସମୟରେ ଖୁବ୍‌ ସାବଧାନ ରୁହନ୍ତୁ। ସବୁବେଳେ ଡିସପୋଜେବଲ ସିରିଞ୍ଚ ବ୍ୟବହାର କରନ୍ତୁ, ନଚେତ୍‌ ତାହା ବହୁତ କ୍ଷତିକାରକ ହୋଇପାରେ।
ନିଜ ତ୍ୱଚାର ପ୍ରକାର ଅନୁସାରେ ଭଲ ବ୍ରାଣ୍ଡର କସମେଟିକ୍‌ ପ୍ରଡକ୍ଟ ବ୍ୟବହାର କରନ୍ତୁ। ବିଭିନ୍ନ ପ୍ରକାର ବ୍ରାଣ୍ଡର ପ୍ରଡକ୍ଟକୁ ତ୍ୱଚାରେ ପରୀକ୍ଷା କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୩(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri