Posted inରାଜ୍ୟ

ବେଫିକର ପରିବହନ ବିଭାଗ: ବିନା ନମ୍ବର ପ୍ଲେଟ ଓ ଫିଟନେସ ନ ଥାଇ ଚାଲୁଛି ଶହଶହ ଟ୍ରକ

ନିରାକାରପୁର,୧୩।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ବିନା କାଗଜପତ୍ର ଏବଂ ବିନା ନମ୍ବରପ୍ଲେଟରେ ଭାରୀଯାନ ଚଳାଚଳ କରୁଛି। ଏନେଇ ଦଣ୍ଡବିଧାନର ବ୍ୟବସ୍ଥା ଥିଲେ ମଧ୍ୟ ପରିବହନ ବିଭାଗର ଅପାରଗତା ଯୋଗୁ ଦୈନିକ ଶହଶହ ଟ୍ରକ ନୂଆ ଜଗନ୍ନାଥ ସଡକ ଦେଇ ଯା’ଆସ କରୁଛି। ଜିଲା ପରିବହନ ବିଭାଗ ପକ୍ଷରୁ ଏହି ଗାଡିଗୁଡିକୁ ଯାଞ୍ଚ କରାଯାଉ ନ ଥିବାରୁ ଗାଡିଚାଳକ ଓ ମାଲିକମାନେ ପ୍ରଶାସନ ଆଖିରେ ଧୂଳିଦେଇ ବେଧଡକ ଭାବରେ ଗାଡି ଚଳାଚଳ ଜାରି ରଖିଛନ୍ତି। ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏ ବିଷୟରେ ମୁହଁ ଖୋଲିବାକୁ ପରିବହନ ବିଭାଗ ନାରାଜ।

୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକଠାରୁ ନିରାକାରପୁର ବଜାର ଦେଇ ଭାରିଯାନରେ ପ୍ରତିଦିନ ଚୋରା ମାଙ୍କଡା ପଥର ଏବଂ ମୋରମ ଓ ବାଲି ଚାଲାଣ କରାଯାଉଛି। ଏହି ଗାଡି ଗୁଡିକର ପାରିପାର୍ଶିକ ଅବସ୍ଥା ଯାହା, ଏମାନଙ୍କୁ ବିଭାଗ ପକ୍ଷରୁ କିଭଳି ଫିଟନେସ ଦିଆଯାଉଛି ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଏଠାରେ ଚଳାଚଳ କରୁଥିବା କିଛି ହାତ ଗଣତି ଭାରୀଯାନକୁ ଛାଡିଦେଲେ ଅଧିକାଂଶ ଭାରୀଯାନରେ ନମ୍ବରପ୍ଲେଟ ଅଥବା ଅନ୍ୟ କୌଣସି ସାଂକେତିକ ଚି଼ହ୍ନ ଦେଖିବାକୁ ମିଳୁନାହିଁ। ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉ ନ ଥିବାରୁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହେଉଛି। ଦୁଃଖର ବିଷୟ ଏହି ଗାଡି ଗୁଡିକର ବେପରୁଆ ଗାଡି ଚାଳନା ସ୍ଥାନୀୟ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ନିୟମ ଅନୁସାରେ ଏ ଗାଡିରରେ କୌଣସି ଜିନିଷ ଗଲେ ତାହାକୁ ଜରିପଲରେ ଘୋଡ଼େଇକି ନେବାକଥା ତାହାମଧ୍ୟ କରାଯାଉନି ଯାହା ଫଳରେ ଏହା ପଛରେ ଯାଉଥିବା ବାଇକ ଓ ଅନ୍ୟାନ୍ୟ ଗାଡି ନାହି ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଏହି ବେଆଇନ ଗାଡି ଯିବା ଦ୍ୱାରା ପରିବେଶ ପ୍ରଦୂଷଣ, ଗ୍ରାମ ରାସ୍ତା ଖରାପ ହେଉଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ପଡୁନାହିଁ। ଜିଲା ପରିବହନ ବିଭାଗ ଏହି ଭାରୀଯାନଗୁଡିକର ଚଳାଚଳ ଉପରେ ଅଙ୍କୁଶ ଲଗାଇବାକୁ ଦାବି ହେଉଛି। ସୂଚନା ଯୋଗ୍ୟ କି ଏହି ବିନା ନମ୍ବର ପ୍ଲେଟ ଗାଡି ଗୁଡିକ ବିଶେଷକରି ରାତିରେ ଚୋରା ମୋରମ, ମାଙ୍କଡା ପଥର ନେଇ ଚଢ଼ାଉ ଭୟରେ ଯା’ଆସ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri