ଭୋଜି ବେଳେ ମହୁମାଛି ଆକ୍ରମଣ

ପାଟଣା,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବେଗେନା ଗ୍ରାମରେ  ମହୁମାଛି ଆକ୍ରମଣରେ ୭ଜଣ ଗୁରୁତର ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଜନ୍ମେଜୟ ସେଠୀଙ୍କ ମା’ଙ୍କ ଏକାଦଶାହ କାର୍ଯ୍ୟ ଉପଲକ୍ଷେ ରୋଷେଇ କାର୍ଯ୍ୟ ହେଉଥିଲା। ସେତିକବେଳେ ଚୁଲିରୁ ଧୂଆଁ ଉଠିବାରୁ ନିକଟ ପାଣି ଟାଙ୍କିରେ ବସା ବାନ୍ଧି ରହିଥିବା ମହୁମାଛି ଲୋକଙ୍କୁ ଆକ୍ରମଣ କରିଥିଲା। ଫଳରେ ୭ଜଣ ଗୁରୁତର ଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି।