ଶଯ୍ୟା ୩୫, ସେବା ପାଉଛନ୍ତି ୧୦୦

ଚମ୍ପୁଆ,୯।୭(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ନାନା ଘାତ ପ୍ରତିଘାତ ଭିତରେ ଗତି କରୁଛି। ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି କରୁଥିବା ବେଳେ ରୋଗୀ ସେବା ନିମନ୍ତେ ବିଭିନ୍ନ ଯୋଜନା ସହିତ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ମାତ୍ର ଚମ୍ପୁଆ ଚିକିତ୍ସାଳୟରେ ଏହାର ସଫଳତା ଆଶାଜନକ ଭାବରେ ବୃଦ୍ଧି ପାଉନାହିଁ। ଚିକିତ୍ସାଳୟରେ ରୋଗୀ ସେବା ନିମନ୍ତେ ୩୫ ଶଯ୍ୟା ରହିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଆଇପିଏଚ୍‌ସି ନିୟମ ଅନୁଯାୟୀ, ୧୦୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନାରେ ଯୋଗାଇ ଦିଆଯାଉଥିବା ରୋଗୀ ସେବା ନିମନ୍ତେ ଆବଶ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଏଠାରେ ଅଭାବ ରହିଛି। ଫଳରେ ରୋଗୀ ଉଚିତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ସୂଚନା ଅନୁଯାୟୀ, ୧୯୧୦ରେ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ୩୫ ଶଯ୍ୟା ରହିଥିବା ବେଳେ ଡାକ୍ତରଖାନା ଉପରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ସମେତ ମୟୂରଭଞ୍ଜ ଜିଲାବାସୀ ନିର୍ଭ କରନ୍ତି। ବର୍ତ୍ତମାନ ଏଠାରେ ୧୦୦ରୁ ଊର୍ଦ୍ଧ୍ୱ ଶଯ୍ୟାରେ ରୋଗୀ ସେବା ଯୋଗାଇ ଦିଆଯାଉଛି। ମାତ୍ର ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ମେଡିସିନ ବିଭାଗର ୨ ଡାକ୍ତର, ସର୍ଜରି ବିଭାଗରେ ୨, ଚକ୍ଷୁ ବିଭାଗରେ ଜଣେ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ଏଠାରେ ଜଣେ ଲେଖାଏଁ ଡାକ୍ତର ସେବା ଯୋଗାଉଛନ୍ତି। ଅର୍ଥୋପେଡିକ୍‌ସ, ଚର୍ମରୋଗ, ନାଶା ଗଳା ବିଭାଗରେ କେହି ଡାକ୍ତର ନାହାନ୍ତି। ୨୦ ଏମ୍‌ବିବିଏସ୍‌ ଡାକ୍ତରଙ୍କ ସ୍ଥାନରେ ମାତ୍ର ୩ ଜଣ କାର୍ଯ୍ୟ ତୁଲାଉଛନ୍ତି। ଅନ୍ୟପକ୍ଷରେ ୬୦ ଜଣ ନର୍ସଙ୍କ ଆବଶ୍ୟକ ରହିଥିବା ବେଳେ ଜିଲା ଖଣିଜ ପାଣ୍ଠିରୁ ୧୦ ଜଣଙ୍କୁ ମିଶାଇ ୨୩ ଜଣ କାମ କରୁଛନ୍ତି। ଏପରିକି ୫୦୦ ଏମ୍‌ଏମ୍‌ ଡିଜିଟାଲ ଏକ୍ସରେ ନ ଥିବା ବେଳେ ଇସିଜି ଅପରେଟର କେହି ନାହାନ୍ତି। ରେଡିଓଗ୍ରାଫର ନିମନ୍ତେ ୨ ଜଣଙ୍କ ସ୍ଥାନରେ ଜଣେ ରହିଛନ୍ତି। ଏଥିସହିତ ଚିକିତ୍ସାଳୟରେ ଆଇସିୟୁ ଶଯ୍ୟା ୪ ସ୍ଥାନରେ ୨ ରହିଛି। ତାହାବି କର୍ମଚାରୀ ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଡାକ୍ତରଖାନା ୫-ଟିରେ ଅନ୍ତର୍ଭୁକ୍ତ ହୋଇଥିଲେ ବି ଆନୁଷଙ୍ଗିକ ଉନ୍ନତି ଅଭାବରୁ ରୋଗୀ ସେବା ବ୍ୟାହତ ହେଉଛି। ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ. ଉମାକାନ୍ତ ସାହୁ କହିଛନ୍ତି, ଚିକିତ୍ସାଳୟ ଦ୍ୱାରା ଝାଡ଼ଖଣ୍ଡ, ମୟୂରଭଞ୍ଜ ଓ ସ୍ଥାନୀୟ ଅଞ୍ଚଳର ଶହ ଶହ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି। ମାତ୍ର ଭିତ୍ତିଭୂମି ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆବଶ୍ୟକ କର୍ମଚାରୀ ଯୋଗାଇ ଦିଆଗଲେ ରୋଗୀ ସେବାରେ ଉନ୍ନତି ଅଣାଯାଇପାରିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri