କୋଟ୍‌ଲାରେ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବେଦୀଙ୍କ ବିରୋଧ

ନୂଆଦିଲ୍ଲୀ,୨୪।୧୨(ପି.ଟି.): ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ପୂର୍ବତନ ସଭାପତି ଅରୁଣ ଜେଟ୍‌ଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରିଛନ୍ତି ସ୍ପିନ୍‌ କିମ୍ବଦନ୍ତୀ ବିଶନ ସିଂ ବେଦୀ। ଦିଲ୍ଲୀ ଡିଷ୍ଟ୍ରିକ୍ସ କ୍ରିକେଟ ଆସୋସିଏଶନ (ଡିଡିସିଏ)ଏ ନେଇ ନିଷ୍ପତ୍ତି ନେଇଥିବାରୁ ସେ ଏହାର କଡ଼ା ସମାଲୋଚନା କରିଛନ୍ତି। କେବଳ ସେତିକି ନୁହେଁ ଏଥିରେ ଅସନ୍ତୋଷ ଜାହିର କରି ଦର୍ଶକ ଷ୍ଟାଣ୍ଟରେ ନିଜ ନାମକୁ ବାଦ୍‌ ଦେବାକୁ ସେ ଦାବି କରିଛନ୍ତି। ଏହାଦ୍ୱାରା ଡିଡିସିଏ ନେପୋଟିଜିମକୁ ପ୍ରାତ୍ସାହିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। କ୍ରିକେଟରଙ୍କ ଅପେକ୍ଷା ପ୍ରଶାସକଙ୍କୁ ଅଧିକ ଗୁରୁତ୍ୱ କାହିଁକି ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଡିଡିସିଏର ମେମ୍ବରଶିପ୍‌ରୁ ମଧ୍ୟ ତାଙ୍କୁ ବାଦ୍‌ ଦେବାକୁ ବେଦୀ କହିଛନ୍ତି।
ଡିଡିସିଏ ଅଧ୍ୟକ୍ଷ ରୋହନ ଜେଟ୍‌ଲୀଙ୍କୁ ଚିଠି ଲେଖି ବେଦୀ ନିଜର ଦାବି ଉପସ୍ଥାପନ କରିଛନ୍ତି। ଉଲ୍ଲେଖଥାଉ କି, ରୋହନ ପୂର୍ବତନ ଡିଡିସିଏ ସଭାପତି ତଥା ଭାଜପା ନେତୃତ୍ୱ ଏନ୍‌ଡିଏ ସରକାରର ପୂର୍ବତନ ମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପୁଅ। ଗତବର୍ଷ ଅରୁଣ ଦୀଘଦିନର ଅସୁସ୍ଥତା କାରଣରୁ ପ୍ରାଣତ୍ୟାଗ କରିଥିଲେ।
ଦର୍ଶକ ଷ୍ଟାଣ୍ଡରୁ ମୋ ନାମ ଓ ଡିଡିସିଏ ସଦସ୍ୟତାରୁ ମୋତେ ବାଦ୍‌ ଦିଆଯାଉ ବୋଲି ବେଦୀ ଅସନ୍ତୋଷ ଜାହିର କରି ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଏ ନେଇ ଡିଡିସିଏ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଉଲ୍ଲେଖଥାଉ କି, ଅରୁଣ ଜେଟ୍‌ଲୀ ୧୯୯୯ରୁ ୨୦୧୩ ପର୍ଯ୍ୟନ୍ତ ଡିଡିସିଏର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ସ୍ମୃତିରେ ଡିଡିସିଏ ଏକ ୬ ଫୁଟ୍‌ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ୨୦୧୭ ନଭେମ୍ବରରେ ଡିଡିସିଏ ବେଦୀ ଓ ମହିନ୍ଦର ଅମରନାଥଙ୍କ ନାମରେ ଏକ ଦର୍ଶକ ଷ୍ଟାଣ୍ଡର ନାମକରଣ କରିଥିଲା। ପୂର୍ବରୁ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡର ନାମ ପରିବର୍ତ୍ତନ କରିଯାଇଛି। ଏହା ଏବେ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ ଭାବେ ପରିଚିତ। ଅରୁଣ ଜେଟ୍‌ଲୀଙ୍କ କେବେ ପ୍ରଶଂସକ ନ ଥିଲି ଓ ତାଙ୍କ କାର୍ଯ୍ୟଶୈଳୀକୁ ମଧ୍ୟ କେବେ ପସନ୍ଦ କରେ ନାହିଁ ବୋଲି ବେଦୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri