ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd ମିଳିତ ପ୍ରବେଶିକା ପରୀକ୍ଷା ୨୦୨୬’ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଥିପାଇଁ ଅନଲାଇନ୍ ପଞ୍ଜିକରଣ ୧୦ ଫେବୃଆରୀ, ୨୦୨୬ ରୁ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ୧୦ ମାର୍ଚ୍ଚ, ୨୦୨୬ ରହିଛି।
ଯୋଗ୍ୟତା ଓ ଆବେଦନ ଶୁଳ୍କ:
ଶିକ୍ଷାଗତ ଯୋଗ୍ୟତା: ସାଧାରଣ ଓ ଓବିସି (OBC) ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସ୍ନାତକ ବା ସ୍ନାତକୋତ୍ତରରେ ଅତିକମରେ ୫୦% ମାର୍କ ରହିବା ଆବଶ୍ୟକ। ଏସସି/ଏସଟି (SC/ST) ବର୍ଗ ପାଇଁ ଏହି ସୀମା ୪୫% ରଖାଯାଇଛି। ବିଇ (B.E) ବା ବିଟେକ୍ (B.Tech) ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ୫୫% ମାର୍କ ଅନିର୍ବାର୍ଯ୍ୟ।
ସାଧାରଣ, ଓବିସି ଏବଂ ଅନ୍ୟ ରାଜ୍ୟର ପରୀକ୍ଷାର୍ଥୀଙ୍କ ପାଇଁ ୧୪୦୦ ଟଙ୍କା ଏବଂ ୟୁପିର ଏସସି/ଏସଟି ବର୍ଗ ପାଇଁ ୭୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ଆଗ୍ରହୀ ଛାତ୍ରଛାତ୍ରୀମାନେ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ସରକାରୀ ୱେବସାଇଟ୍ bujhansi.ac.in କୁ ଯାଇ ଅନଲାଇନ୍ ମାଧ୍ୟମରେ ନିଜର ପଞ୍ଜିକରଣ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଛାତ୍ରଛାତ୍ରୀମାନେ କାଉନସେଲିଂ ପ୍ରକ୍ରିୟାରେ ଭାଗ ନେଇ ନାମ ଲେଖାଇପାରିବେ।

