Categories: ବାଣିଜ୍ୟ

ସବୁ ରେକର୍ଡ ଭାଙ୍ଗିଲା ବିଟ୍‌ କଏନ୍‌

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ବିଟ୍‌ କଏନ୍‌ ବୁଧବାର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ପ୍ରଥମଥର ଲାଗି ଏହି କ୍ରିପ୍ଟୋ କରେନ୍ସିର ମୂଲ୍ୟ ୨୦ ହଜାର ଡଲାର (ପ୍ରାୟ ୧୫ ଲକ୍ଷ) ଟପିଛି। ଚଳିତ ବର୍ଷ ଏହାର ମୂଲ୍ୟ ପ୍ରାୟ ୧୭୦%ରୁ ଊର୍ଦ୍ଧ୍ୱ ବଢିଛି। ଶୀଘ୍ର ଲାଭ ପାଇବା ଆଶାରେ ବଡ଼ ବଡ଼ ନିବେଶକ ଏହି କାରବାରକୁ ଆସୁଥିବାରୁ ଏହାର ମୂଲ୍ୟରେ ଲଗାତର ବୃଦ୍ଧି ଘଟୁଛି। ସେହିଭଳି ନିକଟରେ ସୁନା ଦର କମିଥିବାରୁ ନିବେଶକ କ୍ରିପ୍ଟୋ କରେନ୍ସି କାରବାର ଆଡକୁ ଢଳିଥିଲେ। ଅଗଷ୍ଟରେ ସୁନା ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ପହଞ୍ଚିଥିଲା। ବର୍ତ୍ତମାନ ଏଥିରେ ପ୍ରାୟ ୭ ହଜାର ଟଙ୍କା ହ୍ରାସ ପାଇଛି। ବ୍ୟାଙ୍କ ଷ୍ଟ୍ରାଟେଜିଷ୍ଟଙ୍କ କହିବା ମୁତାବକ ଡିଜିଟାଲ କରେନ୍ସିର ଲୋକପ୍ରିୟତା ବଢିଚାଲିଛି। ସିକ୍ୟୁରିଟିଜ ଫାର୍ମ ଗ୍ରେ ସ୍କେଲ ବିଟ୍‌ କଏନ ଟ୍ରଷ୍ଟ ମୁତାବକ ଅକ୍ଟୋବରରେ ୨ ବିଲିୟନ ଡଲାରର ବିଟ୍‌ କଏନ କାରବାର ହୋଇଥିଲା।

Share