ସମୁଦ୍ର କୁଳ ଲଙ୍ଗିବା ପ୍ରସଙ୍ଗ: ଏନଆଇଓଟି ଟିମର ସର୍ଭେ ଆରମ୍ଭ

ଛତ୍ରପୁର,୨୦।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳନିକଟରେ ରହିଥିବା ଯୋଗୁ ସମୁଦ୍ର ଧିରେ ଧିରେ କୂଳ ଲଙ୍ଘୁଛି ଯାହାଫଳରେ ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ ରହିଛନ୍ତି। ଏନେଇ ଏହାର ସ୍ଥାୟୀ ପ୍ରତିକାର ଓ ବିହିତ ପଦକ୍ଷେପ ନେବାପାଇଁ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ଅଚଂଳବାସୀ। ଏନେଇ ଚେନ୍ନାଇସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଓସିଅନ ଟେକ୍ନୋଲୋଜି (ଏନଆଇଓଟି) ଏକ ଟିମ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ପହଞ୍ଚି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଟିମ ସେଠାରେ ପହଞ୍ଚି ସମୁଦ୍ରକୁ ଡଙ୍ଗା ଦ୍ୱାରା ଯାଇ ଗଭୀର ଯାଞ୍ଚ କରିବା ସହ ଏହାର ରିସର୍ଚ୍ଚ କରିଛନ୍ତି, ସାଥିରେ ଆଣିଥିବା ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ବ୍ୟବାହର କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି ,ଏହି ଟିମ ଏଠାରେ କିଛି ଦିନ ରହି ବିଭିନ୍ନ ତଥ୍ୟ ସଂଗ୍ରହ କରିବେ। ସମୁଦ୍ରର ସ୍ରୋତ,ଢେଉ, ଲହରୀ ଆଦି ଯନ୍ତ୍ର ଦ୍ୱାରା ସମୁଦ୍ର ପାଣି ଭିତରେ ପକାଯାଇ ନିରିକ୍ଷଣ ସହ ଯାଂଚ କରିଥିଲେ। ବେଳାଭୁମିର ସମୁଦ୍ର ପତନ ଠାରୁ ଉଚ୍ଚତା ଏବଂ ସାମୁଦ୍ରିକ ବାଲୁକାର ଗତିବିଧି ଓ ଦିଗ ଯାଂଚ କରିଥିଲେ। ଏହି ଟିମ ଉପକୂଳ ସୁରକ୍ଷା କ୍ଷେତ୍ରରେ ଆବଶ୍ୟକୀୟ ବୈଷୟିକ ଜ୍ଞାନକୈାଶଳ,ଡିଜାଇନ ପ୍ରଦାନ କରିବେ। ଯାହାଫଳରେ ଉପକୂଳ ସୁରକ୍ଷା କ୍ଷେତ୍ରରେ ବେଶ ସହାୟକ ହୋଇ ପାରିବ , ଏହି ତଥ୍ୟ ଜଳ ସମ୍ପଦ ବିଭାଗକୁ ପ୍ରଦାନ କରିବେ ବୋଲି ସୂଚନା ରହିଛି ।

ସୂଚନା ଥାଉକି ଆର୍ଯ୍ୟପଲ୍ଲୀ ନିକଟରେ ଥିବା ସମୁଦ୍ର କୂଳ ଦିନକୁ ଦିନ ଲଙ୍ଗିବା ଦ୍ୱାରା ସ୍ଥଳ ଭାଗ ଆଡକୁ ମାଡି ଆସୁଛି, ଯାହାଫଳରେ ପଞ୍ଚାୟତବାସୀ ଭୟଭୀତ ରହିବା ସହ ଏହାର ବିହିତ ପଦକ୍ଷେପ ନେବାପାଇଁ ଦାବୀ କରିଆସୁଥିଲେ, ପୂର୍ବରୁ ସମୁଦ୍ର ଗାଁଠାରୁ ୫ କିମି ଦୁରରେ ରହିଥିବା ବେଳେ ଏବେ ମାତ୍ର ୩ଶହ ମିଟର ଦୁରରେ ରହିଛି, ବଡ ବଡ ଲହଡି ପାଇଁ କୁଳ ଖାଇବା ସହ ରସ୍ତା ନଷ୍ଟ ହେବା ସହ ଛୋଟ ଛୋଟ ମନ୍ଦିର, ସେଡ ମଧ୍ୟ ନଷ୍ଟ ହେବାର ନଜିର ରହିଛି । ଏପରିକି ଆଗାମୀ ଦିନରେ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ରରେ ଲୀନ ହୋଇଯିବ ବୋଲି ଗ୍ରାମବାସୀ କହିଆସୁଥିଲେ। ଏନେଇ ବହୁବାର ବିଧାନସଭାରେ ମଧ୍ୟ ବିଧାୟକମାନେ ବହୁବାର ପ୍ରଶ୍ନ କରିବାର ନଜିର ମଧ୍ୟ ରହିଛି। ଆର୍ଯ୍ୟପଲ୍ଳୀ ଗ୍ରାମ ଠାରେ ସମୁଦ୍ର କୂଳ ଖାଇ ବେଳାଭୂମି କ୍ଷତିଗ୍ରସ୍ତ ହେବା ପରିଲକ୍ଷିତ ହୋଇଛି। ଏହାର ସ୍ଥାୟୀ ପ୍ରତିକାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ଅଗଷ୍ଟ ୧୦ ତାରିଖରେ ଚେନ୍ନାଇସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଓସିଅନ ଟେକ୍ନୋଲୋଜି (ଏନଆଇଓଟି)ସହ ଏମଓୟୁ ହୋଇଥିଲା। ଏହି ଟିମ ବୈଷୟିକ ସହାୟତା ପ୍ରତିକାର ଏବଂ ପ୍ରତିରୋଧ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବା ସକାଶେ ବିହିତ ପଦକ୍ଷେପ ଗ୍ରହଣ କରିବ ।
ସୂଚନା ଥାଉ କି, ଛତ୍ରପୁର ନିର୍ବାଚନୀମଣ୍ଡଳିର ପୋଡମପେଟା ଓ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳ ଖାଇବାରେ ଲାଗିଛି। ରାଜ୍ୟର ଓଡିଶାର ଉପକୂଳ ଅଞ୍ଚଳଗୁଡିକ ପ୍ରତ୍ୟେକ ବର୍ଷ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ଏକ ଦୀର୍ଘମିଆଦୀ, ପ୍ରଭାବୀ, ପରିବେଶ ଅନୁକୂଳ ଯୋଜନା ପ୍ରସ୍ତୁତି କରିବାକୁ ଚେନ୍ନାଇସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଓସିଅନ ଟେକ୍ନୋଲୋଜି (ଏନଆଇଓଟି) ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତି ନେଇଥିଲେ। ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁ, ଗଞ୍ଜାମ ବ୍ଲକର ପୋଡମପେଟା, ଚିକିଟି ବ୍ଲକର ରାମେୟାପାଟଣା ନିକଟ ସମୁଦ୍ର କୂଳରେ ରହିଥିବା ଯୋଗୁ ସମୁଦ୍ର ଧିରେ ଧିରେ କୂଳ ଖାଇବାରେ ଲାଗିଛି । ଏପରିକି ବହୁ ଘର ସମୁଦ୍ରରେ ଲୀନ ହୋଇଯାଇଛି । ତେବେ ଏହି ଟିମ ଆର୍ଯ୍ୟପଲ୍ଲୀ ଆସିବା ତଥ୍ୟ ସଂଗ୍ରହ ପରେ ଲୋକଙ୍କ ମନରେ ଏକ ପ୍ରକାର ଉତ୍ସାହଜାତ ହୋଇଛି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri