ହୁଅନ୍ତୁ ଆଦର୍ଶ ଅଭିଭାବକ

ପିଲାଙ୍କୁ ଭଲ ମଣିଷ ଭାବେ ଗଢ଼ିବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ଅଭିଭାବକଙ୍କର। କାରଣ ସେମାନେ ହିଁ ହୋଇଥାନ୍ତି ପିଲାଙ୍କର ପ୍ରଥମ ଗୁରୁ । ଯଦି ଆପଣ ବି ନିଜ ପିଲାଙ୍କ ପାଇଁ ଆଦର୍ଶ ଅଭିଭାବକ ହେବାକୁ ଚାହାନ୍ତି ତେବେ ଜାଣି ରଖନ୍ତୁ କେତୋଟି ଟିପ୍ସ…

ସ୍ନେହ ଆଦର କରନ୍ତୁ: ପିଲାଙ୍କୁ ଆକଟ କରିବା ଆଳରେ ଅନେକ ଅଭିଭାବକ ଗାଳି କିମ୍ବା ମାଡ଼ ଦେବାକୁ ବି ପଛାଇ ନ ଥାନ୍ତି। ହେଲେ ଏହାଦ୍ୱାରା ପିଲା ସୁଧୁରିବା ବଦଳରେ ଅଧିକ ବିଗିଡ଼ି ଯାଆନ୍ତି। ତେଣୁ ଏପରି ନ କରି ପିଲାଙ୍କୁ ଯଥେଷ୍ଟ ସ୍ନେହ, ଆଦର ଏବଂ ଭଲ ପାଇବା ଦିଅନ୍ତୁ ଦେଖିବେ ସେମାନେ ଆପଣଙ୍କ ପ୍ରତ୍ୟେକ କଥା ମାନିବେ। ହେଲେ ମନେରଖନ୍ତୁ ଭଲ ପାଇବାର ଅର୍ଥ ନୁହେଁ ସେମାନଙ୍କୁ କୌଣସି କଥାରେ ବାରଣ ନ କରିବା କିମ୍ବା ତାଙ୍କର ସବୁ ଡିମାଣ୍ଡ ପୂରଣ କରିବା। ପିଲାଙ୍କ ଆବଶ୍ୟକତାକୁ ଆଖିଆଗରେ ରଖି ଡିମାଣ୍ଡ ପୂରଣ କରନ୍ତୁ।
ହୁଅନ୍ତୁ ରୋଲ୍‌ ମଡେଲ୍‌: ସାଧାରଣତଃ ପିଲାମାନେ ଅନୁକରଣ ପ୍ରିୟ ହୋଇଥିବାରୁ ସେମାନେ ପ୍ରଥମେ ମାଆବାପାଙ୍କଠାରୁ ଅନେକ କଥା ଶିଖନ୍ତି। ତେଣୁ ପିଲାଙ୍କ ଆଗରେ ଏଭଳି କାର୍ଯ୍ୟ କରନ୍ତୁ, ଯାହାକୁ ଦେଖି ସେମାନେ ଆପଣଙ୍କୁ ନିଜର ରୋଲ୍‌ ମଡେଲ ଭାବିବେ ଏବଂ ନିଜେ ମଧ୍ୟ ସେଭଳି କାର୍ଯ୍ୟ କରିବେ, ଯାହାକି ଭବିଷ୍ୟତରେ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ସାହାଯ୍ୟ କରିବ।
ମିଛ କୁହନ୍ତୁ ନାହିଁ: ଛୋଟ ହେଉ ବା ବଡ଼ ପିଲାଙ୍କ ଆଗରେ ଅଭିଭାବକ ମିଛ କହିବା ଆଦୌ ଠିକ୍‌ ନୁହେଁ। କାରଣ ଏହା ପିଲାଙ୍କୁ ବିପଥଗାମୀ କରାଇଥାଏ। ତେଣୁ ନିଜେ ସତ କରିବା ସହ ପିଲାଙ୍କୁ ସର୍ବଦା ସତ କହିବା ଏବଂ ସତ୍‌ମାର୍ଗରେ ଚାଲିବା ଶିଖାନ୍ତୁ।
ତୁଳନା କରନ୍ତୁ ନାହିଁ: ଅନେକ ଅଭିଭାବକ ନିଜ ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତି ଏବଂ ଅନ୍ୟପରି ସଫଳତା ହାସଲ କରିବାକୁ ଚାପ ପକାନ୍ତି। କେହି କେହି ପିଲାଙ୍କ ସାମାନ୍ୟ ଅସଫଳତାରେ ଗାଳି ମଧ୍ୟ ଦେଇଥାନ୍ତି; ଯାହାକି ପିଲାଙ୍କୁ ମାନସିକ ଆଘାତ ଦେଇଥାଏ। ମନେରଖନ୍ତୁ ସବୁ ପିଲା ସମାନ ନୁହନ୍ତି, ତେଣୁ ଆପଣ ନିଜ ପିଲା ଭିତରେ ଥିବା ଯୋଗ୍ୟତାକୁ ଚିହ୍ନନ୍ତୁ ଏବଂ କାହା ସହ ତୁଳନା ନ କରି ଏହାକୁ ବିକଶିତ କରିବା ଲାଗି ଉତ୍ସାହିତ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri