ଜଣେ ହେଉ ବା ୩୫

ଆଧୁନିକ ନିର୍ବାଚନ ରାଜନୀତିରେ ହିଂସା ଦୀର୍ଘବର୍ଷରୁ ଚାଲିଆସିଛି। ବିଧିବଦ୍ଧ ଭାବରେ ଜରୁରିକାଳୀନ ପରିସ୍ଥିତି ବେଳେ ସଞ୍ଜୟ ଗାନ୍ଧୀ ବିଭିନ୍ନ ରାଜ୍ୟରେ ଗୁଣ୍ଡାଶ୍ରେଣୀୟ ଓ ଅସାମାଜିକ ବ୍ୟକ୍ତିମାନଙ୍କୁ କଂଗ୍ରେସ ଦଳରେ ନିମନ୍ତ୍ରଣ ଦେଇ ସଭ୍ୟ କରାଉଥିଲେ। ତାହା ଖୋଲି ଦେଇଥିଲା ଏହିଭଳି ଲୋକଙ୍କ ପାଇଁ ରାଜନୀତିର ଦ୍ୱାର। ଏହା ୯୦ ଦଶନ୍ଧିରେ ବୃଦ୍ଧି ପାଇ ଅନ୍ୟସବୁ ଦଳକୁ ଗ୍ରାସ କରିଥିଲା। ସେତେବେଳେ ବିହାର, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଅସାମାଜିକ ବ୍ୟକ୍ତିମାନଙ୍କୁ ନେତାମାନେ ପୋଷି ନିଜ ଲକ୍ଷ୍ୟ ପୂରଣ କଲେ। ଯେତେବେଳେ ଗୁଣ୍ଡାମାନେ ଜାଣିଲେ ଯେ ସେମାନଙ୍କ ବଳ ନେତାଙ୍କୁ ବିଜୟ ଆଣିଦେଉଛି ସେତେବେଳେ ସେମାନେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଇ ବ୍ୟବସ୍ଥାପକ ସଭାକୁ ନିର୍ବାଚିତ ହେଲେ। ବିହାରର ମହମ୍ମଦ ଶାହାବୁଦ୍ଦିନ ଓ ପପୁ ଯାଦବଙ୍କ ନାମ ଅପରାଧୀ ରାଜନେତା ଭାବେ ଜଣାଶୁଣା। କିନ୍ତୁ ତାହା ସେମାନଙ୍କ ଅଞ୍ଚଳ ଭିତରେ ସୀମିତ ଥିଲା। ଏବର ସ୍ଥିତିରେ ହିଂସାର ଧାରା ବଦଳିଯାଇଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ଦେଖିଲେ ୮ ଜୁଲାଇରେ ନିର୍ବାଚନୀ ହିଂସାରେ ଗୋଟିଏ ଦିନରେ ୧୮ ଜଣଙ୍କ ମୃତ୍ୟୁ ଘଟିଯାଇଛି। ଏମାନଙ୍କ ମଧ୍ୟରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରୁ ୧୦ ଜଣ ହୋଇଥିବାବେଳେ ଭାଜପାରୁ ୩, ସିପିଆଇ(ଏମ୍‌)ରୁ ୨, କଂଗ୍ରେସରୁ ୩ କର୍ମୀ ରହିଛନ୍ତି। ଏଥିରୁ ବୁଝାପଡ଼େ ଯେ, ଶାସକ ଟିଏମ୍‌ସି ଗୁଣ୍ଡାମିର ଶିକାର ମଧ୍ୟ ହୋଇଥାଇପାରେ। ତେବେ ହିଂସାଜନିତ ମୃତକଙ୍କ ସଂଖ୍ୟା ଅଧିକ ହେବ ବୋଲି ବେସରକାରୀ ଭାବେ କୁହାଯାଉଛି। ଯଦି ଜୁନ୍‌ ୮ର ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ଦିନରୁ ହିସାବ କରାଯାଏ ସରକାରୀ ଭାବେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ହିଂସାକାଣ୍ଡ ପଛରେ ଟିଏମ୍‌ସି, ଭାଜପା, କଂଗ୍ରେସ ଓ ବାମଦଳର ସମ୍ପୃକ୍ତି ରହିଥିବା ସାମାଜିକ ଗଣମାଧ୍ୟମରେ କୁହାଯାଉଛି।
ପଶ୍ଚିମବଙ୍ଗରେ ଶାସକ ଟିଏମ୍‌ସି ପଞ୍ଚାୟତ ଭୋଟ ବେଳେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବା ଆଶଙ୍କାରେ କେନ୍ଦ୍ର ସରକାର ସେଠାରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଏକ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ଅନୁମତି ନ ନେଇ କେନ୍ଦ୍ର ସରକାର ମନମାନି କରୁଥିବା ଅଭିଯୋଗ ଆଣି ମମତା ବାନାର୍ଜୀ ସରକାର ଭାଜପାକୁ ସମାଲୋଚନା କରିଥିଲା। ଏହି ବିଷୟ କାଲ୍‌କାଟା ହାଇକୋର୍ଟକୁ ଯାଇଥିଲା। ଅର୍ଦ୍ଧସାମରିକ ବାହିନୀକୁ ପଞ୍ଚାୟତ ନିର୍ବାଚନରେ ନିୟୋଜିତ କରାଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭର୍ତ୍ସନା କରିଥିଲେ। ସେହି ଅନୁଯାୟୀ ରାଜ୍ୟର ସମୁଦାୟ ୬୧ ହଜାର ବୁଥ୍‌ରେ କେନ୍ଦ୍ରୀୟ ବାହିନୀର ୧୫ ହଜାର ଯବାନଙ୍କୁ ମୁତୟନ କରାଯାଇଥିବା ସୂଚନା ମିଳିଛି। ସଂଖ୍ୟାକୁ ଦେଖିଲେ ନିଶ୍ଚିତ ଭାବେ ପ୍ରତି ବୁଥ୍‌ରେ କେନ୍ଦ୍ରୀୟ ବାହିନୀର ଉପସ୍ଥିତି ନ ଥିବ। ଏହାଛଡ଼ା ସାଧାରଣତଃ ଦେଖାଯାଇଥାଏ ଯେ, ରାଜ୍ୟ ପୋଲିସ ସହ ଅର୍ଦ୍ଧସାମରିକ ବାହିନୀର ତାଳମେଳ ରହେ ନାହିଁ। ଏଥିସହିତ ମନେରଖିବାକୁ ହେବ ଯେ, କେନ୍ଦ୍ରରୁ ସଶସ୍ତ୍ର ବାହିନୀ ଆସିଗଲେ ନିର୍ବାଚନ ନିରପେକ୍ଷ ହେବ ବୋଲି କୁହାଯାଇପାରିବ ନାହିଁ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଏହିଭଳି କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଥିଲା। ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ, କେବଳ ଟିଏମ୍‌ସି କର୍ମୀମାନଙ୍କୁ ଗୁଳିକରି ହତ୍ୟା କରାଯାଇଛି। କେନ୍ଦ୍ରୀୟ ବାହିନୀର କମାଣ୍ଡରମାନଙ୍କୁ ନିରପେକ୍ଷ ହେବା ପାଇଁ ପ୍ରୋତ୍ସାହନ ଦିଆଯାଏ ନାହିଁ। ଅପରପକ୍ଷରେ କେନ୍ଦ୍ରରେ ଯେଉଁ ଦଳ ଶାସନ କରୁଥାଏ, ତାହାର ରାଜ୍ୟ ଶାଖାକୁ ସମର୍ଥନ କରିବାର ଦାୟିତ୍ୱ ଏହି କେନ୍ଦ୍ରୀୟ ପୋଲିସ ବାହିନୀ ନିଜ ହାତକୁ ନେଲାଭଳି ମନେହୁଏ।
ଦେଖିବାକୁ ଗଲେ ସ୍ଥାନୀୟ ପୋଲିସର ନିଜ ଅଞ୍ଚଳ ଉପରେ ଯଥେଷ୍ଟ ଧାରଣା ଥିବାରୁ ଗଣ୍ଡଗୋଳ ରୋକିବା ଲାଗି ସେମାନଙ୍କ ପାଇଁ ସହଜ ହୋଇଥାଏ। ଅନ୍ୟପକ୍ଷରେ କେନ୍ଦ୍ରୀୟ ବାହିନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯବାନମାନେ ସ୍ଥାନୀୟ ଚାହିଦାକୁ ମେଣ୍ଟାଇବା କଷ୍ଟକର ବ୍ୟାପାର। ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଶାସକ ଦଳର ଅଧିକାଂଶ ରହିଛନ୍ତି। କେନ୍ଦ୍ର କୌଶଳ କରି ଅର୍ଦ୍ଧସାମରିକ ବାହିନୀକୁ ପଞ୍ଚାୟତ ନିର୍ବାଚନରେ ନିୟୋଜିତ କଲା। ତଥାପି ଆଇନ ଶୃଙ୍ଖଳା ବଜାୟ ରଖିବାରେ ଏହା ବିଫଳ ହୋଇଛି।
୨୦୨୪ରେ ଲୋକ ସଭା ନିର୍ବାଚନ ଥିବାରୁ ଏବେଠାରୁ ପ୍ରତ୍ୟେକ ରାଜନୈତିକ ଦଳ ଅଧିକ ଆସନ କିଭଳି ଜିତିବେ ସେଥିଲାଗି ରଣକୌଶଳ ଅନୁସରଣ କରୁଛନ୍ତି। ଭୋଟ ନିର୍ବାଚନରେ ଦଳଗୁଡ଼ିକ ଉଚ୍ଚାକାଂକ୍ଷା ରଖିବା ସ୍ବାଭାବିକ। କିନ୍ତୁ ହିଂସାତ୍ମକ କାଣ୍ଡ ଉପୁଜାଇବା ସହ ଭୋଟରଙ୍କୁ ଭୟଭୀତ କରି ନିର୍ବାଚନ ଜିତିବାକୁ ଚାହୁଁଥିବା ଦଳ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦୀର୍ଘମିଆଦୀ କ୍ଷତି ପହଞ୍ଚାଇଥାଏ। କୁହାଯାଉଛି ଯିଏ ଯେଉଁଠାରେ କ୍ଷମତାରେ ରହିଛନ୍ତି ସେହି ଦଳ ହାତରେ ପୋଲିସ ଓ ପ୍ରଶାସନିକ କଳ ଥିବାରୁ ସେସବୁର ଅପବ୍ୟହାର କରି ଫାଇଦା ନେବାକୁ ଚାହିଁଥାଆନ୍ତି। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ ଶାସକ ଦଳ ହାରି ନୂଆ ଦଳ କ୍ଷମତାକୁ ଆସିଥାଆନ୍ତି। ରାଜନୈତିକ ହିଂସା ଦେଖିବାକୁ ଗଲେ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଦେଶବ୍ୟାପୀ ଅଧିକ ହିଂସା ଏବଂ ଦ୍ୱେଷ ଭିଆଉଛି। ଜଣେ ହେଉ ବା ୩୫ ଲୋକଙ୍କ ଜୀବନ ଯିବା ଓ ହିଂସା ଭିଆଇବା କାର୍ଯ୍ୟ ମଧ୍ୟ ସବୁ ଦଳ କରୁଛନ୍ତି। ଏଥିରେ କେହି ଗୋଟେ ସନ୍ଥ ବୋଲି କହିହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri