ଭିଡିଓ ଗେମ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ ହେଲେ, ପରୋକ୍ଷରେ ଏହା ଆମର ଅନେକ କ୍ଷତିସାଧନ କରିଥାଏ। ଅନେଙ୍କର ଏହା ଏବେ ଅଭ୍ୟାସରେ ପଡିଯାଇଛି। ଏହାଦ୍ୱାରା ନିଜର ଅନ୍ୟ କାମ ବି ପ୍ରଭାବିତ ହୋଇଥାଏ । ଅଧିକ ସମୟ ଭିଡିଓଗେମ୍ ଖେଳିଲେ ତାହାର ପ୍ରଭାବ ମସ୍ତିଷ୍କର କାର୍ଯ୍ୟଧାରା ଉପରେ ପଡିଥାଏ ଓ କାର୍ଯ୍ୟ କରିବାର ଆଗ୍ରହ ମଧ୍ୟ ଏଥିଯୋଗୁ କମିଯାଏ । ‘ଭିଡିଓଗେମ୍ ଏବଂ ମସ୍ତିଷ୍କର କାର୍ଯ୍ୟଧାରା’ ବିଷୟକୁ ନେଇ କାଲିଫର୍ନିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ । ଅଧିକ ସମୟ ଭିଡିଓଗେମ୍ ଖେଳୁଥିବା ପିଲାମାନଙ୍କର ମସ୍ତିଷ୍କର କାର୍ଯ୍ୟାଧାରା ଏହା ଦ୍ୱାରା ପ୍ରଭାବିତ ହେଉଥିବା ଏକ ସର୍ଭେ ରିପୋର୍ଟରେ ସେମାନେ ଉଲ୍ଲେଖ କରିଥିଲେ।
Dharitri – Odisha’s No.1 Odia Daily

