ସାବଧାନ! ଏସବୁ ଲକ୍ଷଣ ଥିଲେ ତୁରନ୍ତ ଯାଆନ୍ତୁ ଡାକ୍ତରଖାନା, ନଚେତ୍‌ ଭୋଗିବେ ଭୟଙ୍କର ପରିଣାମ

ଓ୍ବାଶିଂଟନ,୨୩ା୧୨: ୨୦୨୩ରେ ଲୋକମାନେ ଧରି ନେଇଥିଲେ ଯେ, କରୋନା ମାମଲା ହ୍ରାସ ପାଇଛି। ଟିକା ଏହାର ପ୍ରଭାବ ଦେଖାଇଛି। ଏହି ଜୀବାଣୁକୁ ନିୟନ୍ତ୍ରଣ କରାଯାଇଛି। କିନ୍ତୁ ବର୍ଷ ଶେଷ ଆଡ଼କୁ ହଠାତ୍‌ ଚାଇନାରେ ଏକ ରହସ୍ୟମୟ ରୋଗ ବ୍ୟାପିବା ଖବର ଆସିଲା। ଏହା ମଧ୍ୟ ନିମୋନିଆର ଏକ ନୂତନ ରୂପ ବୋଲି କୁହାଯାଉଥିଲା। ୨୦୧୯ରେ କରୋନା ଯେତେବେଳେ ଆରମ୍ଭ ହୋଇଥିଲା ଡାକ୍ତରଖାନାଗୁଡ଼ିକରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଥିଲା।

22 JN.1 Corona variant cases reported in India till December 21: Sources - India Today

୨୦୨୩ ବର୍ଷ ଶେଷ ଆଡ଼କୁ କରୋନା ମାମଲା ହଠାତ୍‌ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଦେଶ ମଧ୍ୟ ଏ ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଭାରତ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। କିନ୍ତୁ ନିକଟରେ କରୋନା ସମ୍ବନ୍ଧରେ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ନୂତନ ଦାବିକୁ ବିଚାରକୁ ନେଇ ଲୋକଙ୍କ ଚିନ୍ତା ବହୁତ ବୃଦ୍ଧି ପାଇଛି। ନୂତନ ମାମଲାଗୁଡ଼ିକରୁ ସଂଗୃହୀତ ତଥ୍ୟ ଅନୁଯାୟୀ, କରୋନା ବର୍ତ୍ତମାନ ଥଣ୍ଡା ଏବଂ କାଶ ପରିବର୍ତ୍ତେ ଲୋକଙ୍କ ପେଟ ଉପରେ ଆକ୍ରମଣ କରୁଛି।

Corona in Delhi: कोरोना के नए वैरिएंट को देख दिल्ली सरकार अलर्ट, स्वास्थ्य मंत्री ने दिया ये बड़ा निर्देश - ncr Delhi government gave instructions to increase genome sequencing as ...

ବୈଜ୍ଞାନିକଙ୍କ ଅନୁଯାୟୀ, ଲୋକଙ୍କ ଘରୁ ବାହାରୁଥିବା ବର୍ଜ୍ୟଜଳରୁ କରୋନାର ଏହି ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଛି। ଯାହାକି ପୂର୍ବରୁ ହୋଇ ନ ଥିଲା। ଏହି ନୂତନ ଆବିଷ୍କାରରୁ ଏହା ସ୍ପଷ୍ଟ ହୋଇଛି ଯେ, କରୋନା ବର୍ତ୍ତମାନ ଶ୍ୱାସକ୍ରିୟା ପରିବର୍ତ୍ତେ ଲୋକଙ୍କ ହଜମ ପ୍ରକ୍ରିୟା ଉପରେ ଆକ୍ରମଣ କରୁଛି। ୟୁରୋପରେ ଏହା ନିଶ୍ଚିତ ହୋଇଛି। ଅନ୍ୟ ଦେଶରେ ମଧ୍ୟ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ପ୍ରଭାବିତ ଲୋକଙ୍କ ହଜମକାରୀ ଏନ୍‌ଜାଇମ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।ପେଟ କିମ୍ବା ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଥିଲେ ଅବହେଳା ନ କରି ତୁରନ୍ତ ଡାକ୍ତରଖାନା ଯାଇ ପରୀକ୍ଷା କରାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ନଚେତ୍‌ ପରିଣାମ ୨୦୧୯ ପରି ହେବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

ବିହାରରୁ ବଡ଼ ଖବର! ଏହି ତାରିଖରେ ବିଧାନ ପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ବିଧାନସଭା ପରିଷଦ (MLC) ର ସଦସ୍ୟତାରୁ ଇସ୍ତଫା ଦେବେ । ସୂତ୍ର ଅନୁଯାୟୀ, ନୀତିଶ କୁମାର ମାର୍ଚ୍ଚ  ୩୦ରେ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ଟ୍ରମ୍ପଙ୍କ ନୂଆ ପାଓ୍ବାର: ଏବେ ଆମେରିକୀୟ ଡଲାରରେ ରହିବ ତାଙ୍କ ଦସ୍ତଖତ, ଜାଣନ୍ତୁ ପୂର୍ବରୁ କିଏ କରୁଥିଲେ…

ଓ୍ବାଶିଂଟନ,୨୭ା୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ପାଓ୍ବାର ବଢ଼ିଛି। ଏଣିକି ଆମେରିକୀୟ ଡଲାରରେ ଟ୍ରମ୍ପଙ୍କ ଦସ୍ତଖତ ରହିବ। ଏହା ଆମେରିକାର ସ୍ବାଧୀନତାର ୨୫୦ତମ ବାର୍ଷିକୀ ପାଳନ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri