Posted inଫୁରସତ

ଆଲ୍‌ଜିମର୍ସକୁ ନେଇ ସତର୍କ ରହିବା

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଆଲୋଏ ଆଲ୍‌ଜିମର୍ସ ନାମକ ଜଣେ ଡାକ୍ତରଙ୍କ ନାମରେ ଏହି ରୋଗଟି ନାମିତ। କାରଣ ସେ ଥିଲେ ଏହି ରୋଗର ଆବିଷ୍କର୍ତ୍ତା। ହେଲେ ୧୯୦୭ ମସିହାରେ ଆବିଷ୍କୃତ ଏହି ରୋଗଟି ଚିକିତ୍ସା ବିଜ୍ଞାନୀଙ୍କ ସ୍ବୀକୃତି ପାଇଲା। ଉକ୍ତ ରୋଗରେ ସ୍ମରଣଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏ ସମ୍ପର୍କରେ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ”ଆଲ୍‌ଜିମର୍ସ ରୋଗ ହେଲେ ରୋଗୀର ଶରୀର ଓ ମନ ପରସ୍ପରଠାରୁ ବିଚ୍ଛିନ୍ନ ହୋଇପଡ଼ିବା ଭଳି ଅବସ୍ଥା ଉପୁଜିଥାଏ। ତେଣୁ ଏହାକୁ କୁହାଯାଉଛି ‘ମନ ହଜି ଯାଇଥିବା ରୋଗ’ ଓ ରୋଗୀକୁ କୁହାଯାଉଛି ‘ମନ ନ ଥିବା ମଣିଷ’। ରୋଗୀଠାରେ ସ୍ମରଣ ଶକ୍ତି, ବିଶେକରି ସଦ୍ୟ ସ୍ମୃତି ଲୋପ ପାଇଯିବାରୁ ତାହାର ଜୀବନ ହୋଇ ଉଠେ ଦୁର୍ବିଷହ। ଏକ ଅଭିଶପ୍ତ ଜୀବନକୁ ବୋହି ସେ ହୁଏ ଶ୍ମଶାନବାସୀ। ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖରେ ପାଳନ ହୋଇଥାଏ ‘ବିଶ୍ୱ ଆଲ୍‌ଜିମର୍ସ ଦିବସ’। ଏହି ଦିବସ ଅବସରରେ ଚଳିତବର୍ଷର ପ୍ରସଙ୍ଗ ରହିଛି -‘ଆକ୍‌ସ ଏବାଉଟ୍‌ ଡେମିଣ୍ଟିଆ’ ଅର୍ଥାତ୍‌, ‘ଡେମିଣ୍ଟିଆ ବିଷୟରେ ପଚାରିବା’। ସୁତରାଂ ଆଲ୍‌ଜିମର୍ସ ପ୍ରତି ସତର୍କ ରହିବା ନିହାତି ଜରୁରୀ। ପାଶ୍ଚାତ୍ୟ ଅଧିବାସୀଙ୍କ ତୁଳନାରେ ଆମ ଦେଶରେ ଆଲ୍‌ଜିମର୍ସ ରୋଗୀସଂଖ୍ୟା ଯଥେଷ୍ଟ କମ୍‌। ଆଲ୍‌ଜିମର୍ସ ରୋଗ ପ୍ରକାଶ ପାଏ ୫୦ ବର୍ଷ ବୟସ ପରେ। ଜାଣିରଖିବା କଥା ଯେ, ଆଲ୍‌ଜିମର୍ସର ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ମସ୍ତିଷ୍କରେ ରୋଗଟିର ମୂଳଦୁଆ ପଡ଼ିସାରିଥାଏ। ରୋଗୀ ଅନେକ କଥା ସହଜରେ ମନେପକେଇ ପାରେନି। ଭୁଲିଯାଏ ସେମାନଙ୍କ ନଁା। ଘର ଛାଡ଼ି ବାହାରକୁ ଯାଇଥିଲେ ଫେରିବା ରାସ୍ତାକୁ ଠଉରେଇ ନ ପାରି ଘରକୁ ଫେରିପାରେନି। ପଇସାପତ୍ର ଧାର ଦେଇଥିଲେ ତାହାକୁ ପରିଶୋଧ କରିବାକୁ ଭୁଲିଯାଏ। କଥାବାର୍ତ୍ତା କରିବା ସମୟରେ ଠିକ୍‌ ଶବ୍ଦ ଠିକ୍‌ ଜାଗାରେ ମୁଣ୍ଡକୁ ଢୁକି ନ ଥାଏ। ଏପରି କି ଆତ୍ମୀୟଙ୍କ ମୃତ୍ୟୁରେ ବି ତା’ଠାରେ କୌଣସି ପ୍ରତିକ୍ରିୟା ପରିଲକ୍ଷିତ ହୋଇ ନ ଥାଏ।
ବୟସ ୬୫ରୁ ଊର୍ଦ୍ଧ୍ୱ ହୋଇଗଲେ ଆଲ୍‌ଜିମର୍ସ ବାହାରିବା ଆଶଙ୍କା ବେଶି। ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଏବଂ ଶିକ୍ଷିତ ବ୍ୟକ୍ତିଙ୍କ ଅପେକ୍ଷା ଅଶିକ୍ଷିତ ବ୍ୟକ୍ତି ରୋଗଟି ପ୍ରତି ବେଶୀ ସମ୍ବେଦନଶୀଳ। ଏପରିକି ୨୦୫୦ ମସିହା ବେଳକୁ ଆଲ୍‌ଜିମର୍ସ ରୋଗୀଙ୍କ ସଂଖ୍ୟା ତିନିଗୁଣ ବଢ଼ିଯାଇଥିବ ବୋଲି ଆକଳନ କରାଗଲାଣି। ସୁତରାଂ କାଳ ବିଳମ୍ବ ନ କରି ଏଥିପ୍ରତି ସତର୍କ ହୋଇଯିବା ବାଞ୍ଛନୀୟ। ତେବେ ଏହି ରୋଗଟିକୁ ସଅଳ ଚିହ୍ନଟ କରାଯାଇପାରୁନି କି ରୋଗରୁ ଉପଶମ ମିଳିପାରୁନି। ତେବେ ନିୟମିତ ବହି ଓ ଖବରକାଗଜ ପଢ଼ିବା, ସଭାସମିତିରେ ଯୋଗ ଦେବା, ଗପ, କବିତା ଲେଖିବା, ନୂଆ ଭାଷା ଶିଖିବା, ଚିତ୍ର ଆଙ୍କିବା ଏବଂ ନୂଆ ନୂଆ ରୁଚିରେ ମନ ଦେବା ଦ୍ୱାରା ରୋଗର ଆଗମନକୁ ବିଳମ୍ବିତ କରାଯାଇପାରେ। ତେବେ ଏହି ରୋଗ ପ୍ରକାଶ ପାଇଲେ ପରିବାର ସମସ୍ୟା ବହୁତ ବଢ଼ିଯାଏ। ତେଣୁ ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା ଅପରିହାର୍ଯ୍ୟ।“


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

ଶନିଙ୍କ ଚଳନରେ ମାଲାମାଲ ହେବେ ୪ ରାଶି: ଅଚାନକ ବଦଳିଯିବ ଭାଗ୍ୟ, ହେବ ଧନବର୍ଷା

ବୈଦିକ ଜ୍ୟୋତିଷରେ ଶନିଦେବଙ୍କ ଚଳନ ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଶନି ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କଲେ ଏହାର ପ୍ରଭାବ ସମସ୍ତ ୧୨ଟି…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

ବଲାଙ୍ଗୀର,୨୦।୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri