ଏନ୍‌ଜିଟିରେ ବିଡିଏ ସଚିବଙ୍କୁ ୫ଶହ ଟଙ୍କା ଜରିମାନା

ଭୁବନେଶ୍ୱର, ୩୧।୭ (ବନ୍ଦନା ସେଠୀ):ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ କାଜୁଆଲ ବା ଖାମଖିଆଲ ଭାବେ ଆଫିଡେଭିଟ୍‌ ଦାଖଲ କରିଥିବାରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସଚିବ ରବୀନ୍ଦ୍ର କୁମାର ସାହୁଙ୍କୁ ୫ଶହ ଟଙ୍କା ଜରିମାନା କରାଯାଇଛି। ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡରେ ୱାଟ୍‌କୋ ଦ୍ୱାରା କରାଯାଉଥିବା ଜଳ ସଂରକ୍ଷଣ ପ୍ରକଳ୍ପକୁ ନେଇ ଦାଖଲ ହୋଇଥିବା ଏକ ପିଟିଶନ୍‌କୁ ନେଇ ସଚିବ ସାହୁ ଏନ୍‌ଜିଟିରେ ଉକ୍ତ ଆଫିଡେଭିଟ୍‌ ଦାଖଲ କରିଥିଲେ। ଗୁରୁବାର କୋଲକାତାସ୍ଥିତ ଏନ୍‌ଜିଟିର ପୂର୍ବଜୋନ୍‌ ବେଞ୍ଚରେ ଏହାର ଶୁଣାଣି ହୋଇଥିଲା। ଜଷ୍ଟିସ ବି. ଅମିତ ଷ୍ଟାଲେକର ଏବଂ ଡ. ଅରୁଣ କୁମାର ବର୍ମା (ବିଶେଷଜ୍ଞ ସଦସ୍ୟ) ଏହି ଆଫିଡେଭିଟ୍‌କୁ ଖଣ୍ଡନ କରି କହିଛନ୍ତି, ଦାଖଲ ହୋଇଥିବା ଆଫିଡେଭିଟ୍‌ରେ ରବୀନ୍ଦ୍ର କୁମାର ସାହୁ ଆକାଶ ବିଲ୍ଡିଂ, ସଚିବାଳୟ ମାର୍ଗ, ଭୁବନେଶ୍ୱର, ଜିଲା ଖୋର୍ଦ୍ଧାର ସଚିବ ଭାବେ କାର୍ଯ୍ୟ କରୁଥିବା ଉଲ୍ଲେଖ କରିଛନ୍ତି। ମାତ୍ର ସେ କେଉଁ ବିଭାଗ ବା କେଉଁ କାର୍ଯ୍ୟାଳୟରେ ସଚିବ ଅଛନ୍ତି ସେନେଇ ସେଥିରେ କିଛି ଉଲ୍ଲେଖ ନାହିଁ। ଜଣେ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଅତ୍ୟନ୍ତ ଦାୟିତ୍ୱହୀନତାକୁ ଦର୍ଶାଉଛି। ତେଣୁ ତାଙ୍କ ଉପରେ ୫ଶହ ଟଙ୍କାର ଜରିମାନା ଲାଗୁ କରାଯାଇଛି। ଅପରପକ୍ଷେ ୨୪ଘଣ୍ଟା ମଧ୍ୟରେ ଏକ ସଂଶୋଧିତ ଆଫିଡେଭିଟ୍‌ ଦାଖଲ କରିବାକୁ ସାହୁଙ୍କୁ ବେଞ୍ଚ ନିର୍ଦ୍ଦେଶ ଦେଇଛି।
ଶିଖରଚଣ୍ଡୀ ପାହାଡ଼ରେ ଜଳ ସଂରକ୍ଷଣ ପ୍ରକଳ୍ପ ଓ ଏଥିପାଇଁ ଗଛକଟାକୁ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ସହ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ୍‌ମାନେ ବିରୋଧ କରୁଛନ୍ତି। ଏନେଇ ସମିତିର ସଚିନ ମହାପାତ୍ର ଏନ୍‌ଜିଟିରେ ପିଟିଶନ ଦାଖଲ କରିଛନ୍ତି। ଶିଖରଚଣ୍ଡୀ ପାହାଡ ଅଞ୍ଚଳ ଚନ୍ଦକା ବନ୍ୟଜନ୍ତୁ ଅଭୟାରଣ୍ୟକୁ ଲାଗିଛି। ଏଠାରେ ପ୍ରକଳ୍ପ ପାଇଁ ଗଛକଟା ହେବାଦ୍ୱାରା ପରିବେଶରେ କ୍ଷତି ହେବା ସହ ବନ୍ୟଜନ୍ତୁ ବେସାହାରା ହୋଇ ଜନବସତି ଆଡକୁ ମୁହଁାଉଥିବା ପିଟିଶନରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri