Posted inଖେଳ

ଏସିଆ କପ୍‌ ବିବାଦ ଭିତରେ ବିସିସିଆଇର ବଡ଼ ଘୋଷଣା, ପାକିସ୍ତାନ କାବା!

ନୂଆଦିଲ୍ଲୀ,୨।୧୦: ଏସିଆ କପରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ଦେଖାଯାଇଥିବା ବିବାଦ ଅକ୍ଟୋବର 5ରେ ମହିଳା ବିଶ୍ୱକପ 2025 ସମୟରେ ଦେଖାଯାଇଥିବା ବିଶୃଙ୍ଖଳା ପରି ହୋଇପାରେ। ରିପୋର୍ଟ ଅନୁଯାୟୀ ବିସିସିଆଇ ଭାରତୀୟ ମହିଳା କ୍ରିକେଟ ଦଳକୁ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ନିର୍ଦ୍ଦେଶ ଦେଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିସିସିଆଇ ସଚିବ ଦେବଜିତ ସାଇକିଆ ମ୍ୟାଚ ପୂର୍ବରୁ ପାକିସ୍ତାନକୁ ଶତ୍ରୁ ରାଷ୍ଟ୍ର ଘୋଷଣା କରିଥିଲେ। ଫଳସ୍ବରୂପ, ଏହି ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ଆହୁରି ତୀବ୍ର ହୋଇପାରେ।

ଭାରତ ଏବଂ ପାକିସ୍ତାନୀ ମହିଳା ଦଳ ରବିବାର ମୁହାଁମୁହିଁ ହେବେ। ତେବେ ଏକ ଜାତୀୟ ଗଣମାଧ୍ୟମ ଏକ ରିପୋର୍ଟ ଅନୁଯାୟୀ, BCCI ମହିଳା ଦଳକୁ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି। ଏହି ପ୍ରତିବନ୍ଧକ ସମ୍ପର୍କରେ 1 ଅକ୍ଟୋବରରେ ଟିମ ଇଣ୍ଡିଆକୁ ବାର୍ତ୍ତା ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ, “ବିଶ୍ୱକପ ସମୟରେ ଦଳ ପାକିସ୍ତାନୀ ଦଳ ସହିତ ହାତ ମିଳାଇବ ନାହିଁ। BCCIର ବରିଷ୍ଠ ଅଧିକାରୀମାନେ ଏ ବିଷୟରେ ଦଳକୁ ସୂଚନା ଦେଇଛନ୍ତି। ଭାରତୀୟ ବୋର୍ଡ ତାର ଖେଳାଳିଙ୍କ ପାଖରେ ରହିବ।” ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ପାଇଁ ଟିମ ଇଣ୍ଡିଆ କଲମ୍ବୋ ଯାତ୍ରା କରିଛି। ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଯୋଗୁଁ, PCB ତାର ଦଳକୁ ଭାରତ ପଠାଇ ନାହିଁ, ତେଣୁ ଏହି ମ୍ୟାଚ କଲମ୍ବୋରେ ଅନୁଷ୍ଠିତ ହେଉଛି।

ଭାରତ-ପାକିସ୍ତାନ ମହିଳା ଦଳର ମ୍ୟାଚ ହେବାକୁ ଥିବା ବେଳେ, PCB ଏବଂ BCCI ମଧ୍ୟରେ ଏସିଆ କପ ଟ୍ରଫିକୁ ନେଇ ବିବାଦ ଜାରି ରହିଛି। ଟିମ ଇଣ୍ଡିଆ ଏସିଆ କପ ଫାଇନାଲରେ ବିଜୟୀ ହେବା ମାତ୍ରେ, ACC ମୁଖ୍ୟ ମୋହସିନ ନକଭି ଟ୍ରଫିକୁ ଗାଏବ କରିଦେଇଥିଲେ। ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଏସିଆ କପ ଟ୍ରଫି ପାଇନାହିଁ। BCCI ଏବେ ଏହି ପ୍ରସଙ୍ଗରେ PCB ମୁଖ୍ୟଙ୍କୁ ଏକ ଅଲଟିମେଟମ ଦେଇଛି। ରିପୋର୍ଟ ଅଛି ଯେ ଯଦି ମୋହସିନ ନକଭି ଟିମ ଇଣ୍ଡିଆକୁ ଟ୍ରଫି ହସ୍ତାନ୍ତର ନ କରନ୍ତି, ତେବେ ତାଙ୍କ ବିରୁଦ୍ଧରେ ଦୁବାଇ ପୋଲିସରେ ଅଭିଯୋଗ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri