ଆଇପିଏଲ୍‌ ମିଡିଆ ରାଇଟ୍‌ ପାଇଁ ୩୩ ହଜାର କୋଟି

ବେଙ୍ଗାଲୁରୁ,୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରସାରଣ ଅଧିକାର ପାଇଁ ୩୩ ହଜାର କୋଟି ଟଙ୍କାର ବେସ୍‌ ପ୍ରାଇସ ଧାର୍ଯ୍ୟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ପରବର୍ତ୍ତୀ ସିଜନରେ ମ୍ୟାଚ୍‌ ସଂଖ୍ୟା ବୃଦ୍ଧି କରିବାର ବିକଳ୍ପ ରଖିଥିବା ବିସିସିଆଇ ବୁଧବାର ଠାରୁ ଟେଣ୍ଡର ପାଇଁ ଆମନ୍ତ୍ରଣ (ଆଇଟିଟି) ଡକ୍ୟୁମେଣ୍ଟ ବିକ୍ରି ଆରମ୍ଭ କରି ଦେଇଛି। ବର୍ତ୍ତମାନ ଆଇପିଏଲ ମ୍ୟାଚ୍‌ ପ୍ରସାରଣ କରୁଥିବା ଷ୍ଟାର ସ୍ପୋଟର୍‌ସ ସହ ହୋଇଥିବା ଚୁକ୍ତି ଚଳିତ ସିଜନ ପରେ ଶେଷ ହେବ।

ଆଇଟିଟିରୁ ମିଳିଥିବା ସୂଚନା ଅନୁଯାୟୀ, ବିସିସିଆଇ ଆଇପିଏଲର ପ୍ରସାରଣକୁ ୪ଟି ବଣ୍ଡଲ ଭାଗ ଭାଗ କରିଛି। ବଣ୍ଡଲ ଏ’ରେ ସବ୍‌ କଣ୍ଟିନେଣ୍ଟ ଟେଲିଭିଜନ ରାଇଟ୍ସ ପାଇଁ ପ୍ରତ୍ୟେକ ମ୍ୟାଚ୍‌ ପିଛା ୪୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ଦ୍ୱାରା ବିସିସିଆଇ ୫ ବର୍ଷରେ ଅଧିକ ୧୮,୧୩୦ କୋଟି ଟଙ୍କା ଆୟ କରିବ। ବଣ୍ଡଲ ବି’ରେ ଡିଜିଟାଲ ରାଇଟ୍‌କୁ ରଖାଯାଇଛି। ଏଥିରେ ମ୍ୟାଚ୍‌ ପିଛା ୩୩ କୋଟି ଟଙ୍କାର ବେସ ପ୍ରାଇସ୍‌ ରହିଛି। ଏଥିରୁ ବିସିସିଆଇ ୧୨,୨୧୦ କୋଟି ଆୟ କରିବ।

ସବୁଠୁ ସ୍ବତନ୍ତ୍ର କୁହାଯାଉଥିବା ବଣ୍ଡଲ ସି’ରେ ପ୍ରତ୍ୟେକ ମ୍ୟାଚ୍‌ ଲାଗି ୧୬ କୋଟି ବେସ୍‌ ପ୍ରାଇସ୍‌ ରହିଛି। ଏହି ହିସାବରେ ୫ ବର୍ଷକୁ ୧୪୪୦ କୋଟି ଆୟ ହେବ। ତେବେ ଏହି ବଣ୍ଡଲ କେବଳ ଓଟିଟି ପ୍ଲାଟଫର୍ମ ପାଇଁ। କେବଳ ଗୋଟିଏ ଓଟିଟି ପ୍ଲାଟଫର୍ମ ଏହାକୁ କିଣିପାରିବ। ଅନ୍ତିମ ତଥା ବଣ୍ଡଲ ଡି’ ହେଉଛି ଭାରତ ଛଡ଼ା ଅନ୍ୟ ଦେଶରେ ଉଭୟ ଡିଜିଟାଲ ଏବଂ ଟେଲିଭିଜନ ପ୍ରସାରଣ କରିବାର ଅଧିକାର। ଏଥି ଲାଗି ମ୍ୟାଚ୍‌ ିଛା ୩ କୋଟି ଧାର୍ଯ୍ୟ କରାଯାଇଛି। ଏଥିରୁ ୧୧୧୦ କୋଟି ଆୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri